Advertisment

ଦୁର୍ଘଟଣାରେ କଟିଯାଇଥିଲା ୪ ଗୋଡ, ଲୋକେ ଦେଲେ ନୂଆ ଜୀବନ

ଏ ଦୁନିଆରେ ଅନେକ ପଶୁପ୍ରେମୀ ଅଛନ୍ତି। ସେମାନେ ପଶୁମାନଙ୍କ ଦୁଃଖ ଦେଖି ସହିପାରନ୍ତି ନାହିଁ। ସେମାନଙ୍କ ସେବା କରନ୍ତି। ନିକଟରେ ଏଭଳି କିଛି ପଶୁପ୍ରେମୀଙ୍କ ଯୋଗୁଁ ଗୋଟେ କୁକୁର ନୂଆ ଜୀବନ ପାଇବାରେ ସଫଳ ହୋଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Russian rescue dog gets prosthetic legs

Russian rescue dog gets prosthetic legs

କୁହାଯାଏ ଯେ କୁକୁର ଠାରୁ ବିଶ୍ୱସ୍ତ ପ୍ରାଣୀ ଆଉ କେହି ନାହିଁ। କୁକୁର ହିଁ ମଣିଷର ସର୍ବୋତ୍ତମ ବନ୍ଧୁ ହୋଇପାରେ ଯିଏ ନିଜ ମାଲିକକୁ ସୁରକ୍ଷା ଦେବା ନେଇ ସବୁବେଳେ ପ୍ରସ୍ତୁତ ଥାଏ। କିନ୍ତୁ ଏପରି ଘଟଣା ଖୁବ କମ ଦେଖିବାକୁ ମିଳେ ଯେ ମଣିଷ କୁକୁରର ସେବା କରି ତାକୁ ନୂଆ ଜୀବନ ଦେବାର।

Advertisment

ସମ୍ପ୍ରତି ଋଷରେ ଏପରି କିଛି ଦେଖିବାକୁ ମିଳିଛି ଯେଉଁଠାରେ ଲୋକମାନେ ଉଦ୍ଧାର କୁକୁରକୁ ନୂଆ ଜୀବନ ଦେଇଛନ୍ତି। କୁକୁର ସହିତ ଜଡିତ ଏହି ଖବର ବର୍ତ୍ତମାନ ଇଣ୍ଟର୍‌ନେଟ୍‌ରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ଏବଂ ଲୋକମାନେ କୁକୁର ପ୍ରତି ସହାନୁଭୂତି ଦେଖଉଥିବା ଦେଖିବାକୁ ମିଳିଛି।

୨୦୨୦ ମସିହାରେ,ଋଷ୍‌ର କିଛି ଲୋକ ପ୍ଲାଷ୍ଟୁନୋଭ୍‌ସ୍କାୟା ଗାଁରେ ଏକ ନିରୀହ କୁକୁରକୁ ପାଇଥିଲେ। ଏହି କୁକୁରର ଚାରୋଟିଯାକ ଗୋଡ ନ ଥିଲା। ମୋନିକା ନାମକ ଏହି କୁକୁରଟି ଏକ ଉଦ୍ଧାରକାରୀ କୁକୁର ଯିଏ କି ତା’ର ପୂର୍ବ ସମୟରେ ଲୋକଙ୍କ ଜୀବନ ରକ୍ଷା କରୁଥିଲା। ​​କିନ୍ତୁ ଦୁଃଖର କଥା ଯେ ଏକ ଦୁର୍ଘଟଣାରେ ତା’ର ଚାରୋଟିଯାକ ଗୋଡ କରି ଯାଇଥିଲା। ଯେତେବେଳେ ଲୋକମାନେ ତାକୁ ଏଭଳି ଅବସ୍ଥାରେ ଦେଖିଲେ ସେମାନେ ତୁରନ୍ତ ପଶୁ ଡାକ୍ତର ସର୍ଗୀ ଗୋର୍ଷୋକୋଭଙ୍କ ନିକଟକୁ ନେଇଯାଇଥିଲେ।

Advertisment

ସର୍ଗୀ ପୂର୍ବରୁ ଅନେକ କୁକୁରଙ୍କ ନକଲି ଗୋଡ ଲଗାଇ ଥିଲେ। ସେ ମୋନିକା ଠାରେ ପ୍ରୋସ୍ଥେଟିକ୍ ଗୋଡ ଲଗେଇ ଦେଇଥିଲେ। ବର୍ତ୍ତମାନ ମୋନିକା ନିଜେ ଚାଲିପାରିବ। ସୂଚନା ଅନୁଯାୟୀ କୁକୁରଟି ଶୀଘ୍ର ସୁସ୍ଥ ହେଉଛି। କୁକୁରଟି ସାଧାରଣ ଜୀବନଯାପନ ଆରମ୍ଭ କରିବ ବୋଲି ଡାକ୍ତର କହିଛନ୍ତି। ଡାକ୍ତର କହିଛନ୍ତି ଯେ ପ୍ରାରମ୍ଭରେ ସେ ଭାବି ନ ଥିଲେ ଯେ ମୋନିକା ସୁସ୍ଥ ହୋଇଯିବ କିନ୍ତୁ ଖୁବ କମ ସମୟ ଭିତରେ ସେ ଧୀରେ ଧୀରେ ଚାଲିବାକୁ ଲାଗିଲା।

ଯେତେବେଳେ ମୋନିକାଙ୍କୁ ଲୋକମାନେ ଉଦ୍ଧାର କରିଥିଲେ, ସେମାନେ ତାଙ୍କୁ ସିଧାସଳଖ ପଶୁ ଉଦ୍ଧାରକାରୀ ସ୍ୱେଚ୍ଛାସେବୀମାନଙ୍କ ନିକଟକୁ ନେଇଯାଇଥିଲେ। ସେମାନେ ଭାବୁଥିଲେ ଯେ କୁକୁରର ଗୋଡ ବୋଧହୁଏ କୌଣସି ଦୁର୍ଘଟଣାରେ କଟି ଯାଇ ନଥିଲା, ବରଂ କେହି ଅତି ନିର୍ଦ୍ଦୟ ଭାବରେ ତା’ର ଗୋଡକୁ ଜାଣିଶୁଣି କାଟି ଦେଇଥିଲା।

ଡାକ୍ତରଙ୍କ ସହ ଯୋଗାଯୋଗ କରିବା ପରେ ଲୋକମାନେ ଅପରେସନ୍ ପାଇଁ ୪ ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ କରିଥିଲେ, ଯାହା ଦ୍ୱାରା କୁକୁରଟି ନୂଆ ଗୋଡ ପାଇଲା। ପ୍ରୋସ୍ଥେଟିକ୍‌ର ଗୋଡ ପ୍ରଥମେ 3D ପ୍ରିଣ୍ଟ୍ କରାଯାଇଥିଲା ଏବଂ ପରେ ବାୟୋକୋଟ୍‌ କରାଯାଇଥିଲା। ଏହା ପରେ କୁକୁରଟିକୁ ଡାକ୍ତରଙ୍କ ନିକଟକୁ ନିଆଯାଇଥିଲା। ଡାକ୍ତର କହିଛନ୍ତି ଯେ ପଶୁମାନଙ୍କୁ ନୂଆ ଜୀବନ ଦେଇ ସେ ବହୁତ ଖୁସି ଅଛନ୍ତି ।

Viral Video
Advertisment
Advertisment