Advertisment

ମନ୍ତ୍ରୀଙ୍କ ନିର୍ଦ୍ଦେଶ: ମୋବାଇଲ ସୁଇଚ୍‌ ଅଫ୍ କରିବେନି କୌଣସି ଅଫିସର୍‌

ଅଧିକାରୀମାନେ ନିଜର ମୁଖ୍ୟାଳୟ ଛାଡି ପାରିବେ ନାହିଁ। କୌଣସି ଅଧିକାରୀ ନିଜ ମୋବାଇଲ ବନ୍ଦ ନରଖିବାକୁ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପଞ୍ଚାୟତ ଓ ବ୍ଲକସ୍ତରରେ କ୍ଷୁଦ୍ର, ମଧ୍ୟମ ଜଳସେଚନର ଡାଟାବେସ୍ ପ୍ରସ୍ତୁତ କରିବେ କ୍ଷେତ୍ର ଅଧିକାରୀ। ନିଜ ଅଞ୍ଚଳର ଅନାବୃଷ୍ଟି ଓ ସମ୍ଭାବ୍ୟ ମରୁଡ଼ିର ପ୍ରତିକାର ପାଇଁ ଯୋଜନା କରିବେ।

Arun Sahoo

Arun Sahoo

Advertisment

ଭୁବନେଶ୍ୱର: ରାଜ୍ୟରେ ଅନାବୃଷ୍ଟି ଜନିତ ପରିସ୍ଥିତିର ଜରୁରୀକାଳୀନ ସମୀକ୍ଷା କରିଛନ୍ତି କୃଷିମନ୍ତ୍ରୀ। ବୈଠକ ପରେ କୃଷିମନ୍ତ୍ରୀ କହିଛନ୍ତି, କ୍ଷେତ୍ର ଅଫିସର ମାନେ ଅନାବୃଷ୍ଟି ଜନିତ ପରିସ୍ଥିତିରେ ଚାଷୀ ଓ ଫସଲ ସହ ନିୟମିତ ସମ୍ପର୍କ ରଖିବା ଦରକାର। ସେମାନେ ନିଜର ମୁଖ୍ୟାଳୟ ଛାଡି ପାରିବେ ନାହିଁ। କୌଣସି ଅଧିକାରୀ ନିଜ ମୋବାଇଲ ବନ୍ଦ ନରଖିବାକୁ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପଞ୍ଚାୟତ ଓ ବ୍ଲକସ୍ତରରେ କ୍ଷୁଦ୍ର, ମଧ୍ୟମ ଜଳସେଚନର ଡାଟାବେସ୍ ପ୍ରସ୍ତୁତ କରିବେ କ୍ଷେତ୍ର ଅଧିକାରୀ। ନିଜ ଅଞ୍ଚଳର ଅନାବୃଷ୍ଟି ଓ ସମ୍ଭାବ୍ୟ ମରୁଡ଼ିର ପ୍ରତିକାର ପାଇଁ ଯୋଜନା କରିବେ। ପ୍ରତି ଶନିବାର ୫ଟାରେ ବ୍ଲକ ଓ ଜିଲ୍ଲାସ୍ତରରେ ସମୀକ୍ଷା ବୈଠକ ହେବ ବୋଲି କୃଷିମନ୍ତ୍ରୀ କହିଛନ୍ତି। 

Advertisment

ବର୍ତ୍ତମାନର ଅନାବୃଷ୍ଟି ଜନିତ ପରିସ୍ଥିତିକୁ ଆଖି ଆଗରେ ରଖି କୃଷି, ଉଦ୍ୟାନକୃଷି, ଜଳ ବିଭାଜିକା, ପଶୁସଂପଦ ବିକାଶ ଓ ମତ୍ସ୍ୟ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନଙ୍କର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। 

ଜୁନ୍ ୧ରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୩୦ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି। ରାଜ୍ୟରେ ମରୁଡି ସ୍ଥିତି ଭୟଙ୍କର ବୋଲି ବିରୋଧୀ ଦାବି କରିଥିଲେ।  ରାଜ୍ୟର ପ୍ରଭାବିତ ଅଞ୍ଚଳରେ ମରୁଡ଼ି ଘୋଷଣା କରିବାକୁ ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ମୋହନ ମାଝୀ ଅଭିଯୋଗ କରିଥିଲେ ଯେ, ମରୁଡ଼ି ମୁକାବିଲା ପାଇଁ ରାଜ୍ୟ ସରକାର କିଛି କରିନାହାନ୍ତି। ସମଗ୍ର ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇସାରିଲାଣି। ମରୁଡ଼ି ଘୋଷଣା କରାଯାଇ ଚାଷୀଙ୍କ ଲାଗି ତୁରନ୍ତ ପ୍ୟାକେଜ ଘୋଷଣା ହେଉ। ନଦୀ ଜଳ ସଂରକ୍ଷଣ ପାଇଁ ସରକାର ଟାସ୍କଫୋର୍ସ ଗଠନ କରନ୍ତୁ।

Advertisment

ଏହା ଭିତରେ ଆଶ୍ୱସ୍ତି ଆଣିପାରେ ଲଘୁଚାପ ବର୍ଷା। ଆସନ୍ତାକାଲି ସୋମବାରଠୁ ୨ ଦିନ ଯାଏଁ ପ୍ରବଳ ବର୍ଷାରେ ଭିଜିବ ଅଧାରୁ ଅଧିକ ଓଡ଼ିଶା। କାରଣ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ମଧ୍ୟରେ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ବିଶେଷ କରି ରାଜ୍ୟର ୨୨ଟି ଜିଲ୍ଲାରେ ବର୍ଷାର ପ୍ରଭାବ ରହିବାକୁ ଥିବାରୁ ସେସବୁ ଜିଲ୍ଲାକୁ ୟେଲୋ ଓ୍ବାଣ୍ଣିଂ ଜାରି କରାଯାଇଛି।

Agriculture Minister Drought In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ