Advertisment

‘ଦୋକାନ ଭାଙ୍ଗିଦେଲେ, ଏବେ ଲୋନ୍ କିପରି ଶୁଝିବୁ’

କସମେଟିକ ଦୋକାନ ଟିଏ କରିଥିଲୁ । ସରକାର ଦୋକାନ ଭାଙ୍ଗି ଦେଇଛନ୍ତି । ଏବେ ଦୋକାନାରେ କ’ଣ ଅଛି, ଦେଖିବାକୁ ଚାହିଁଲେ ମଧ୍ୟ ଛାଡ଼ୁନାହାନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
 Jharpara

Jharpara

ଭୁବନେଶ୍ୱର ଝାରପଡ଼ା ଗଣେଶ ମଣ୍ଡପ ହାଟ ଭାଙ୍ଗିଦେଲା ପରେ ଲୋକଙ୍କ ମନରେ ନିରାଶା ଖେଳିଯାଇଛି । କିଏ ଛାତି ବାଡ଼େଇ କାନ୍ଦୁଛି ତ କିଏ ପରିବାର କିପରି ଚଳାଇବ ଚିନ୍ତାରେ ଅଛି । ସରକାର ସାଧାରଣ ଜନତାଙ୍କ ସହ କିପରି ଏପରି ଅନ୍ୟାୟ କଲେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । ସରକାର ସିଧାସଳଖ ପେଟରେ ଲାତ ମାରିଛନ୍ତି ବୋଲି ଅଭିଯୋଗ ହୋଇଛି ।

Advertisment

ଗଣେଷ ମଣ୍ଡପ ହାଟରେ ଦୋକାନ ଦେଇଥିବା ଜଣେ ଯୁବକ ଲୁହକୁ ରୋକିପାରୁନାହାନ୍ତି । ସେ ନଥିବା ସମୟରେ ଦୋକାନ ମାଟିରେ ମିଶି ସାରିଛି । ଦୁଇ ଭାଇ ମିଶି ଦୋକାନ ଟିଏ କରିଥିଲେ । ଦୋକାନ ଦେବା ସହ ଆଉ କିଛି ରୋଜଗାର ପାଇଁ ସେ ଗାଡ଼ି ମଧ୍ୟ ଚଳାଉଛନ୍ତି । ହେଲେ ସକାଳେ ସ୍କୁଲ ପିଲାଙ୍କୁ ଛାଡି ଆସିଲା ବେଳକୁ ସବୁ କିଛି ଶେଷ ହୋଇସାରିଥିଲା ।

ସେ କହିଛନ୍ତି, ଫେରିବା ସମୟରେ ମୋ ଦୋକାନ ଆଉ କିଛି ନାହିଁ । କସମେଟିକ ଦୋକାନ ଟିଏ କରିଥିଲୁ । ସରକାର ଦୋକାନ ଭାଙ୍ଗି ଦେଇଛନ୍ତି । ଏବେ ଦୋକାନାରେ କ’ଣ ଅଛି, ଦେଖିବାକୁ ଚାହିଁଲେ ମଧ୍ୟ ଛାଡ଼ୁନାହାନ୍ତି । ଦୋକାନାରେ ପାଖାପାଖି ୨ ଲକ୍ଷ୍ୟ ଟଙ୍କାର ଜିନିଷ ଥିଲା, ଆମେ ଲୋନ ବି କରିଛୁ । ଦୋକାନ ଭାଙ୍ଗିଦେଲେ, ଏବେ ଲୋନ୍ କିପରି ସୁଝିବୁ । ଲୋନ ବାଲା ଆମକୁ ମାରି ପକେଇବେ।

Advertisment

ସେହିପରି ଜଣେ ବୁଟିକ୍ ଦୋକାନୀ ମଧ୍ୟ ଦୋକାନଭଙ୍ଗାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ୫ ଲକ୍ଷ୍ୟ ଟଙ୍କାର ଦୋକାନା କରିଥିଲି । ମାର୍କେଟର ସବୁଠାରୁ ବଡ ଦୋକାନ । ୪ଲକ୍ଷ୍ୟ ଟଙ୍କାର ୟୁନିଅନ ବ୍ୟାଙ୍କରୁ ଲୋନ୍ କରିଥିଲା । ମୁଁ ବର୍ତ୍ତମାନ କେମିତି ସୁଝିବି । ସବୁ ସର୍ବନାଶ ହେଇଗଲା। ସଂନ୍ଧ୍ୟା ବେଳେ ଗୋଟିଏ ଛୋଟିଆ ମାଇକରେ କହିଲେ ଯେ କାଲି ଦୋକାନ ଭଙ୍ଗାଯିବ । ଆମେ ଭାବିଲୁ କଣ ଭଙ୍ଗାଯିବ, କଣ କରିବୁ । ମାର୍କେଟର ମୁଖିଆ କହିଲେ, ଜିନିଷ କିଛି କାଢନି,ଦେଖିବା କଣ କରାଯିବ। ଜିନିଷ କିଛି ବି କାଢିନୁ। ସକାଳେ ଭୋର ୫ଟାରେ ଆସିଲା ବେଳକୁ ସବୁ ଭଙ୍ଗା ଆରମ୍ଭ ହେଲାଣି । କଣ କରିବୁ, ସୁଇସାଇଡ୍ କରିକି ମରିବୁ, ୟା ଛଡା ଆଉ କିଛି ଉପାୟ ନାହିଁ । ଏଇ ହେଉଛି ବିଜେଡି ସରକାରର ନୀତି । ନବୀନ ସରକାର ନାଁରେ ଏତେ ଏତେ ଢିଂଢୋରା ପିଟାହେଉଛି,ଏଇ କଣ ନବୀନଙ୍କର ସତମୁଖା ।

ସୂଚନାଯୋଗ୍ୟ ଆଜି ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। କିଛି ନୋଟିସ ନଦେଇ ଆଜି ସକାଳୁ ସକାଳୁ ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ହେଉଥିବାରୁ ବ୍ୟବସାୟୀ ଓ ବାସିନ୍ଦାମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ବିରୋଧ କରିଛନ୍ତି। ଉଚ୍ଛେଦ ପ୍ରତିବାଦରେ ବ୍ୟବସାୟୀ ମାନେ କଟକ-ପୁରୀ ରୋଡର ଝାରପଡ଼ା ଓଭରବ୍ରିଜ ନିକଟରେ ରାସ୍ତାରୋକ କରିଥିଲେ। ଆନ୍ଦୋଳନ ବେଳେ ପୋଲିସ-ଆନ୍ଦୋଳନକାରୀ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଆନ୍ଦୋଳନ ଜୋରଦାର ହେବା ପରେ କିଛି ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଥିଲା। ଏହାପରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ଦିଲ୍ଲୀପ ମହାନ୍ତି, ସୁନିତୀ ମୁଣ୍ଡ୍ ପ୍ରମୁଖ ଚାଲି ଚାଲି ଡିସିପି ଅଫିସ ଅଭିମୁଖେ ବାହାରିଥିଲେ। ହେଲେ ପୋଲିସ ସେମାନଙ୍କୁ ଅଧା ବାଟରୁ ଉଠାଇ ଭ୍ୟାନରେ ବସାଇ ଡିସିପି ଅଫିସ ଆଣିଥିଲା।

Daily Market Eviction
Advertisment
Advertisment