• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

 ରାଜ୍ୟରେ ବଦଳିବ କି ମନ୍ତ୍ରିମଣ୍ଡଳ ? ନବୀନଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ହେଉଛି । ତେବେ ବର୍ତ୍ତମାନ ସୁଦ୍ଧା ୨/୪ଜଣ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ଫୋନ୍ ଯାଇଥିବା ଚର୍ଚ୍ଚା ।  ରାଜା ସ୍ୱାଇଁ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ହୋଇଥିବା ଚର୍ଚ୍ଚା ହେଉଛି । ତେବେ ଏନେଇ କିଛି ନିର୍ଦ୍ଦିଷ୍ଟ ଭାବେ ସୂଚନା ମିଳିନି । ଏହାରି ଭିତରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଇସ୍ତଫା ଦେଇଥିବା ଜଣାପଡ଼ିଛି । ସେ ଉପବାଚସ୍ପତିଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । 

ତେବେ ଆସନ୍ତାକାଲି ନୂତନ ମନ୍ତ୍ରିମଣ୍ଡଳ ଶପଥ ନେବାର ଅନେକ ସମ୍ଭାବନା ରହିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ଶେଷ ହୋଇଥିବାବେଳେ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅଦଳବଦଳ ହେବ ନବୀନଙ୍କ ମନ୍ତ୍ରିମଣ୍ଡଳ ।

ସେପଟେ କେଉଁ ମନ୍ତ୍ରୀ ରହୁଛନ୍ତି, କେଉଁ ମନ୍ତ୍ରୀ ବାଦ ପଡ଼ୁଛନ୍ତି, କାହାକୁ ନୂଆ ଦାୟିତ୍ୱ ମିଳିବ ତାହା ଅଳ୍ପ ଦିନରେ ସ୍ପଷ୍ଟ ହୋଇଯିବ । ତେବେ ବିରୋଧୀ ଯେଉଁ ମନ୍ତ୍ରୀଙ୍କ ବିରୋଧରେ ଅଧିକ ଅଭିଯୋଗ ଆଣୁଛନ୍ତି, ତାଙ୍କୁ ମଧ୍ୟ ଟିମ୍‌ରୁ ବାହାର କରାଯାଇପାରେ ବୋଲି ସୂଚନା ମିଳିଛି । ଏଥର ନୂଆ ଟିମ୍‌ ଗଠନ କରିବାକୁ ନବୀନ ବାବୁ ଯୋଜନା କରିଛନ୍ତି ।