Advertisment

ହୋଟେଲ, ରେଷ୍ଟୁରାଣ୍ଟରେ ଖାଇବା ଥାଳିରୁ ଲେମ୍ବୁ ଗାଏବ !

ଲେମ୍ବୁର ହଠାତ୍ ଆକାଶଛୁଆଁ ଦରକୁ ନେଇ କଣ କହୁଛନ୍ତି ବ୍ୟବସାୟୀ?

undefined

Lemon Price Hiked

Advertisment

ହୋଟେଲରେ ଭାତ ସାଙ୍ଗେ ଲେମ୍ବୁ ଖଣ୍ଡେ ମାଗିଲେ, ସିଧା ସିଧା ମନା କରୁଛି ଦୋକାନୀ।  ଏହା ହେଉଛି ଏବେ ଅମୂଲମୂଲ ଲେମ୍ବୁର ସାଇଡ୍ ଇଫେକ୍ଟ ! ଗୋଟେ ପଟେ ଦର ଆକାଶଛୁଆଁ ତ ଅନ୍ୟପଟେ ହୋଟେଲ କି ରେଷ୍ଟୁରାଣ୍ଟରେ ଖାଇବା ଥାଳିରୁ ଲେମ୍ବୁ ଗାଏବ। ଗୋଟାକୁ ଦର ୧୦ ଟଙ୍କା ଛୁଇଁବା ପରେ ଆଉ ମିଲ୍ ସାଙ୍ଗେ ଲେମ୍ବୁ ଦେବାକୁ ଦୋକାନୀ କୁନ୍ଥୁ କୁନ୍ଥୁ। ରେଷ୍ଟୁରାଣ୍ଟ ମାଲିକଙ୍କ କହିବା କଥା, ମିଲ୍ ଗୋଟେ ବିକିଲେ ୫-୧୦ ଟଙ୍କା ଲାଭ ମିଳୁଛି ପୂର୍ବରୁ କମ୍ ଦରରେ ଲେମ୍ବୁ କିଣୁଥିଲୁ, ତେଣୁ ଖଣ୍ଡେ ଖଣ୍ଡେ ଦେଉଥିଲେ ଏବେ ଲେମ୍ବୁ କିଣିବାକୁ ଡର ମାଡୁଛି, ଦବୁ କୁଆଡୁ ?

Advertisment

ଖାଲି ହୋଟେଲ କି ରେଷ୍ଟୁରାଣ୍ଟ ନୁହେଁ, ରାସ୍ତାକଡ଼ରେ ସୋଢ଼ା କି ଚିନି ପକାଇ ସରବତ ବିକୁଥିବା ଦୋକାନୀ ଲେମ୍ବୁ ସରବତ୍ ଦାମ୍ ଗ୍ଲାସ୍ ପିଛା ଦର ୧୦ ଟଙ୍କାରୁ ସିଧା ୧୫ ନହେଲେ ୨୦ଟଙ୍କାକୁ ବଢ଼ାଇ ଦେଇଛନ୍ତି। ପୂର୍ବରୁ ଯେଉଁଠି ଗୋଟେ ଗ୍ଲାସ୍ ପାଇଁ ଗୋଟେ ଲେମ୍ବୁ ଚିପୁଡୁଥିଲେ ଏବେ ଫାଳେ ଦେବାକୁ ହାତ ଯାଉନି। ଖରାଦିନେ ପଥଚାରୀଙ୍କ ହଂସା ରଖୁଥିବା ଲେମ୍ବୁ ପାଣିର ଚାହିଦା ଅଧିକ ଥିବାରୁ ଅକଳରେ ବେପାରୀ। ଅନେକ ସ୍ଥାନରେ ଗ୍ରାହକ ବର୍ଦ୍ଧିତ ଦର ଦେବାକୁ ଅରାଜି ହେଉଥିବାରୁ କ୍ଷତି ସତ୍ତ୍ୱେ ପୁରୁଣା ରେଟ୍‌ରେ ବେପାର ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ସରବତ୍ ଦୋକାନୀ। ସେମିତି ଆଖୁ ରସରେ ସ୍ବାଦ ଦୁଇ ଗୁଣା କରୁଥିବା ଲେମ୍ବୁ, ଗ୍ରାହକ ମାଗିଲା ପରେ ଦୋକାନୀ ଦେଉଛନ୍ତି ନହେଲେ ଲୁଚେଇ ରଖୁଛନ୍ତି।

ତେବେ ଲେମ୍ବୁର ହଠାତ୍ ଆକାଶଛୁଆଁ ଦର ଗୋଟାକୁ ୧୦, ତିନିଟାକୁ ୨୦ ସମ୍ପର୍କରେ ବ୍ୟବସାୟୀ କହୁଛନ୍ତି, ୨୦ ବର୍ଷ ବେପାରରେ ଏମିତି ସ୍ଥିତି କେବେ ଆସିନି। ଲେମ୍ବୁ ପାଇଁ ବର୍ଷ ସାରା ପଡ଼ୋଶୀ ଆନ୍ଧ୍ର ଉପରେ ନିର୍ଭର କରେ ଓଡ଼ିଶା। ଯେହେତୁ ଏଥର ସେଠି ଉତ୍ପାଦନ କମିଛି, ତେଣୁ ଦର ବଢ଼ିଛି ତେବେ ଏଠି ଚର୍ଚ୍ଚା, ଲେମ୍ବୁ ଉତ୍ପାଦନରେ ଏକ ନମ୍ବର ରାଜ୍ୟର ବୋଲି କହି ଡିଣ୍ଡିମ ପିଟୁଥିବା ଓଡ଼ିଶା ସରକାର, ବାସ୍ତବରେ କେବେ ଲେମ୍ବୁ ଉତ୍ପାଦନ ବଢ଼ାଇବେ ?

Advertisment

ରିପୋର୍ଟ: ଜଗନ୍ନାଥ ସାହୁ, ଦେବାଶିଷ ମହାନ୍ତି ଓ କପିଳେନ୍ଦ୍ର ପ୍ରଧାନ

State Government Lemon Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ