ଏ କି ସଙ୍କେତ ? ପହଣ୍ଡି ବେଳେ ଢଳିପଡ଼ିଲେ ଜଗନ୍ନାଥ

ଚାରମାଳ ଉପରେ ମହାପ୍ରଭୁ ଅତ୍ୟଧିକ ଢଳିପଡିଥିବା ଦେଖିବାକୁ ମିଳିଥିଲା । ସେବାୟତମାନେ ପହଣ୍ଡିରେ ନେବାବେଳେ ହଠାତ୍ ଢଳି ପଡିଥିଲେ ଶ୍ରୀଜଗନ୍ନାଥ ।

ଚାଲିଥିଲା ପହଣ୍ଡି, ଢଳିପଡ଼ିଲେ ଜଗନ୍ନାଥ

ମହାପ୍ରଭୁ ଜଗନ୍ନାଥ ଆଡପମଣ୍ଡପକୁ ବିଜେବେଳେ କିଛି ବ୍ୟତିକ୍ରମ ଦେଖାଦେଇଛି । ଚାରମାଳ ଉପରେ ମହାପ୍ରଭୁ ଅତ୍ୟଧିକ ଢଳିପଡିଥିବା ଦେଖିବାକୁ ମିଳିଥିଲା । ସେବାୟତମାନେ ପହଣ୍ଡିରେ ନେବାବେଳେ ହଠାତ୍ ଢଳି ପଡିଥିଲେ ଶ୍ରୀଜଗନ୍ନାଥ । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନଥିବାବେଳେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଗତକାଲି ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି । ରୀତିନୀତି ଅନୁଯାୟୀ ଶ୍ରୀଜିଉମାନଙ୍କ ସମସ୍ତ ନୀତିକାନ୍ତି ଶେଷହେବା ପରେ ଜନ୍ମବେଦୀକୁ ଯାଇଥିଲେ ରାମକୃଷ୍ଣ, ମଦନମୋହନ, ଶ୍ରୀସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ ଝୁଲିଝୁଲି ପ୍ରବେଶ କରିଥିଲେ କାଳିଆ ଠାକୁର ।

ରଥ ଉପରୁ ମହାପ୍ରଭୁ ଟାହିଆ ଲଗାଇ ଝୁଲିଝୁଲି ଭକ୍ତଙ୍କ ମେଳରେ ଆସିଥିଲେ । ହେଲେ ଆଡପମଣ୍ଡପକୁ ବିଜେବେଳେ ଚାରମାଳ ଉପରେ ମହାପ୍ରଭୁ ଅତ୍ୟଧିକ ଢଳିପଡିଥିବା ଦେଖିବାକୁ ମିଳିଥିଲା ।