• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପାଖେଇ ଆସୁଛି ବିଶ୍ୱ ପ୍ରଶିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଘୋଷଯାତ୍ରାରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ଅଛି । ଏହାକୁ ନେଇ ଆଜି ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ସମନ୍ୱୟ ବୈଠକ ହୋଇଥିଲା । ମୁଖମନ୍ତ୍ରୀ ଅନ୍ଲାଇନରେ ଯୋଗ ଦେଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।
ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବାକୁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ଦୁଇ ବର୍ଷ କୋଭିଡ ସମୟରେ ସୁରୁଖୁରୁରେ ରଥଯାତ୍ରା କରାଯାଇଥିବାରୁ ପୁରୀବାସିନ୍ଦା ଓ ସେବାୟତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । 

ଏନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ଏଥର ଅଧିକ ଭିଡ଼ ହେବାର ସମ୍ଭାବନା ଅଛି । ତାକୁ ଦୃଷ୍ଟିରେ ରଖି ରଥଯାତ୍ରା ସୁରୁଖୁରୁରେ ସଂପନ୍ନ କରିବାକୁ ସବୁ ପଦକ୍ଷେପ ନିଆଯାଉଛି । ଉନ୍ନୟନ କମିଶନର ପିକେ ଜେନା ସମସ୍ତ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ବୈଠକରେ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କ ସହିତ ପ୍ରଶାସନର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । 
ଅନ୍ୟପକ୍ଷେ , ରଥଯାତ୍ରାକୁ ନଜରରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗସ୍ୱତନ୍ତ୍ର ଗାଇଡ ଲାଇନ ଜାରି କରିଛି  । ଦେବ ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଚଳିତ ବର୍ଷ ଯଥା ରୀତି ନୀତି ଅନୁସାରେ ଭକ୍ତଙ୍କ ଗହଳରେ ପାଳନ ହେବ । ଏଣୁ କୋଭିଡ ସହ ମଙ୍କିପକ୍ସକୁ ନଜରରେ ରଖି ଏହି ଗାଇଡ ଲାଇନ ଜାରି ହୋଇଛି । ପୂର୍ବରୁ ଦିଆଯାଇଥିବା କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଏଥିରେ ଉଲ୍ଲେଖ ହୋଇଛି ।