Advertisment

ଇକ୍‌ମୋ ଚିକିତ୍ସାରେ ଶିଶୁକନ୍ୟାର ସଫଳ ଅସ୍ତ୍ରୋପଚାର

ଏମ୍‌ସର ଶିଶୁ ରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ଅକ୍ସିଜେନ୍ ସପୋର୍ଟ ଦିଆଯାଇଥିଲା। ତେବେ ଫୁସଫୁସ୍‌ରେ ଗଭୀର ସଂକ୍ରମଣ ସନ୍ଦେହ କରି ଏମ୍ସର ଏକ ବିଶେଷଜ୍ଞ ଡାକ୍ତର କମିଟି ଦ୍ୱାରା ଇକମୋ ଚିକିତ୍ସା କରାଯାଇଥିଲା।

AIIMS Doctor Team

AIIMS Doctor Team

Advertisment

ଭୁବନେଶ୍ୱର: ଭୁବନେଶ୍ୱର ଏମ୍‌ସରେ ବିରଳ ଅସ୍ତ୍ରୋପଚାର। ଇକ୍‌ମୋ ଚିକିତ୍ସାରେ ୨୨ ମାସ ଶିଶୁକନ୍ୟାର ସଫଳ ଅସ୍ତ୍ରୋପଚାର କରାଯାଇଛି। ଫଳରେ ଜଟିଳ ଫୁସଫୁସ୍ ସଂକ୍ରମଣରୁ ସୁସ୍ଥ ହୋଇଛି ୨୨ ମାସର କୁନି ଝିଅ। ଢେଙ୍କାନାଳର ଏହି ଶିଶୁ ପ୍ରଥମେ କୋଭିଡ୍‌ରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲା। ଏହାପରେ ତାକୁ ଜ୍ୱର ହୋଇଥିଲା ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥିଲା। ଏଥିପାଇଁ ଶିଶୁଟିକୁ ଭୁବନେଶ୍ୱର ଓ କଟକର ଏକାଧିକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିନଥିଲା। 

Advertisment

ଶେଷରେ ତାକୁ ଏମ୍‌ସର ଶିଶୁ ରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ଅକ୍ସିଜେନ୍ ସପୋର୍ଟ ଦିଆଯାଇଥିଲା। ତେବେ ଫୁସଫୁସ୍‌ରେ ଗଭୀର ସଂକ୍ରମଣ ସନ୍ଦେହ କରି ଏମ୍ସର ଏକ ବିଶେଷଜ୍ଞ ଡାକ୍ତର କମିଟି ଦ୍ୱାରା ଇକମୋ ଚିକିତ୍ସା କରାଯାଇଥିଲା। ଗତ ଅଗଷ୍ଟ ୩୦ ତାରିଖରେ ଏଭଳି ଇକ୍‌ମୋ ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥାରେ ନାଟକୀୟ ଭାବେ ଉନ୍ନତି ପରିଲକ୍ଷିତ ହୋଇଥିଲା।

ପୁଣିଥରେ ସେପ୍ଟେମ୍ବର ୧୩ ତାରିଖରେ ଦ୍ୱିତୀୟ ଥର ପାଇଁ ଶିଶୁଟିକୁ ଇକମୋ ଚିକିତ୍ସା ପରେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛି। ଏଭଳି ବିରଳ ରୋଗର ସଫଳ ଚିକିତ୍ସା କରିବାରେ ଏହି ୨୨ ମାସ ଶିଶୁ ହେଉଛି ଦେଶରେ ସର୍ବକନିଷ୍ଠ।  

Advertisment
COVID19 AIIMS Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ