Advertisment

ରାମାନୁଜାଚାର୍ଯ୍ୟଙ୍କ ମଙ୍ଗଳଗିରି ପ୍ରଭା ସୁନା ନା ପିତ୍ତଳ? କାହା ପାଖରେ ନାହିଁ ସ୍ପଷ୍ଟ ଉତ୍ତର

ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ ପାଳନ ବେଳେ ପ୍ରଭା ଗାଏବ୍ ଥିବା ଚର୍ଚ୍ଚା ଭିତରେ କିନ୍ତୁ ଓଟିଭିକୁ ଏମାର ମଠର ପୂଜକ ଦେଇଛନ୍ତି ଏକ୍ସକ୍ଲୁସିଭ୍ ତଥ୍ୟ।

Ramanujacharya’s valuable tableau

Ramanujacharya’s valuable tableau

Advertisment

ପୁଣି ଚର୍ଚ୍ଚାରେ ପୁରୀର ଏମାର ମଠ। ଚର୍ଚ୍ଚାରେ ଗାଏବ୍ ରାମାନୁଜାଚାର୍ଯ୍ୟଙ୍କ ମଙ୍ଗଳଗିରି ପ୍ରଭା। ଏମାର ମଠରେ ରାମାନୁଜାଚାର୍ଯ୍ୟଙ୍କ ମୂର୍ତ୍ତି ସାମ୍ନାରେ ଏ ପ୍ରଭାକୁ ସୁନାଭଳି ଦିଶୁଛି କିନ୍ତୁ ସୁନା ନୁହେଁ, କାଠର ବେହରଣ ଉପରେ ଜରିର ଛାଉଣୀ ଗତକାଲି ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀରେ ଏ କଥା ସାମ୍ନାକୁ ଆସିବା ପରେ ହଇଚଇ। କିଏ କହୁଛନ୍ତି, ପୂର୍ବରୁ କାଠର ପ୍ରଭାରେ ସୁନା ଛାଉଣୀ ହୋଇଥିଲା ତ କିଏ କହୁଛନ୍ତି ପିତ୍ତଳ ଛାଉଣୀ ଥିଲା।

Advertisment

ଏମିତିକି ଏମାର ମଠରୁ ୫୨୨ଖଣ୍ଡ ରୁପା ଇଟା ଉଦ୍ଧାର ପରେ ଶେଷଥର ପାଇଁ ୨୦୧୨ ମସିହାରେ ସୁନାଛାଉଣୀ ପ୍ରଭା ଯୁକ୍ତ ସିଂହାସନରେ ରାମାନୁଜଙ୍କ ମୂର୍ତ୍ତି ବସାଇ କଡ଼ା ସୁରକ୍ଷା ବଳୟରେ ଶ୍ରୀମନ୍ଦିର ପରିକ୍ରମା କରାଯାଇଥିବା କୁହାଯାଉଛି। ସେତେବଳର ଟ୍ରଷ୍ଟ ବୋର୍ଡ ସଦସ୍ୟ ବି କହିଛନ୍ତି ଏହା ସୁନାର ପ୍ରଭା ଥିଲା ବୋଲି ତାଙ୍କ ଧାରଣା। ହେଲେ ଏବେ ତାହା ଗାଏବ୍ ଥିବା କୁହାଯାଉଛି।

ଏଥର ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ ପାଳନ ବେଳେ ପ୍ରଭା ଗାଏବ୍ ଥିବା ଚର୍ଚ୍ଚା ଭିତରେ କିନ୍ତୁ ଓଟିଭିକୁ ଏମାର ମଠର ପୂଜକ ଦେଇଛନ୍ତି ଏକ୍ସକ୍ଲୁସିଭ୍ ତଥ୍ୟ। କହିଛନ୍ତି ପ୍ରାୟ ୧୦-୧୧ ବର୍ଷ ତଳୁ କେହି ଦୁର୍ବୃତ୍ତ ପ୍ରଭା ରହୁଥିବା କୋଠରି ଭାଙ୍ଗି ତାହାକୁ ଚୋରି କରି ନେଇଯାଇଛି। ଏ ସଂପର୍କରେ ସେତେବେଳେ ସେ ମହନ୍ତ ମହାରାଜଙ୍କୁ ଜଣାଇଥିଲେ ବୋଲି କହିଛନ୍ତି। ହେଲେ ତାହା ପିତ୍ତଳ କି ସୁନା ତାହା ବି ସେ ସ୍ପଷ୍ଟ କରିପାରୁନାହାନ୍ତି।

Advertisment

ସେପଟେ ଅସଲ ପ୍ରଭା ଗାଏବ୍ ସଂପର୍କରେ ବର୍ତ୍ତମାନ ଟ୍ରଷ୍ଟର ଅଧ୍ୟକ୍ଷ ନାରାୟଣ ରାମାନୁଜ ଦାସ ମହାରାଜଙ୍କ ପାଖରେ ବି ଖବର ନାହିଁ। ଏମିତିକି, ଦାୟିତ୍ୱ ହସ୍ତାନ୍ତର ବେଳେ ତାଙ୍କୁ ପ୍ରଭା ସଂପର୍କିତ  ତାଲିକା ଦିଆଯାଇ ନଥିବା ଏବଂ କେବଳ କାଠର ପ୍ରଭାଟି ତାଙ୍କୁ ଦିଆଯାଇଥିବା କହିଛନ୍ତି। ସେହିପରି ଯେହେତୁ ସିଂହାସନଟି ପିତ୍ତଳର, ପୂର୍ବରୁ ପ୍ରଭା ମଧ୍ୟ ସୁନା ନୁହେଁ, ପିତ୍ତଳ ଛାଉଣୀ ଥିବା କହିଛନ୍ତି ଟ୍ରଷ୍ଟର ଅଧ୍ୟକ୍ଷ।

ତେବେ ଏଠି ପ୍ରଶ୍ନ ଉଠୁଛି, ପିତ୍ତଳ ହେଉ କି ସୁନା ଛାଉଣୀ। ମଠ ପରିସରରୁ ସେ ପ୍ରଭା ଗଲା କୁଆଡ଼େ ଯଦି ଚୋରି ହୋଇଛି, ତାହାଲେ ସେ ସମୟରେ ଏନେଇ ପୋଲିସ୍‌ରେ ଏତଲା ହୋଇଛି କି ନାହିଁ। ଯେଉଁ ସମୟରୁ ଏହା ଗାଏବ୍ ହୋଇଥିବା କୁହାଯାଉଛି, ସେ ସମୟର ମହନ୍ତ ମହାରାଜଙ୍କ ଏନଭେଣ୍ଟୋରୀ ଯାଞ୍ଚ ହୋଇଛି କି ନାହିଁ। ଏ ରହସ୍ୟ ଉପରୁ କେବେ ପର୍ଦ୍ଦା ଉଠୁଛି, ଦେବୋତ୍ତର କମିଶନ୍ ଏନେଇ କି ପଦକ୍ଷେପ ନେଉଛନ୍ତି ଏବେ ତା ଉପରେ ନଜର।

Advertisment

ରିପୋର୍ଟ: ମଧୁସୂଦନ ମିଶ୍ର

Emar Matha Ramanujacharya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ