Advertisment

ଜରାଜୀର୍ଣ୍ଣ ଅବସ୍ଥାରେ ରକ୍ତତୀର୍ଥ ଇରମ୍‌: ଭାଙ୍ଗିବାକୁ ବସିଲାଣି ୭୯ ବର୍ଷ ତଳର ଐତିହ୍ୟ ସ୍ମୃତି

ସମଗ୍ର ଓଡିଶାରେ ଏପରି କୌଣସି ସ୍ଥାନ ନାହିଁ, ଯେଉଠି ପରାଧୀନ ଭାରତର ମୁକ୍ତି କାମନା କରି ଏକ ସମୟରେ ୨୯ଜଣ ସଂଗ୍ରାମୀ ସହୀଦ ହୋଇଛନ୍ତି। ଆଉ ଏହି ସଂଗ୍ରାମୀମାନଙ୍କ ମଧ୍ୟରେ ଜଣେ ମହିଳା ସଂଗ୍ରାମୀ ମଧ୍ୟ ତାଙ୍କ ପ୍ରାଣବଳୀ ଦେଇଛନ୍ତି।

ଅଦ୍ୟତନ ହୋଇଛି
Rakata Tirtha Eram

Rakata Tirtha Eram

Advertisment

ବାସୁଦେବପୁର(କିରୀଟି ଦାସ): ଇରମ୍ ଗୁଳିକାଣ୍ଡକୁ ୭୯ ବର୍ଷ ପୁରିଥିଲେ ମଧ୍ୟ ସ୍ୱାଧୀନତା ସଂଗ୍ରାମୀ ପୀଠ ଭାବେ ଏହାର ବିକାଶ ହୋଇପାରିନି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। ୧୯୪୨ ସେପ୍ଟେମ୍ବର ୨୮ରେ ଏଠାରେ ଇଂରେଜଙ୍କ ଗୁଳିର ଶିକାର ହୋଇଥିଲେ ୨୯ ଜଣ ସଂଗ୍ରାମୀ। ଭଦ୍ରକ ଜିଲ୍ଲା ବାସୁଦେବପୁର ଇରମ ମେଳଣ ପଡ଼ିଆରେ ଶତାଧିକ ସଂଗ୍ରାମୀ ଏକାଠି ହୋଇଥିବା ବେଳେ ସେମାନଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲା ବ୍ରିଟିଶ ଫୌଜ। ଏଥିରେ ୨୯ ଜଣ ସଂଗ୍ରାମୀ ସହିଦ ହୋଇଥିଲେ, ଗୁରୁତର ଆହତ ହୋଇଥିଲେ ୫୬ ଜଣ।  ଦ୍ୱିତୀୟ ଜାଲିଆନାୱାଲାବାଗ ଭାବେ ପରିଚିତ ଏହି ରକ୍ତ ରଞ୍ଜିତ ଇରମ।

Advertisment

ସେଦିନ ଥିଲା ୧୯୪୨ମସିହା ସେପ୍ଟେମ୍ୱର ମାସ ୨୮ତାରିଖ। ଗାନ୍ଧିଜୀଙ୍କ କର ବା ମର ନୀତିର ଆହ୍ୱନରେ ପରାଧୀନ ଭାରତର ମୁକ୍ତି କାମନା କରି ବାସୁଦେବପୁର ବ୍ଲକ ଇରମ ମେଳନ ପଡିଆରେ ସମବେତ ହୋଇଥିଲେ ଶତାଧିକ ସଂଗ୍ରାମୀ। ଏହି ସଂଗ୍ରାମୀ ଜାଣି ନଥିଲେ, ସେଦିନର ସନ୍ଧ୍ୟା ସେମାନଙ୍କ ପାଇଁ ଶେଷ ସନ୍ଧ୍ୟା ହେବ।

ସମବେତ ସଂଗ୍ରାମୀମାନଙ୍କ ମଧ୍ୟରୁ ମଣି ବେଜ ନାମକ ସଂଗ୍ରାମୀ ଜଣେ ବ୍ରିଟିଶ କର୍ମଚାରୀଙ୍କ ହାତରୁ ତାଙ୍କ ପୋଷାକ ଛଡାଇ ଆଣି ତଳେ ପକାଇ ପାଦରେ ଦଳି ଦେଇଥିଲେ। ଏହି ଖବର ନିମିଷକ ମଧ୍ୟରେ ପହଞ୍ଚି ଯାଇଥିଲା ବ୍ରିଟିଶ ଫୌଜଙ୍କ ପାଖରେ। ଆଉ ନିମିଷକ ମଧ୍ୟରେ ଝପଟି ଆସିଥିଲା ବ୍ରିଟିଶ ଫୌଜ‌୍‍ ଏହି ମେଳନ ପଡିଆକୁ। ହଠାତ‌୍‍ ଗର୍ଜି ଉଠିଥିଲା ବ୍ରିଟିଶ ଫୌଜଙ୍କ ରକ୍ତମୁଖା ବନ୍ଧୁକ। ହେଲେ ବନ୍ଧୁକ ମୁନରେ ଟଳିପଡି ସହିଦ ହୋଇଗଲେ ୨୯ଜଣ ସଂଗ୍ରାମୀ।

Advertisment

ସମଗ୍ର ଓଡିଶାରେ ଏପରି କୌଣସି ସ୍ଥାନ ନାହିଁ, ଯେଉଠି ପରାଧୀନ ଭାରତର ମୁକ୍ତି କାମନା କରି ଏକ ସମୟରେ ୨୯ଜଣ ସଂଗ୍ରାମୀ ସହୀଦ ହୋଇଛନ୍ତି। ଆଉ ଏହି ସଂଗ୍ରାମୀ ମାନଙ୍କ ମଧ୍ୟରେ ଜଣେ ମହିଳା ସଂଗ୍ରାମୀ ମଧ୍ୟ ତାଙ୍କ ପ୍ରାଣବଳୀ ଦେଇଛନ୍ତି। ସେଥିପାଇଁ ଏହି ରକ୍ତରଞ୍ଜିତ ରକ୍ତତୀର୍ଥ ଇରମକୁ ଦ୍ୱିତୀୟ ଜାଲିଆନାୱାଲାବାଗ ବୋଲି କୁହାଯାଏ।

ଆହତ ସଂଗ୍ରାମୀ ମାନଙ୍କ ମଧ୍ୟରୁ ଜଣ ଜଣ କରି ସଭିଁଏ ଆରପାରିକୁ ଚାଲିଗଲେଣି। ଆଉ କେବଳ ସ୍ମୃତିକୁ ପଛରେ ଛାଡି ଯାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଇରମକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଛି ସତ, ହେଲେ ଆଜିଯାଏ ସେମିତି ଆଖିଦେଖା ବିକାଶ ହୋଇପାରିନି।

Advertisment
Odisha Freedom Fighter Eram
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ