/odishatv-khabar/media/post_attachments/uploadimage/library/16_9/16_9_0/Rajasthan_1653466515.jpg)
Rajasthan
ପତି ପରମେଶ୍ୱରଙ୍କୁ ପତ୍ନୀଙ୍କ ନିସ୍ତୁକ ମାଡ଼ । ଘର ଭିତରେ ଗୋଡ଼ାଇ ଗୋଡ଼ାଇ କ୍ରିକେଟ ବ୍ୟାଟରେ ନିଜ ସ୍ୱାମୀଙ୍କୁ ନିସ୍ତୁକ ପିଟୁଛନ୍ତି ମହିଳା ଜଣକ । ଏପରିକି ସାମ୍ନାରେ ଛୋଟ ପୁଅ ଥିଲେ ମଧ୍ୟ ତାକୁ ଖାତିର ନ କରି ସ୍ୱାମୀଙ୍କୁ ମାଡ଼ ମାରି ଚାଲିଛନ୍ତି ମହିଳା ଜଣକ । ବିଚରା ସ୍ୱାମୀ ଜଣକ ଯେଉଁଠି ଲୁଚିଲେ ମଧ୍ୟ ରକ୍ଷା ନାହିଁ । ମହିଳା ଜଣକ ଏତେ ଉଗ୍ର ହୋଇଛନ୍ତି ଯେ, ହାତରେ ଯାହା ପାଇଲେ ତାହା ସ୍ୱାମୀଙ୍କ ଉପରକୁ ପିଙ୍ଗୁଛନ୍ତି । ରାଜସ୍ଥାନ ଅଲଓ୍ୱାରରେ ଏହି ଅଭାବନୀୟ ଘଟଣା ଘଟିଛି ।
ଅଲଓ୍ୱାରର ସରକାରୀ ଶିକ୍ଷକ ଅଜିତ ଯାଦବ । ୯ ବର୍ଷ ତଳେ ଭଲ ପାଇ ବିବାହ କରିଥିଲେ । ହେଲେ ସ୍ୱାମୀଙ୍କୁ ସ୍ତ୍ରୀ କାହିଁକି ମାଡ଼ ମାରୁଛନ୍ତି ଜଣାପଡ଼ୁନି । ଭାରତୀୟ ସଂସ୍କୃତି ସ୍ୱାମୀଙ୍କୁ ଦେବତା ରୂପେ ଅଭିହିତ କରୁଥିବା ବେଳେ ଏପରି ଭିଡିଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି ସ୍ତ୍ରୀଙ୍କ ଉଗ୍ରରୂପ ଦେଖି ସ୍ୱାମୀଙ୍କ ଅବସ୍ଥା ମଧ୍ୟ ଖରାପ ହୋଇଯାଇଛି । ସେପଟେ ବାପା ଉପରେ ମାଆଙ୍କ ଏପରି ମାଡ଼ ଦେଖି କୁନି ପୁଅଟି ପୂରା ଛାନିଆ ହୋଇଯାଇଛି । ଶେଷରେ ପତ୍ନୀଙ୍କ ମାଡ଼ରୁ ରକ୍ଷା ପାଇବା ପାଇଁ ଘର କବାଟ ଖୋଲି ବାହାରକୁ ପଳାଇଛନ୍ତି ବିଚରା ସ୍ୱାମୀ । ସିସିଟିଭିରେ ସବୁ ଭିଜୁଆଲ ରେକର୍ଡ ହୋଇଛି ।
In a strange case of domestic violence, a school principal in #Alwar district of #Rajasthan has move the court seeking protection from the physical and mental harassment of his wife.
According to the man, his wife has been beating him black and blue leaving him weak mentally. pic.twitter.com/J1UOmRhyHw
— IANS (@ians_india) May 25, 2022
ତେବେ ପୂର୍ବରୁ ମହିଳା ଜଣକ ଏପରି ଅନେକ ଥର କରିଛନ୍ତି । ତେବେ ଲୋକଲଜ୍ଜା ଭୟରେ ବିଚରା ସ୍ୱାମୀ ଏହାକୁ ବାହାରେ ପ୍ରକାଶ କରୁନଥିଲେ । ଶେଷରେ ଅସହ୍ୟ ହେବାରୁ ସ୍ୱାମୀ ଅଜିତ ଥାନାକୁ ଯାଇଥିଲେ । ତାଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)