Advertisment

କଳାହାଣ୍ଡିରେ ଅଦିନିଆ ବର୍ଷା, ମାଟିରେ ମିଶିଗଲା ବର୍ଷକର ଫସଲ

ହଠାତ୍ ରାତି ୧୦ଟା ବେଳେ ପ୍ରବଳବର୍ଷା ପବନ ସାଙ୍ଗକୁ କୂଆପଥର ମାଡ ଯୋଗୁଁ  ବିଜୁଳି ଖୁଣ୍ଟ ଓ ଗଛ ଉପୁଡ଼ି ପଡ଼ିବା ସହ ଚାଷର ବ୍ୟାପକ କ୍ଷତି ହୋଇଛି ।

ଅଦ୍ୟତନ ହୋଇଛି
Rain

Rain

Advertisment

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚହକା ଉଛଲା ଓ ବଡଚେରଗାଁ ପଂଚାୟତରେ ଗତକାଲି ଅଦିନିଆ ବର୍ଷା ତାଣ୍ଡବ ରଚିଛିି । ହଠାତ୍ ରାତି ୧୦ଟା ବେଳେ ପ୍ରବଳବର୍ଷା ପବନ ସାଙ୍ଗକୁ କୂଆପଥର ମାଡ ଯୋଗୁଁ  ବିଜୁଳି ଖୁଣ୍ଟ ଓ ଗଛ ଉପୁଡ଼ି ପଡ଼ିବା ସହ ଚାଷର ବ୍ୟାପକ କ୍ଷତି ହୋଇଛି । ଧାନ ଗଛ ସବୁ ପାଣିଭିତରେ ଶୋଇରହିଛି । ଧାନ ପାକଳ ହେବା ସମୟରେ ସବୁ ଧାନ ଝଡି ଯାଇଛି ।

Advertisment

ଧାନ ବିଲରେ ଧାନ ବଂଚାଇବା ପାଇଁ ବିଲ ଭିତରେ ସଂଘର୍ଷ କରୁଛି ଚାଷୀ । ଏହି ହେଉଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଉଛଲା ପଂଚାୟତ  । କେବଳ ଉଛଲା ନୁହେଁ ବଡଚେରଗାଁ ଏବଂ ଚହକା ପଂଚାୟତର ସବୁ ଗାଁରେ ଏପରି ତାଣ୍ଡବ ରଚାଇଛି ଅଦିନିଆ ବର୍ଷା । ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛିି । ରାସ୍ତା ଉପରେ ଶହଶହ ଗଛ ପଡି ରହିଛି । 

ଏହି ପଂଚାୟତ ଗୁଡ଼ିକରେ ୩ ତାରିଖ ରାତି ଠାରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି । କେବଳ ଧାନ ନୁହେଁ ହରଡ, କପା, ଆଖୁ, ତଥା ବିଭିନ୍ନ ଚଣା ଜାତୀୟ  ଫସଲ ଅମଳ ବେଳକୁ ମାଟିରେ ମିଶିଯାଇଛି । ପ୍ରବଳ ପବନ ବର୍ଷା ସାଙ୍ଗକୁ କୂଆପଥର ମାଡରେ ମାଟିରେ ମିଶି ଯାଇଛି ଚାଷୀର ବର୍ଷକର ଫସଲ ।

Advertisment

କେବଳ ଫସଲ ନଷ୍ଟ ନୁହେଁ କାଳବୈଶାଖି ଯୋଗୁଁ ଅନେକ ଜୀବନ ଜୀବିକା ବ୍ୟାହତ ହୋଇଛି । କୂଆ ପଥର ମାଡରେ ଏହି ପଂଚାୟତ ମାନଙ୍କର ଅନେକ ଛପର ତଥା ଟାଇଲ ଘରର ଛାତ ଉଡିଯାଇଛି ତ ଆଉ କାହାର ଛପର ଭାଙ୍ଗି ଚୁରମାର ହୋଇଛି । ଗତକାଲି ରାତିରେ ଅଦିନିଆ ବର୍ଷା ଘଂଟାଏ କାଳ ତାଣ୍ଡବ ରଚିଥିବା ବେଳେ ପ୍ରଶାସନ ପକ୍ଷରୁ କିଛି ଆଖିଦୃଶିଆ କାର୍ଯ୍ୟ ଆରମ୍ଭ କରାଯାଇନାହିଁ । 

ଏ ନେଇ କିଷାନ କଂଗ୍ରେସର ଜିଲ୍ଲା ପ୍ରତିନିଧି ଦଳ କ୍ଷୟକ୍ଷତି ଅଂଚଳ ପରିଦର୍ଶନ କରି ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଥିବା ବେଳେ ବର୍ତମାନ ରାସ୍ତାରୁ ଗଛହଟାଇବା ଏବଂ ବିଦ୍ୟୁତ ସଂଯୋଗ କାମ ଆରମ୍ଭ ହୋଇଛି । କ୍ଷୟକ୍ଷତି ଆକଳନ କରାଯିବ ବୋଲି ଗୋଲାମୁଣ୍ଡା ତହସିଲଦାର କହିଛନ୍ତି ।

Advertisment
Rain Kalabaisakhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ