Advertisment

ନ୍ୟୁଜ୍‌ ପୋର୍ଟାଲ ‘ନ୍ୟୁଜ୍‌କ୍ଲିକ୍’ ଅଫିସରେ ଚଢାଉ, ସଂସ୍ଥାର କିଛି ସାମ୍ବାଦିକଙ୍କ ଲାପଟପ୍ ଏବଂ ଫୋନ୍ ଜବତ

କିଛିଦିନ ତଳେ ନ୍ୟୁୟର୍କ ଟାଇମ୍ସର ଏକ ଅନୁସନ୍ଧାନ ଅଭିଯୋଗ କରିଥିଲା ଯେ, ନ୍ୟୁଜ୍‌କ୍ଲିକ୍ ପୋର୍ଟାଲ୍ ଚାଇନାର ପ୍ରଚାର କରିବା ପାଇଁ ଏକ ନେଟୱାର୍କରୁ ପାଣ୍ଠି ପାଉଛି। ଏହାପରେ ଅଗଷ୍ଟ ୧୭ରେ ଦିଲ୍ଲୀ ପୋଲିସ ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା।

NewsClick

NewsClick

Advertisment

ଖବର ସଂସ୍ଥା ନ୍ୟୁଜ୍‌କ୍ଲିକ୍- NewsClick ଅଫିସ ଏବଂ ଏହା ସହ ଜଡ଼ିତ ଥିବା କିଛି ସାମ୍ୱାଦିକ ଏବଂ ଲେଖକଙ୍କ ଘରେ ଚଢ଼ାଉ କରିଛି ଦିଲ୍ଲୀ ପୋଲିସ । UAPA ଅଧିନିୟମ ଅଧୀନରେ ମାମଲା ରୁଜୁ କରାଯାଇ ଏହି ମାମଲାର ଖୋଳତାଡ଼ କରାଯାଇଛି । ଆଜି ଦିଲ୍ଲୀ-ଏନସିଆରର ପ୍ରାୟ ୨୪ଟି ସ୍ଥାନରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଅଧିକାରୀମାନେ ଚଢ଼ାଉ କରିଛନ୍ତି । ସୂତ୍ର ଅନୁଯାୟୀ ପୋଲିସ କିଛି ସାମ୍ବାଦିକଙ୍କୁ ପଚରାଉଚରା ପାଇଁ ନେଇଛି । ଅଧିକ ଖୋଲତାଡ ପାଇଁ ସାମ୍ବାଦିକମାନଙ୍କ ଲାପଟପ୍ ଏବଂ ଫୋନ୍ ମଧ୍ୟ ଜବତ କରାଯାଇଛି ।

Advertisment

ସୂଚନ ଅନୁସାରେ କିଛିଦିନ ତଳେ ନ୍ୟୁୟର୍କ ଟାଇମ୍ସର ଏକ ଅନୁସନ୍ଧାନ ଅଭିଯୋଗ କରିଥିଲା ଯେ, ନ୍ୟୁଜ୍‌କ୍ଲିକ୍ ପୋର୍ଟାଲ୍ ଚାଇନାର ପ୍ରଚାର କରିବା ପାଇଁ ଏକ ନେଟୱାର୍କରୁ ପାଣ୍ଠି ପାଉଛି। ଏହାପରେ ଅଗଷ୍ଟ ୧୭ରେ ଦିଲ୍ଲୀ ପୋଲିସ ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା। କିଛିଦିନ ପୂର୍ବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନ୍ୟୁଜ ପୋର୍ଟାଲ ବିରୋଧରେ ଏକ ମାମଲା ରୁଜୁ କରି ଏହାର ଆର୍ଥିକ ଅନୁଧ୍ୟାନ କରିଥିଲା। ଇଡି ଅଭିଯୋଗ କରିଥିଲା ଯେ, ନ୍ୟୁଜ୍‌କ୍ଲିକ୍ ଚୀନ୍ ସହ ସଂଯୁକ୍ତ ସଂସ୍ଥାଗୁଡ଼ିକଠାରୁ ପ୍ରାୟ ୩୮ କୋଟି ଟଙ୍କା ଆଣିଛି । ଏସବୁ ଟଙ୍କା କେଉଁ କ୍ଷେତ୍ରରେ ବ୍ୟବହାର କରାଯାଇଛି ତାହା ତଦନ୍ତ କରାଯାଉଛି ।

India News Channels
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ