Advertisment

ସାରା ରାଜଧାନୀରେ ଠେଙ୍ଗା ବାଡ଼ି ବୁଲିଲା, ପୋଲିସ ଗଲା କୁଆଡେ?

ଡ୍ରାଇଭର ଭାଇମାନଙ୍କ ପ୍ରତି ଆମର ସହାନୁଭୂତି ଅଛି। କିନ୍ତୁ କାଲି ଯେଉଁଭଳି ସେମାନେ ବ୍ୟବହାର କଲେ ତାହା ନିନ୍ଦନୀୟ।

ଅଦ୍ୟତନ ହୋଇଛି
BJP Leader Reaction on Driver Protest

BJP Leader Reaction on Driver Protest

Advertisment

ଓଡିଶା ଡ୍ରାଇଭର ମହାସଂଘ ଆନ୍ଦୋଳନ ସମୟରେ ହଙ୍ଗାମା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍।  ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ସରକାରଙ୍କ ଏହା ହେଉଛି ପ୍ରାୟୋଜିତ କାର୍ଯ୍ୟକ୍ରମ। ଡ୍ରାଇଭରଙ୍କ ଯେଉଁ ଦାବି ତାକୁ ଆମେ ସମର୍ଥନ ଜଣାଉଛୁ  କିନ୍ତୁ ତା ଭିତରେ ଏମିତି ଆଚରଣକୁ ଆମେ ନିନ୍ଦା କରୁଛୁ।  ଗତକାଲି ଯେଉଁଭଳି ଠେଙ୍ଗା ବାଡ଼ି ଧରି ବୁଲିଲେ ସେମାନେ ତାହା କୌଣସି ଆନ୍ଦୋଳନରେ ଦେଖା ଯାଇନି।

Advertisment

ସରକାରୀ ପ୍ରାୟୋଜିତ ହୋଇଥିବାରୁ ପୋଲିସ ଦେଖି ଚୁପ୍ ରହିଲା। ଏହି ଘଟଣା ପରେ ରାଜ୍ୟରେ ପୋଲିସ ପ୍ରଶାସନ ଅଛି କି ନାହିଁ, ପ୍ରଶ୍ନ ଉଠିଛି। ପୋଲିସ ପ୍ରଶାସନ ଓ ଗୁଇନ୍ଦା ବିଭାଗ ଫେଲ୍ ମାରିଛି ବୋଲି ପୃଥ୍ବୀରାଜ କହିଛନ୍ତି।

ଏପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଡ୍ରାଇଭର ଭାଇମାନଙ୍କ ପ୍ରତି ଆମର ସହାନୁଭୂତି ଅଛି। କିନ୍ତୁ କାଲି ଯେଉଁଭଳି ସେମାନେ ବ୍ୟବହାର କଲେ ତାହା ନିନ୍ଦନୀୟ। ରାଜ୍ୟ ସରକାରଙ୍କ ଗୃହ ବିଭାଗ ଅଛି କି ନାହିଁ ତାହା କାଲି ଜଣା ପଡୁନଥିଲା। ଗୁଇନ୍ଦା ବିଭାଗ ଶତ ପ୍ରତିଶତ ଫେଲ ମାରିଛି। ସାଧାରଣ ଲୋକେ ବହୁତ ହଇରାଣ ହେଲେ କିନ୍ତୁ ପୋଲିସ ହାତ ଟେକି କୁଆଡେ ପଳାଇଲେ।

Advertisment

ସେପଟେ ୩ ମାସ ମଧ୍ୟରେ ଡ୍ରାଇଭରଙ୍କ ଦାବିପ୍ରତି ଉଚିତ ପଦକ୍ଷେପ ନିଆଯିବ ବୋଲି ଗତକାଲି କହିଥିଲେ  ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ। ତେବେ ବିରୋଧୀଙ୍କ ସମାଲୋଚନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି।

Odisha Police Driver Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ