Tahasildar
ମାନବିକତା ଦେଖାଇଲେ ପୁରୁଷୋତ୍ତମପୁର ତହସିଲଦାର ନିତିଶ ତ୍ରୀପାଠୀ । ମୃତକର ଶବକୁ ଗାଁ ଲୋକଙ୍କ ସହ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନେଇ ଶବଦାହ କରିବାକୁ ଗଲେ । ତାଙ୍କର ଏହି କାର୍ଯ୍ୟ ଦେଖି ସମସ୍ତେ ପ୍ରଶଂସା କରିଛନ୍ତି । ପୁରୁଷୋତ୍ତମପୁର ବ୍ଲକ୍ ଶିକୁଳା ଗ୍ରାମର ଶିବରାମ ନାୟକ ଦୁଇଟି କିଡ୍ନୀ ହରାଇ ରୋଗ ଶଯ୍ୟାରେ ମରଣ ସହ ସଂଗ୍ରାମ କରୁଥିଲେ ।
ଏହି ଖବର ଶୁଣି ନିଜେ ତହସିଲଦାର ଶିବରାମଙ୍କ ଘରକୁ ଯାଇ ସହାୟତାର ହାତ ବଢ଼ାଇଥିଲେ । ସରକାରୀ ସ୍ତରରେ ଏକ ଘରଡିହ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏହାସହ ନିଜ ସମ୍ବଳ ଅନୁସାରେ ସହାୟତା ମଧ୍ୟ କରିଥିଲେ ।
ହେଲେ ଏହାର କିଛି ଦିନ ପରେ ହଠାତ୍ ଶିବରାମଙ୍କ ମୃତ୍ୟୁ ଖବର ପାଇଥିଲେ ତହସିଲଦାର । ଆଉ ଶିବରାମଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଖାଲି ସେତିକି ନୁହେଁ ଗ୍ରାମବାସୀଙ୍କ ସହ ମିଶି ଶିବରାମଙ୍କ ମୃତଦେହକୁ ନିଜେ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ ତହସିଲଦାର । ନିଜସ୍ୱ ପାଣ୍ଠିରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ବି ପ୍ରଦାନ କରିଛନ୍ତି ତହସିଲଦାର ।
ତାଙ୍କର ଏଭଳି ଗୁଣ ଓ ଆଚରଣ ପାଇଁ ସ୍ଥାନୀୟ ଅଞ୍ଚଳର ଲୋକେ, ଏବେ ଜୟ ଜୟ କାର କରୁଛନ୍ତି । ସମସ୍ତଙ୍କ ମନରେ ତହସିଲଦାରଙ୍କ ପ୍ରତି ପ୍ରବଳ ସମ୍ମାନ ସହ ଭଲ ପାଇବା ଭରି ରହିଛି । ସମସ୍ତେ ତାଙ୍କର ଏଭଳି ବ୍ୟବହାର ଓ କାର୍ଯ୍ୟକଳାକୁ ସାଧୁବାଦ୍ ଜଣାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Tahasildar_1642482610.jpg)