ପତିତପାବନ ବାନା ଦର ବୃଦ୍ଧି କଲା ଶ୍ରୀମନ୍ଦିର ପ୍ରଶାସନ

ପୂର୍ବରୁ ଉକ୍ତ ଓଲାଗି ବାନର ଦର ୨୦୦ଟଙ୍କା ଥିଲା । ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ସବକମିଟିର ନିଷ୍ପତ୍ତିକ୍ରମେ ଦର ବୃଦ୍ଧି କରାଯାଇଛି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।

ବଢ଼ିଲା ଶ୍ରୀମନ୍ଦିର ପତିତପାବନ ବାନା ଦର

ପୁରୀ ଶ୍ରୀମନ୍ଦିର ପତିତପାବନ ବାନା ତଥା ଧ୍ୱଜାର ଦର ବୃଦ୍ଧି କରିଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରତିଦିନ ନୀଳଚକ୍ରରୁ ଓଲାଗି ହେଉଥିବା ୧୪ ହାତ ବିଶିଷ୍ଟ ଧ୍ଵଜାର ଦରକୁ ୩୦୦ଟଙ୍କାକୁ ବୃଦ୍ଧି କରାଯାଇଛି । ଆଜିଠାରୁ ଭକ୍ତଙ୍କ ପାଇଁ ଏହି ନୂତନ ଦର ଲାଗୁହେଲା ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ଉକ୍ତ ଓଲାଗି ବାନର ଦର ୨୦୦ଟଙ୍କା ଥିଲା । ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ସବକମିଟିର ନିଷ୍ପତ୍ତିକ୍ରମେ ଦର ବୃଦ୍ଧି କରାଯାଇଛି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି । ସୂଚନାଥାଉକି ଶ୍ରୀମନ୍ଦିରରେ ମାନସିକ ରଖି ବାନା ବାନ୍ଧୁଥିବା ଭକ୍ତମାନେ ଆଗକୁ ମଧ୍ୟ ଅଧିକ ଟଙ୍କା ଦେବାକୁ ପଡିବ ।

ଏ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ତେବେ ପରିଚାଳନା କମିଟିରେ ଆଲୋଚନା ପରେ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି ।