Advertisment

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଶ୍ରୀଜିଉଙ୍କ ଆଜି ବନକଲାଗି ନୀତି ଥିବାରୁ ୪ ଘଣ୍ଟା ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ।

Srimandira

Srimandira

Advertisment

ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ଶ୍ରୀଜିଉଙ୍କ ଆଜି ବନକଲାଗି ନୀତି ଥିବାରୁ ୪ ଘଣ୍ଟା ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସେପଟେ ବର୍ଷ ଆରମ୍ଭରୁ ଜଗତ ନିୟନ୍ତାଙ୍କୁ ଦେଖିବା ପାଇଁ ପୁରୀ ଶ୍ରୀମନ୍ଦିରରେ ଖୁବ୍ ଭିଡ଼ ପରିଲିକ୍ଷିତ ହେଉଛି । ନୂଆବର୍ଷରେ ସାଢେ ଚାରି ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଜଗା ଦର୍ଶନ କରି ଫେରିଥିବା ସୂଚନା ମିଳିଛି । ଏହାସହିତ ନୂଆବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହୋଇଛି ନୂଆ ନିୟମ। ମନ୍ଦିର ଭିତରକୁ ପଲିଥିନ୍ ଧରି ଓ ପାନ, ଗୁଟଖା ଖାଇ ପ୍ରବେଶକୁ ବ୍ୟାନ କରାଯାଇଛି । ଏହାସହ ଭକ୍ତଙ୍କ ପାଇଁ ଥିବା ଶାଳୀନତା ପୋଷାକ ପରିଧାନ ନିୟମକୁ କଡ଼ାକଡ଼ି କରାଯାଇଛି ।

Srimandir Odisha News Puri Banakalagi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ