Advertisment

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସରିଲା, କିନ୍ତୁ ପୁରୀରେ ପହଞ୍ଚିଲାନି ଭକ୍ତଙ୍କ ଗୁଆ-ଚାଉଳ

ଗାଁ ଗାଁରେ ବୁଲିଲା ଅର୍ପଣ ରଥ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତଙ୍କ ଠାରୁ ସଂଗ୍ରହ ହେଲା ଗୁଆ-ଚାଉଳ। ଏଥିପାଇଁ ପାଣି ଭଳି କୋଟି କୋଟି ଟଙ୍କା ବି ଖର୍ଚ୍ଚ କଲେ ସରକାର। ହେଲେ ପରିକ୍ରମା ପ୍ରକଳ୍ପ ତ ଲୋକାର୍ପଣ ହେଲା, କିନ୍ତୁ ମହାପ୍ରଭୁଙ୍କ ପାଖରେ ପହଞ୍ଚିଲାନି ଭକ୍ତଙ୍କ ଗୁଆ-ଚାଉଳ।

undefined

Arpan Rath

Advertisment

ଲୋକାର୍ପିତ ହୋଇଗଲା ପରିକ୍ରମା ପ୍ରକଳ୍ପ। ହେଲେ କୁଆଡ଼େ ଗଲା ଭକ୍ତଙ୍କ ଗୁଆ,ଚାଉଳ ? ପୁରୀରେ ପହଞ୍ଚିଲାନି ଅର୍ପଣ ରଥରେ ଭକ୍ତ ଦେଇଥିବା ଭକ୍ତିର ଅର୍ଘ୍ୟ । ଭକ୍ତଙ୍କ ଭାବାବେଗ ସହ ଖେଳିଲେ କି ସରକାର ? ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଗାଁରେ ଗାଁରେ ଅର୍ପଣ ରଥ ବୁଲାଇ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ, ଚାଉଳ ଦେବାକୁ ଅନୁରୋଧ କରିଥିଲେ ସରକାର। କହିଥିଲେ ଏସବୁ ଶ୍ରୀମନ୍ଦିରକୁ ପଠାଯିବ। ହେଲେ କେଉଁଠି ପଞ୍ଚାୟତ ଅଫିସ ତ କେଉଁଠି ଗାଁ ମନ୍ଦିରରେ ରହିଛି ଭକ୍ତଙ୍କ ଚାଉଳ। ତେବେ କାହିଁକି ଅର୍ପଣ ରଥର ଚାଉଳ ପୁରୀ ପଠାଯାଇନି ତାକୁ ନେଇ କ୍ଷୋଭପ୍ରକାଶ କରିଛନ୍ତି ରାୟଗଡା କଲ୍ୟାଣସିଂହପୁର ପଞ୍ଚାୟତର ସରପଞ୍ଚ ।

Advertisment

ରାୟଗଡ଼ା କଲ୍ୟାଣସିଂହପୁର ପଞ୍ଚାୟତ ପରି ନବରଙ୍ଗପୁର ବ୍ଲକ ଭତରା ସିଉନି ଗାଁ ଶିବ ମନ୍ଦିରରେ ମଧ୍ୟ ଦେଖିବାକୁ ମିଳିଛିସମାନ ଚିତ୍ର । ଏଠି ରହିଛି ପୂରା ବ୍ଲକରୁ ଆଦାୟ ହୋଇଥିବା ୩୦ କ୍ୱିଣ୍ଟାଲ ଚାଉଳ, ୨୯ କେଜି ଗୁଆ ସହ ଦକ୍ଷିଣା ବାବଦରେ ଆଦାୟ ହୋଇଛି ୧ ଲକ୍ଷ ୭ ହଜାର ୮୩୫ ଟଙ୍କା। ସ୍ଥାନୀୟ ବାସିନ୍ଦା ଏ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ବିଡିଓ କହିଛନ୍ତି ଖୁବଶୀଘ୍ର ଏସବୁକୁ ପୁରୀ ପଠାଯିବାର ବ୍ୟବସ୍ଥା ହେବ। ଗଞ୍ଜାମର ଖଲିକୋଟ ଓ ପୋଲସରା ଏବଂ ମାଲକାନଗିର ଜଗନ୍ନାଥ ମନ୍ଦିରରେ ବି ସମାନ ଚିତ୍ର।

ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର ଓ ଏଥିରେ ଲୋକଙ୍କୁ ଯୋଡିବାକୁ ପ୍ରତି ଘରୁ ଗୁଆ, ଚାଉଳ ସଂଗ୍ରହ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ ରାଜ୍ୟ ସରକାର। ଏଥିପାଇଁ ପଞ୍ଚାୟତ ପିଛା ୨ ଲକ୍ଷ, ଏନଏସିରେ ୱାର୍ଡ ପିଛା ୩ ଲକ୍ଷ ଏବଂ ପୌରପାଳିକାରେ ୱାର୍ଡ ପିଛା ୫ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ଅନୁଦାନ ଦେଇଥିଲେ। ପରିକ୍ରମା ରଥ ସହ ଅନ୍ୟାନ୍ୟ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ବାବଦକୁ ମୋଟ ୧୩୫ କୋଟି ୮୮ ଲକ୍ଷ ଖର୍ଚ୍ଚ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନେଇଥିଲେ ସରକାର। ଅର୍ପଣ ରଥ ତ ବୁଲିଲା ହେଲେ ଭକ୍ତଙ୍କ ଚାଉଳ କୁଆଡେ ଗଲା ବୋଲି କହି ସରକାରଙ୍କୁ ଘେରିଛନ୍ତି ବିରୋଧୀ।

Advertisment

ସବୁଠୁ ବଡ଼ କଥା ହେଉଛି, ଅର୍ପଣ ରଥ ବୁଲା ପ୍ରସଙ୍ଗରେ ପୂର୍ବରୁ ଓଟିଭିକୁ ପ୍ରତିକ୍ରିୟା ଦେଇ ଗଜଜପତି ମହାରାଜ ବି କହିଛନ୍ତି ଏହା ଏକ ପ୍ରଚାର ଯାତ୍ରା। ସରକାରଙ୍କ ସ୍ତରରେ ତାହା କରାଯାଉଛି ଏବଂ ଏଥିରେ ଶ୍ରୀମନ୍ଦିର ପରିଚାଳନା କମିଟି ସଂଶ୍ଳିଷ୍ଟ ନାହିଁ। ଅର୍ପଣ ରଥରେ ନବୀନ ଓ ପାଣ୍ଡିଆନଙ୍କ ଫୋଟୋକୁ ନେଇ ରାଜ୍ୟ ତମାମ ବିରୋଧ ଦେଖିବାକୁ ମିଲିଥିଲା। ଏବେ ପୁଣି ଭକ୍ତଙ୍କ ଚାଉଳକୁ ନେଇ ସାଧାରଣରେ ଅସନ୍ତୋଷ ସରକାରଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Odisha Srimandir Srimandir Parikrama Project
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ