Mudirasta
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିନିଧି ଭାବେ ଆଜି ପୁଣିଥରେ ଦାୟିତ୍ୱ ଗ୍ରହଣ କରିଛନ୍ତି ମୁଦିରସ୍ତ । ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ନୂତନ ମୁଦିରସ୍ତଙ୍କ ଶାଢ଼ୀ ବନ୍ଧା ନୀତି ଅନୁଷ୍ଠିତ ହୋଇଯାଇଛି । ମୁଦିରସ୍ତ ଭାବରେ ନାରାୟଣ ମୁଦିରସ୍ତ ଶାଢ଼ୀ ବନ୍ଧାଇଥିଲେ । ଗଜପତି ମହାରାଜାଙ୍କ ଦ୍ୱାରା ଶାଢ଼ୀ ବନ୍ଧା ନୀତି ସମ୍ପୂର୍ଣ୍ଣ ହୋଇଥିଲା । ରାଜଗୁରୁଙ୍କ ଦ୍ୱାରା ଏହି ସମସ୍ତ ନୀତି କରାଯାଇଥିଲା । ପୌଷପୂର୍ଣ୍ଣିମା ଅବସରରେ ଏହି ଶାଢ଼ୀ ବନ୍ଧା ନୀତି ସମ୍ପନ୍ନ ହୋଇଛି ।
ଏହାର ଅର୍ଥ ପୁଣି ଆଉ ୧ ବର୍ଷ ପାଇଁ ମୁଦିରସ୍ତଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି । ଏହାସହ ସେ ସମସ୍ତ ନୀତିକାନ୍ତି ସୂଚର ରୂପେ କରିବେ ବୋଲି ଗଜପତି ମହାରାଜା କହିଛନ୍ତି । ନାରାୟଣ ମୁଦିରସ୍ତଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ପ୍ରଥା ରହିଛି ଯେ, ଗଜପତିଙ୍କ ପ୍ରତିନିଧି ରୂପେ ମୂଦିରସ୍ତ ଶ୍ରୀମନ୍ଦିରର ସମସ୍ଥ ନୀତିକାନ୍ତିରେ ସାମିଲ ହୋଇଥାନ୍ତି ।
ଜଣେ ନାବାଳକ ସେବାୟତଙ୍କୁ ମୁଦିରସ୍ତ କରାଯାଇଥାଏ । ସେହି କ୍ରମରେ ଜଣେ ମୁଦିରସ୍ତ ପରିବାରର ନାବାଳକ ସେବାୟତ ନାରାୟଣ ମୁଦିରସ୍ତଙ୍କୁ ମୂଦିରସ୍ତ ଭାବେ ଶାଢ଼ୀ ବାନ୍ଧଯାଇଛି । ଭକ୍ତି ଏବଂ ଆଧ୍ୟାତ୍ମିକ ପରିବେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶାଢ଼ୀ ବାନ୍ଧା ଯିବା ପରେ ମୁଦିରସ୍ତ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଆଶିଷ ନେବା ସହ ନୀତିକାନ୍ତି ସମ୍ପୂର୍ଣ୍ଣ କରିଛନ୍ତି ।
କୋଭିଡ୍ ସମୟରେ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍ନାନ ମଣ୍ଡପରେ ସୁନା ଖଡ଼ିକାରେ ଗଜପତି ମହାରାଜା ଯେଉଁ ଭଳି ଛେରା ପହଁରା କରିଥାନ୍ତି ସେହି ସେବା ଆଦିତ୍ୟ ନାରାୟଣ ମୁଦିରସ୍ତ ସମ୍ପୂର୍ଣ୍ଣ କରିଥିଲେ । ସେହି ଅଭୁତ ପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା ଏଥର କୋଭିଡ ସମୟରେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମ୍ମୁଖରେ ଯେଉଁ ନୀତିକାନ୍ତି ମହାରାଜା ଦିବ୍ୟସିଂହ ଦେବ କରିଥାନ୍ତି ସେହି ନୀତିକାନ୍ତି ମୂଦିରସ୍ତ ସମ୍ପାଦନ କରିଥାନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Mudirasta_1642418628.jpeg)