Advertisment

ପୁରୀ ମେଡିକାଲ କଲେଜ ଉଦଘାଟନ ପୂର୍ବରୁ ତେଜିଲା ରାଜନୀତି : ସମ୍ବିତଙ୍କ ଟ୍ୱିଟ୍ ପରେ ଆରମ୍ଭ ହେଲା ଶ୍ରେୟ ଲଢେଇ

କେନ୍ଦ୍ରୀୟ ଯୋଜନାରେ ଦେଶର ବିଭିନ୍ନ ରାଜ୍ୟରେ ଆରମ୍ଭ ହେଉଥିବା ମେଡିକାଲ କଲେଜ୍ ହସ୍ପିଟାଲ ପ୍ରକଳ୍ପ ଉଦଘାଟନ କିମ୍ବା ଶିଳାନ୍ୟାସ ବେଳେ ସଂପୃକ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ତୁରନ୍ତ ଅବଗତ କରାଇବା ଉଚିତ

author-image
Prangyan Parimita
ଅଦ୍ୟତନ ହୋଇଛି
politics

politics

ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ହସ୍ପିଟାଲ ଉଦଘାଟନ ପୂର୍ବରୁ ତେଜିଲା ରାଜନୀତି । ଆସନ୍ତାକାଲି ପୁରୀ ମେଡିକାଲ କଲେଜ ଉଦଘାଟନକୁ ନେଇ ରାଜ୍ୟ ସରକାର ଓ ବିଜେପି ମଧ୍ୟରେ ଆରମ୍ଭ ହେଲାଣି ଶ୍ରେୟ ଲଢେଇ । କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଡିକାଲ କଲେଜ ଉଦଘାଟନ ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ତେବେ ମେଡିକାଲ କଲେଜ୍ ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସୌଜନ୍ୟମୂଳକ ଆମନ୍ତ୍ରଣ କରିବା କଥା ବୋଲିଅ ଟ୍ୱିଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।

Advertisment

କେନ୍ଦ୍ରୀୟ ଯୋଜନାରେ ଦେଶର ବିଭିନ୍ନ ରାଜ୍ୟରେ ଆରମ୍ଭ ହେଉଥିବା ମେଡିକାଲ କଲେଜ୍ ହସ୍ପିଟାଲ ପ୍ରକଳ୍ପ ଉଦଘାଟନ କିମ୍ବା ଶିଳାନ୍ୟାସ ବେଳେ ସଂପୃକ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ତୁରନ୍ତ ଅବଗତ କରାଇବା ଉଚିତ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଥିଲେ । ଏହି ଚିଠିକୁ ଟ୍ୟାଗ୍ କରି ସମ୍ବିତ ପାତ୍ର ଟ୍ୱିଟ୍ କରିଥିବାରୁ ପୁରୀ ମେଡିକାଲ କଲେଜ୍ ଶ୍ରେୟ ଲାଗି ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ବିବାଦ ଆରମ୍ଭ ହୋଇଛି ।

Advertisment

ସେପଟେ ବିଜେଡି କେବେ ଶ୍ରେୟ ରାଜନୀତିରେ ବିଶ୍ୱାସ କରେ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଦେବୀ ମିଶ୍ର । ନବୀନ ବାବୁ କେବେ ହେଲେ ନିଜ ଢ଼ୋଲ ପିଟନ୍ତି ନାହିଁ । ଲୋକଙ୍କ ସମର୍ଥନ ହିଁ ଆମର ଶ୍ରେୟ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଆସନ୍ତାକାଲି ହେଉଥିବା ପୁରୀ ମେଡିକାଲ କଲେଜକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଡମିଶନ ନେଇଥିବା ପ୍ରଥମ ବ୍ୟାଚରେ ଏମବିବିଏସ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ ନିମନ୍ତ୍ରଣ କରାଯାଇଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ପ୍ରସଙ୍ଗରେ ତାଙ୍କ ପାଖରେ ସୂଚନା ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ।

Credit War
Advertisment
Advertisment