Advertisment

ଟ୍ୟାପ୍‌ରୁ ବିଶୁଦ୍ଧ ପାଣି ପିଇବାରେ ପୁରୀ ହେଉଛି ଦେଶର ପ୍ରଥମ ସହର: ମୁଖ୍ୟମନ୍ତ୍ରୀ

ଆଜି ଦିନଟି କେବଳ ପୁରୀ ନୁହେଁ, ସାରା ଓଡିଶାର ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡିଛି। ମହାପ୍ରଭୁଙ୍କ ଧାମ ପୁରୀରେ ସବୁ ପରିବାରକୁ ଆଜିଠାରୁ tapରେ ଭଲ ପିଇବା ପାଣି ମିଳିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଟ୍ୟାପ୍‌ରୁ ବିଶୁଦ୍ଧ ପାଣି ପିଇବାରେ ପୁରୀ ହେଉଛି ଦେଶର ପ୍ରଥମ ସହର: ମୁଖ୍ୟମନ୍ତ୍ରୀ

Drink From Tap Mission

Advertisment

ପୁରୀ: ଟ୍ୟାପ୍‌ରୁ ବିଶୁଦ୍ଧ ପାଣି ପିଇବାରେ ପୁରୀ ହେଉଛି ଦେଶର ପ୍ରଥମ ସହର। ଆଜି ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପୁରୀ ହେଉଛି ଦେଶର ପ୍ରଥମ ସହର। ଏହାଦ୍ୱାରା ପୁରୀର ଜନସାଧାରଣ ଟ୍ୟାପ୍‌ରୁ ସିଧାସଳଖ ଉଚ୍ଚମାନର ପିଇବା ପାଣି ପାଇପାରିବେ।। ପିଇବା ପାଣିକୁ store କରି ରଖିବା ଦରକାର ନାହିଁ, କିମ୍ବା ଫିଲଟର୍‌ କରିବା ମଧ୍ୟ ଆବଶ୍ୟକ ନାହିଁ । ବିଶ୍ବର କେବଳ ବଡ ବଡ ସହର ମାନଙ୍କରେ ଏଭଳି ସୁବିଧା ମିଳେ । ଏହାଦ୍ବାରା ପୁରୀର ଅଢେଇ ଲକ୍ଷ ଜନସାଧାରଣଙ୍କ ସହିତ ବର୍ଷକୁ ଆସୁଥିବା ୨ କୋଟି ପର୍ଯ୍ୟଟକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଦିନଟି କେବଳ ପୁରୀ ନୁହେଁ, ସାରା ଓଡିଶାର ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡିଛି। ମହାପ୍ରଭୁଙ୍କ ଧାମ ପୁରୀରେ ସବୁ ପରିବାରକୁ ଆଜିଠାରୁ tapରେ ଭଲ ପିଇବା ପାଣି ମିଳିଲା। ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ବା ସୁଜଳ ଯୋଜନାରେ ଆପଣମାନେ ସିଧା ଟ୍ୟାପ୍‌ରୁ ପାଣି ଆଣି ପିଇପାରିବେ। Storage ବା Filter କିଛି ବି ଦରକାର ନାହିଁ। ଦିନରାତି ୨୪ ଘଣ୍ଟା ଏହି ସେବା ମିଳିବ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ସାରା ଦେଶରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକାରୀ ହେବାରେ ପୁରୀ ପ୍ରଥମ। ଦେଶର ମେଟ୍ରୋ ସହର ମାନଙ୍କରେ ବି ଏ ସୁବିଧା ନାହିଁ। ଏ ଯୋଜନା ପାଇଁ ପୁରୀ ଆଜି ଲଣ୍ଡନ, ନ୍ୟୁୟର୍କ, ସିଙ୍ଗାପୁର ଆଦି ବିଶ୍ୱର ବଡ ବଡ ସହରରେ ସାମିଲ ହୋଇପାରିଛି ବୋଲି ସେ କହିଥିଲେ। ୯ ମାସ ମଧ୍ୟରେ ପୁରୀର ୨.୫ ଲକ୍ଷ ଲୋକଙ୍କ ସହିତ ପୁରୀକୁ ପ୍ରତି ବର୍ଷ ୨ କୋଟି ଟ୍ୟୁରିଷ୍ଟ ମଧ୍ୟ ଏହି ସୁବିଧା ପାଇପାରିବେ। ସେମାନଙ୍କୁ ମଧ୍ୟ ଆଉ water bottle ଧରି ବୁଲିବାକୁ ପଡିବ ନାହିଁ । ଏହି ପ୍ରକଳ୍ପରେ ବଡଦାଣ୍ଡ ସହିତ ସହରର ୪୦୦ଟି ଜାଗାରେ water fountain କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାଦ୍ୱାରା ୪୦୦ ମେଟ୍ରିକ ଟନ୍‌ ପ୍ଲାଷ୍ଟିକ୍ ପ୍ରଦୂଷଣରୁ ମଧ୍ୟ ସହର ରକ୍ଷା ପାଇପାରିବ।

Advertisment

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ୫ଟି Transformative Initiativeର ଏହା ହେଉଛି ଶ୍ରେଷ୍ଠ ମଡେଲ। ଭଲ ପିଇବା ପାଣିର ସ୍ବାସ୍ଥ୍ୟ, ଜୀବନଧାରଣର ମାନ ଓ ଅର୍ଥନୀତି ସହ ଗଭୀର ସଂପର୍କ ରହିଛି । ତେଣୁ ପାଣିକୁ କେବେ ନଷ୍ଟ କିମ୍ବା ଦୂଷିତ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଭଲ ପିଇବା ପାଣି ପାଇଁ ବଜେଟକୁ ୫ ବର୍ଷରେ ୨୦ ଗୁଣ ବୃଦ୍ଧି କରାଯାଇଛି ଓ ୨୦୦ କୋଟିର ବଜେଟ ଆଜି ୪ ହଜାର କୋଟି ଟଙ୍କାରେ ପହଞ୍ଚିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

Advertisment

ଏହି କାର୍ଯ୍ୟକ୍ରମରେ ୫ଟି ସଚିବ ଭି.କେ. ପାଣ୍ଡିଆନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାତନନ୍, WATCOର ପରିଚାଳନା ନିର୍ଦ୍ଦେଶକ ପି.କେ. ସ୍ୱାଇଁ, ମନ୍ତ୍ରୀ ସମୀର ଦାଶ, ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ ଷଡଙ୍ଗୀ, ଉମା ସାମନ୍ତରାୟ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ।

Odisha News Puri Tap Water Connection Odisha CMO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ