Advertisment

ପୁରୀରେ ବିକାଶ ନାଁରେ ବିଲୁପ୍ତ ମାର୍ଗ ପ୍ରଶସ୍ତ ହେଉଛି: ଶଙ୍କରାଚାର୍ଯ୍ୟ

ପୁରୀ ହେଉଛି ଧାର୍ମିକ ରାଜଧାନୀ; ଏହାର ବିକୃତ ଓ ବିଲୁପ୍ତ କରା ନ ଯାଉ ବୋଲି ସେ କହିଛନ୍ତି।

ଅଦ୍ୟତନ ହୋଇଛି
Sankaracharjya on Heritage Corridor

Sankaracharjya on Heritage Corridor

Advertisment

ପୁରୀରେ ବିକାଶ ନାଁରେ ବବାଲ୍ ମଚାଯାଉଛି। ଏହି ପବିତ୍ର ଭୂମିର ଅସ୍ତିତ୍ୱ ଏବଂ ଆଦର୍ଶର ବିଲୋପର ମାର୍ଗ ପ୍ରଶସ୍ତିକରଣ କରାଯାଉଛି। ଆମେ ବିକାଶର ପକ୍ଷରେ। କିନ୍ତୁ ତୀର୍ଥସ୍ଥଳର ଆଦର୍ଶ ଆଉ ଅସ୍ତିତ୍ୱ ବିଲୋପ ହୋଇଯାଉ, ତା ସପକ୍ଷରେ ଆମେ ନୋହୁଁ। ଆଜି ଏଭଳି ଢଙ୍ଗରେ ସିଧାସଳଖ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ।

Advertisment

ଶାସନତନ୍ତ୍ରରେ ପରମ୍ପରା ପ୍ରାପ୍ତ ମଠକୁ ଏବଂ ମାର୍ଗକୁ ପ୍ରଶସ୍ତକରଣ ନାଁରେ ଭାଙ୍ଗି ଦିଆଯାଉଛି। ଏଭଳି ସ୍ଥିତିରେ ଶାସନତନ୍ତ୍ର ଭାବିବା ଉଚିତ ନୁହେଁ ଯେ, ତାଙ୍କୁ ଲୋକମତ ବଳ ମିଳିଛି। ଲୋକମତ କେବେ ବି ହ୍ରାସ ପାଇପାରେ ବୋଲି କହିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ। ତାସହ ଆହୁରି କହିଛନ୍ତି ଯେ, ଓଡ଼ିଶାବାସୀ ଆସ୍ଥା ପୂର୍ବକ ରାଜନୈତିକ ଦଳକୁ ଶାସନ କରିବା ପାଇଁ ଦୀର୍ଘ ବର୍ଷ ଧରି ଯେଉଁ ଅବସର ଦେଇଛନ୍ତି, ସେହି ଜନତାଙ୍କୁ ମଧ୍ୟ କହିବାକୁ ଚାହୁଁଛି ଯେ, ବିକାଶ ନାଁରେ ଓଡ଼ିଶାର ଧାର୍ମିକ ସହର ପୁରୀର ଆଦର୍ଶକୁ ବିକୃତି ଏବଂ ବିଲୁପ୍ତ କରିବା ପାଇଁ ପ୍ରୟାସ କରାଯାଉଛି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ବିକାଶ ନାଁରେ ମଠ ଭାଙ୍ଗିବା ଅନୁଚିତ। ମାର୍ଗ ପ୍ରଶସ୍ତିକରଣ ନାଁରେ ଶ୍ରୀକ୍ଷେତ୍ରକୁ ଏକପ୍ରକାର ପ୍ରଦର୍ଶନୀ ସ୍ଥଳ ବନାଇଦେବା ଏବଂ ପିକନିକ କେନ୍ଦ୍ର ବନାଇବା ଉଚିତ ନୁହେଁ। ତପୋସ୍ଥଳୀକୁ ଭୋଗସ୍ଥଳୀ ବନାଇଦେବା ଆଦୌ ଅନୁଚିତ। ସମୁଦ୍ରକୂଳ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ବିକାଶ ନାଁରେ ମାର୍ଗ ପ୍ରଶସ୍ତନାଁରେ ଯେଉଁ ଅଭିଯାନ ଚାଲିଛି, ଏହାଦ୍ୱାରା ଦେବାଦେବୀ କ୍ରୋଧିତ ହେବେ। ଯଦି ଦେବାଦେବୀ କ୍ରୋଧିତ ହେବେ ତାହେଲେ ପୁରା ଓଡ଼ିଶାକୁ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିବ।

Advertisment

ଶାସନତନ୍ତ୍ର କୌଣସି ପ୍ରକାରର ଉନ୍ମାଦର ପରିଚୟ ନଦେଉ। ସେକ୍ୟୁଲାର ଶାସନତନ୍ତ୍ରକୁ ଧାର୍ମିକ ଆଧ୍ୟାତ୍ମିକ କ୍ଷେତ୍ରରେ ସହଭାଗିତା ଏବଂ ସହଯୋଗୀତାର ଅଧିକାର ମିଳିଛି। ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଜାଣି ରଖିବା ଉଚିତ, ପୁରୀକୁ ଯେଉଁ ଢଙ୍ଗରେ ବିକାଶ ନାଁରେ ବିକୃତ କରାଯାଉଛି ତାହା ଅନୁଚିତ। ଶାସନତନ୍ତ୍ର ନିଜ ଯୋଜନାରୁ ନିବୃତ୍ତ ରହୁ। ଦେବୀ ଦେବତାଙ୍କ ଯେଉଁ ସଂସ୍ଥାନ ସବୁ ଭାଙ୍ଗିରୁଜି ଯାଉଛି, ତାପ୍ରତି ଦୁଃଖ ପ୍ରକାଶ କରନ୍ତୁ ଏବଂ ଭବିଷ୍ୟତରେ ଏଭଳି କୌଣସି ଆଉ ଦୁଃସାହସ ନକରନ୍ତୁ ବୋଲି କହିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। 

Puri Jagannath Temple Heritage Corridor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ