Advertisment

ଗର୍ବ କରୁଛି ସାରା ରାଜ୍ୟ; ଚନ୍ଦ୍ରୟାନ୍–ଥ୍ରୀ’ ଅଭିଯାନରେ ଓଡ଼ିଆ ପୁଅ ଶୁଭାଶିଷ

କେନ୍ଦ୍ରାପଡ଼ା ଜିଲାର ମୁକୁନ୍ଦପୁର ଗାଁରୁ ଇସ୍ରୋ ପର୍ଯ୍ୟନ୍ତ ପହଞ୍ଚି ସେଠି ଚନ୍ଦ୍ରୟାନ-୩ ମିଶନରେ ସାମିଲ ହେବା ଛୋଟିଆ ସଫଳତା ନୁହେଁ । ଶୁଭାଶିଷଙ୍କ ବାପା ବଡ଼ବାପା ଚାନ୍ଦୋଳ ବଜାରରେ ରାସନ ଦୋକାନ କରି ପରିବାର ଚଳାଉଥିବା ବେଳେ ସେ ସ୍ଥାନୀୟ ବନମାଳୀ ବ୍ରହ୍ମଚାରୀ ମଡେଲ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ ।

ଅଦ୍ୟତନ ହୋଇଛି
undefined

Shubhasish Nayak

Advertisment

ଚନ୍ଦ୍ରୟାନ୍–ଥ୍ରୀ’ ଅଭିଯାନରେ ଓଡ଼ିଆ ପୁଅ ଶୁଭାଶିଷ । ଯାହାକୁ ନେଇ କେବଳ ଜନ୍ମମାଟି କେନ୍ଦ୍ରାପଡ଼ା ଜିଲ୍ଲାର ମୁକୁନ୍ଦପୁର ଗାଁ ନୁହେଁ, ବରଂ ସାରା ରାଜ୍ୟ ଗର୍ବିତ । ଗାଁ ସ୍କୁଲରେ ପାଠପଢିଲା ବେଳେ ଯେଉଁ ପୁଅ ଅସଜଡା ଯନ୍ତ୍ରପାତିକୁ ସଜାଡିବାରେ ମାତୁଥିଲା ଆଜି ସେ ଚନ୍ଦ୍ରୟାନ-ଥ୍ରୀର ଯନ୍ତ୍ରପାତିରେ ହାତ ମାରିଛି । ନିପଟ ଗାଁରୁ ଯାଇ ଇସ୍ରୋରେ କାମ କରୁଥିବା ଓଡ଼ିଆ ପୁଅକୁ ନେଇ ଶୁଭାଶିଷକୁ ନେଇ ଏବେ ସବୁଠି ଚର୍ଚ୍ଚା ।

Advertisment

ପୁଅ ଯେତେ ବ୍ୟସ୍ତ ଥାଉ, ଦୁନିଆର ଯେ କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଲାଗିଥାଉ, ମା'ର କିନ୍ତୁ ସଦାବେଳେ ଗୋଟିଏ ଚିନ୍ତା, ତା ପୁଅ ଖାଇଛି ନା ନାହିଁ, ଦେହ ପା ଭଲ ଅଛି ନା ନାହିଁ,

ଘରକୁ ସେ କେବେ ଫେରିବ ? ଏଠି ବି ମାଆଟିଏ ତା ପୁଅକୁ ସମାନ କଥା ପଚାରୁଛି । ଏ ମାଆ ପୁଅ ହେଉଛନ୍ତି କେନ୍ଦ୍ରାପଡା ଡେରାବିଶ ବ୍ଲକ ମୁକୁନ୍ଦପୁର ଗ୍ରାମର ନିର୍ମଳା ନାୟକ ଓ ଶୁଭାଶିଷ ନାୟକ । ନିର୍ମଳା ଗାଁରେ ଥାଇ ପୁଅର ଶୁଭ ମନାସୁଥିବା ବେଳେ, ପୁଅ ଏବେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶଧାୱାନ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ସେଣ୍ଟର ଇସ୍ରୋରେ । ଯେଉଁଠୁ ଗତ ଶୁକ୍ରବାର ଭାରତର ତୃତୀୟ ମୁନ୍ ମିଶନ୍ ‘ଚନ୍ଦ୍ରୟାନ୍–୩’ର ସଫଳ ଉତକ୍ଷେପଣ ହୋଇଛି ।

Advertisment

ଇସ୍ରୋରେ ଶୁଭାଶିଷ ଜଣେ ମେକାନିକାଲ୍ ଇଣ୍ଟିଗ୍ରେସନ୍ ଟେକ୍ନିନିସିଆନ୍ ଭାବେ ୨୦୧୮ରୁ ନିଯୁକ୍ତି ପାଇଥିବା ବେଳେ ଗତ ବର୍ଷେ ହେବ ସେ ଚନ୍ଦ୍ରୟାନ-୩ ମିଶନରେ ସାମିଲ୍ ହୋଇଥିଲେ । ଆଉ ଏ ଖବର ଜଣାପଡିବା ପରେ ଏବେ ଶୁଭାଶିଷଙ୍କୁ ନେଇ ସବୁଠି ଚର୍ଚ୍ଚା, ଚନ୍ଦ୍ରୟାନ୍-୩ରେ ଓଡ଼ିଆ ପୁଅ ଶୁଭାଶିଷ । ଏ ହେଉଛି ସେହି ଖୁସିର ମହୂର୍ତ୍ତ । ନିଜ ସହକର୍ମୀଙ୍କ ସହ ଚନ୍ଦ୍ରୟାନ-୩ ଉତକ୍ଷେପଣ ହେବା ପୂର୍ବରୁ ସମସ୍ତେ ଏକାଠି ଫଟୋ ଉଠାଇଥିଲେ ।

କେନ୍ଦ୍ରାପଡ଼ା ଜିଲାର ମୁକୁନ୍ଦପୁର ଗାଁରୁ ଇସ୍ରୋ ପର୍ଯ୍ୟନ୍ତ ପହଞ୍ଚି ସେଠି ଚନ୍ଦ୍ରୟାନ-୩ ମିଶନରେ ସାମିଲ ହେବା ଛୋଟିଆ ସଫଳତା ନୁହେଁ । ଶୁଭାଶିଷଙ୍କ ବାପା ବଡ଼ବାପା ଚାନ୍ଦୋଳ ବଜାରରେ ରାସନ ଦୋକାନ କରି ପରିବାର ଚଳାଉଥିବା ବେଳେ ସେ ସ୍ଥାନୀୟ ବନମାଳୀ ବ୍ରହ୍ମଚାରୀ ମଡେଲ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ । ପିଲାଟି ଦିନରୁ ମେଶିନ୍, ଇଲେଟ୍ରୋନିକ୍ ଆଇଟମ୍ ଆଦି ସଜାସଜି କାମରେ ମାତୁଥିବା ଶୁଭାଶିଷ ପରେ କଟକରୁ ଆଇଟିଆଇ ଏବଂ ଭୁବନେଶ୍ୱର ସିଟିଟିସିରୁ ଉଚ୍ଚଶିକ୍ଷା ଲାଭ କରି ୨୦୧୮ରେ ଇସ୍ରୋରେ ନିଯୁକ୍ତି ପାଇଥିଲେ ।

Advertisment

ଚନ୍ଦ୍ରୟାନ-୩ରେ ଲାଗିଥିବା କେତେକ ଜଟିଳ ଯନ୍ତ୍ରାଶଂ ଭୁବନେଶ୍ୱରସ୍ଥିତ ସିଟିଟିସିରୁ ତିଆରି ହୋଇଥିବା ବେଳେ ଶୁଭାଶିଷ ମଧ୍ୟ ସେଇ ସିଟିଟିସିର ପୂର୍ବତନ ଛାତ୍ର । ଚନ୍ଦ୍ରୟାନ-ଥ୍ରୀ ପୂର୍ଣ୍ଣ ସଫଳତା ମନାସି ମୁକୁନ୍ଦପୁର ଗାଁ ମନ୍ଦିରରେ ଶୁକ୍ରବାରଠାରୁ ଜଳୁଛି ଅଖଣ୍ଡ ଦୀପ । ଶୁଭାଶିଷଙ୍କ ସାଙ୍ଗସାଥୀ, ଶିକ୍ଷକ ସମସ୍ତେ ଏବେ ତାଙ୍କ ପାଇଁ ଗର୍ବିତ ।

ISRO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ