Advertisment

ଚିରନିଦ୍ରାରେ ସୁନୀଲ ସାର୍, ମେଡିକାଲ୍ କଲେଜକୁ ଦାନ ହେଲା ଶରୀର

ତାଙ୍କ ବିୟୋଗରେ ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
prof. sunilkant Behera passes away

prof. sunilkant Behera passes away

Advertisment

ଜୀବନ ସାରା ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଜୀବନ ପରେ ବି ସେହି ଛାତ୍ରଛାତ୍ରୀଙ୍କ ପାଇଁ ନିଜ ଶରୀରକୁ ଦାନ କଲେ। ଚିରନିଦ୍ରାରେ ପ୍ରଫେସର୍ ସୁନୀଲକାନ୍ତ ବେହେରା। ୬୭ ବର୍ଷ ବୟସରେ ଗତକାଲି ବ୍ରହ୍ମପୁରରେ ଆଖି ବୁଜିଛନ୍ତି। ତାଙ୍କ ଶେଷ ଇଚ୍ଛା ଭାବେ ଆଜି ତାଙ୍କ ମୃତଦେହକୁ ଏମକେସିଜି ମେଡିକାଲ୍ କଲେଜକୁ ଦାନ କରାଯାଇଛି। ଛାତ୍ରଛାତ୍ରୀଙ୍କ ଗବେଷଣା ନିମନ୍ତେ ଶରୀରକୁ ଦାନ କରିବା ସହ ଅଙ୍ଗକୁ ବି ଦାନ କରାଯାଇଛି।

Advertisment

ପ୍ରଫେସର ବେହେରାଙ୍କ ପାର୍ଥୀବ ଶରୀରକୁ ଶେଷ ଦର୍ଶନ ପାଇଁ ଦୂର ଦୂରାନ୍ତରରୁ ଆଜି ବହୁ ବ୍ୟକ୍ତି ବିଶେଷ ଆସିଛନ୍ତି। ବିରାଟ ଶୋଭାଯାତ୍ରା କରି ମରଶରୀରକୁ ମେଡିକାଲ୍ କଲେଜ୍ ଯାଏଁ ଅଣାଯାଇଥିଲା।

ପ୍ରଫେସର ସୁନୀଲକାନ୍ତ ବେହେରା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗଯୋଗ ବିଭାଗର ବରିଷ୍ଠ ପ୍ରଫେସର ଥିଲେ। ଆସାମ ତେଜପୁର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବି ଅତିଥି ଅଧ୍ୟାପକ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଓଡ଼ିଶା ତଥା ଜାତୀୟସ୍ତରର ଅନେକ ସାମ୍ବାଦିକଙ୍କୁ ଗଢ଼ିବା ପଛରେ ସୁନୀଲକାନ୍ତଙ୍କ ରହିଛି ପ୍ରମୁଖ ଭୂମିକା। ତାଙ୍କ ବିୟୋଗରେ ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ