Private bus strike
ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ସେବା ଯୋଜନା ଆରମ୍ଭ ପରିପ୍ରେକ୍ଷୀରେ ଆସନ୍ତାକାଲିଠୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଗଡିବନି ଘରୋଇ ବସ୍ । ଗତକାଲି ଅନୁଷ୍ଠିତ ସାଧାରଣ ପରିଷଦ ବୈଠକ ପରେ ଏଭଳି ଘୋଷଣା କରିଛି ଓଡିଶା ଘରୋଇ ବସ୍ ମାଲିକ ସଂଘ ।
ଲକ୍ଷ୍ମୀ ବସ୍ ଗଡ଼ିବା ପରିପ୍ରେକ୍ଷୀରେ ଗତ ମାସ ୨୭ ତାରିଖ ବୈଠକ କରି ରାଜ୍ୟ ସରକାର ସେମାନଙ୍କ ଦାବି ନଶୁଣିଲେ ରାଜ୍ୟରେ ଘରୋଇ ବସ୍ ସେବା ବନ୍ଦ ରଖିବାକୁ ଧମକ ଦେଇଥିଲେ । ହେଲେ ରାଜ୍ୟ ସରକାର ଆଲୋଚନାକୁ ଡାକିନାହାନ୍ତି କିମ୍ବା କୌଣସି ଦାବି ମାନି ନଥିବା କହି କାଲିଠୁ ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ କରିବାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି ।
ଏପରିକି ସ୍କୁଲ, କଲେଜ, ଟୁର ଟ୍ରାଭେଲ ବସ୍ ସହ ଘରୋଇ ବସ ସେବା ବନ୍ଦ ରହିବ ବୋଲି କହିଛି ସଂଘ । ‘ଲକ୍ଷ୍ମୀ’ ଯୋଜନାରେ ଚାଲିବାକୁ ଥିବା ରୁଟରେ ଘରୋଇ ବସ ଗୁଡିକୁ ସବସିଡି ଦେବାକୁ ସଂଘ ଦାବି କରିଛି । ସରକାର ରାଜି ହେଲେ, ଘରୋଇ ବସ୍ ଗୁଡିକୁ ଲକ୍ଷ୍ମୀ ଯୋଜନା ଅନୁଯାୟୀ ସଜାଇ ଦିଆଯିବ ବୋଲି କହିଛି ସଂଘ । ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696817086.jpg)