Advertisment

ପୌର ନିର୍ବାଚନ ପାଇଁ ଫେବ୍ରୁଆରୀ ୧୦ରେ ପ୍ରକାଶ ପାଇବ ଭୋଟର ତାଲିକା

ରାଜ୍ୟ ସରକାରଙ୍କ ପକ୍ଷରୁ କାଉନସିଲରଙ୍କ ନିମନ୍ତେ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି।

ପୌର ନିର୍ବାଚନ ପ୍ରସ୍ତୁତି

ପୌର ନିର୍ବାଚନ ପ୍ରସ୍ତୁତି

Advertisment

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପରେ ଏବେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ରାଜ୍ୟରେ ପୌର ନିର୍ବାଚନ ସମ୍ପର୍କରେ ପ୍ରେସମିଟ୍ କରିଥିଲେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ। ଏନେଇ ସେ ସୂଚନା ଦେଇଛନ୍ତି ଯେ ଫେବ୍ରୁଆରୀ ୧୦ରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ। ଦାବି ଓ ଆପତ୍ତି ଅଭିଯୋଗ ପାଇଁ ୬ ଦିନ ସମୟ ଦିଆଯିବ। ଫେବ୍ରୁଆରୀ ୧୧ରୁ ୧୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଅଭିଯୋଗ ଦାଖଲ କରାଯିବ।

Advertisment

ସେହିପରି ଫେବ୍ରୁଆରୀ ୨୪ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ସେହିପରି ୨୮ରେ ଇସିଙ୍କୁ ତାଲିକା ପ୍ରଦାନ କରାଯିବ। ଫେବ୍ରୁଆରୀ ୨୮ ସୁଦ୍ଧା ଭୋଟର ତାଲିକା ପ୍ରକାଶ କାର୍ଯ୍ୟ ସରିବ। ୪୮ NAC, ୫୯ ମ୍ୟୁନିସିପାଲିଟି ଓ ୩ ମହାନଗର ପାଇଁ ତାଲିକା ପ୍ରକାଶ ପାଇବ।

ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କାଉନସିଲରଙ୍କ ନିମନ୍ତେ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି। ମୋଟ ୧୭୫୬ ୱାର୍ଡରୁ ୬୬୮ ଅଣସଂରକ୍ଷିତ ଅନୁସୂଚିତ ଜାତି ପାଇଁ ୧୨୨, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୧୭୧ ଓ୍ବାର୍ଡ ସଂରକ୍ଷିତ।

Advertisment

ସେହିପରି ଅନୁସୂଚିତ ଜନଜାତି ପୁରୁଷ ପାଇଁ ୪୯ ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୩୩ ୱାର୍ଡ ସଂରକ୍ଷିତ ରଖାଯାଇଛି। ତେବେ ମହିଳାମାନଙ୍କ ପାଇଁ ୬୧୩ ୱାର୍ଡ ସଂରକ୍ଷିତ ରହିଥିବା ସରକାର ଘୋଷଣା କରିଛନ୍ତି। ଏହା ପୂର୍ବରୁ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ପ୍ରକାଶ କରିଥିଲେ ସରକାର। 

SEC Municipality Election Voters List
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ