Advertisment

ସ୍ୱାଭିମାନ ଅଞ୍ଚଳରେ ନିର୍ବାଚନ ପ୍ରସ୍ତୁତି ଏବଂ ମାଓ ମୁକାବିଲାର ସମୀକ୍ଷା

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ନିର୍ବାଚନ ବେଳେ ଗ୍ରହଣ କରାଯିବ କଡ଼ା ସୁରକ୍ଷା ବ୍ୟବସ୍ଥା ଆବଶ୍ୟକସ୍ଥଳେ ଡ୍ରୋନ୍ କିମ୍ବା ହେଲିକପ୍ଟରର ମଧ୍ୟ ବ୍ୟବହାର କରାଯିବ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଗସ୍ତ ବେଳେ ଏହା କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ସ୍ୱାଭିମାନ ଅଞ୍ଚଳରେ ନିର୍ବାଚନ ପ୍ରସ୍ତୁତି ଏବଂ ମାଓ ମୁକାବିଲାର ସମୀକ୍ଷା କରିଛନ୍ତି ।

Preparations for the elections in Maoist area

Preparations for the elections in Maoist area

Advertisment

ପୋଲିସ ଡିଜି ମାଓ ମୁକାବିଲା କ୍ଷେତ୍ରରେ ସ୍ୱାଭିମାନ ଅଞ୍ଚଳରେ ପୋଲିସର ଭୁମିକାକୁ ଡିଜିପି ପ୍ରଶଂସା କରିଛନ୍ତି । ସ୍ୱାଭିମାନ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କିଭଳି ସୁରୁଖୁରୁରେ ହୋଇ ପାରିବ ସେ ନେଇ ଗୁରୁତ୍ୱ ଦିଆଯାଉଥିବା ଡିଜିପି କହିଛନ୍ତି । ହେଲିକପ୍ଟର ମାଧ୍ୟମରେ ସ୍ୱାଭିମାନ ଅଂଚଳ ଯୋଡ଼ାମ୍ଭ ହନ୍ତାଳଗୁଡା ବିଏସ୍ଏଫ୍ କ୍ୟାମ୍ପରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Advertisment

ଡିଜିପି ପ୍ରଥମ ଥର ଲାଗି ସ୍ୱାଭିମାନ ଅଞ୍ଚଳରେ ପାଦ ଦେଇଥିବାରୁ ଡିଜିପି ଖୁସି ବ୍ୟକ୍ତ କରିଛନ୍ତି ବିଏସ୍ଏଫ୍ ଏବଂ ପୋଲିସର ମିଳିତ କାଯର୍ୟକ୍ରମକୁ ଡିଜିପି ପ୍ରଶଂସା କରିଛନ୍ତି । ଏହା ପୂର୍ବରୁ କୋରାପୁଟ ଗସ୍ତରେ ଯାଇ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଓ ମାଓବାଦୀ ମୁକାବିଲା ନେଇ ସମୀକ୍ଷା କରିଥିଲେ ପୋଲିସ ଡିଜି ।

ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ, BSF ଆଇଜି ଉପସ୍ଥିତ ଥିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସମେତ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । କୋଟିଆକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ସୀମା ବିବାଦ ରହିଥିବା ବେଳେ ସୂଚନା ରୂପେ ନିର୍ବାଚନ କିପରି ସମ୍ପାଦନ ହୋଇପାରିବ ସେ ନେଇ ଆଲୋଚନା କରିଛନ୍ତି ଡିଜିପି ...

Advertisment
Malkangiri Sunil Bansal Preparations For The Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ