ସିଂହକୁ ଝିଅ ଭଳି ପାଳୁଛନ୍ତି ପ୍ରଶାନ୍ତ, ବର୍ଷା ଡାକିଦେଲେ ଧାଇଁ ଆସୁଛି

ଚର୍ଚ୍ଚାରେ ନନ୍ଦକାନନ ପ୍ରାଣୀ ଉଦ୍ୟାନର ଆନିମଲ କିପର ପ୍ରଶାନ୍ତ ଗୌଡ଼ । ୬ ମାସ ପୂର୍ବେ ସିଂହି ବିଜଲୀ ୩ ଛୁଆ ଜନ୍ମ ଦେଇଥିଲା । ୨ ଛୁଆ ମୃତ ଜନ୍ମ ହୋଇଥିବା ବେଳେ ଏକ ମାତ୍ର କୁନି ମାଈ ସିଂହ ବର୍ଷାକୁ ସିଂହି ବିଜଲୀ ଗ୍ରହଣ କରିନଥିଲା ।

Lion

ମଣିଷ ଆଉ ପଶୁ ଭିତରେ ଅନାବିଳ ପ୍ରେମ । ପଶୁଟି ଯେତେ ହିଂଶ୍ର ହେଇଥାଉ ନା କାହିଁକି, ଭଲପାଇବା ଦେଲେ ସେ ନିଶ୍ଚୟ ଅନୁଭବ କରିଥାଏ । ଆଉ ସେ ମଧ୍ୟ ଭଲ ପାବା ଶିଖିଥାଏ । ପଶୁଟି ମଣିଷକୁ ମଧ୍ୟ ବିନା ସ୍ୱାର୍ଥରେ ସ୍ନେହ କରିଥାଏ । ଠିକ୍‌ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନନ୍ଦନକାନନରେ ।

ଚର୍ଚ୍ଚାରେ ନନ୍ଦକାନନ ପ୍ରାଣୀ ଉଦ୍ୟାନର ଆନିମଲ କିପର ପ୍ରଶାନ୍ତ ଗୌଡ଼ । ୬ ମାସ ପୂର୍ବେ ସିଂହି ବିଜଲୀ ୩ ଛୁଆ ଜନ୍ମ ଦେଇଥିଲା । ୨ ଛୁଆ ମୃତ ଜନ୍ମ ହୋଇଥିବା ବେଳେ ଏକ ମାତ୍ର କୁନି ମାଈ ସିଂହ ବର୍ଷାକୁ ସିଂହି ବିଜଲୀ ଗ୍ରହଣ କରିନଥିଲା । ସେ ସମୟରେ ଆନିମଲ କିପର ପ୍ରଶାନ୍ତ ଗୌଡ଼ଙ୍କୁ ମିଳିଥିଲା ବର୍ଷାକୁ ପାଳିବାର ସୁଯୋଗ । ପିଲାଟି ଦିନରୁ ସିଂହି ବର୍ଷାକୁ ପ୍ରଶାନ୍ତ ଦେଇଥିବା ସ୍ନେହ ଏବେ ତାଙ୍କ ସଂପର୍କକୁ ନିବିଡ଼ କରିଛି । ବର୍ଷା ନାଁ ଧରି ଡାକିଦେବା ମାତ୍ରେ ପ୍ରଶାନ୍ତଙ୍କ ନିକଟକୁ ଦୌଡ଼ି ଆସୁଛି ସିଂହି । 

ବର୍ଷାକୁ ପାଳିବା ବେଳେ ପ୍ରଶାନ୍ତଙ୍କ ନିକଟରେ ଅନେକ ଚ୍ୟାଲେଞ୍ଜ ଆସିଥିଲା । ବର୍ଷାକୁ ବଡ଼ କରିବା ପାଇଁ ସେ କଷ୍ଟ କରିଛନ୍ତି । ଏମିତିକି ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ ସେ ସଠିକ୍ ଭାବେ ଶୋଇ ପାରିନାହାନ୍ତି । ଅନେକ ରାତି ଅନିଦ୍ରା ମଧ୍ୟ ହୋଇଛନ୍ତି । ବର୍ଷା ଜନ୍ମ ବେଳେ ୧୨୨୦ ଗ୍ରାମ୍‌ ହୋଇଥିଲା । ନିଜ ଝିଅ ଭଳି ତାକୁ ପାଳିଛନ୍ତି ପ୍ରଶାନ୍ତ ।