Advertisment

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ

୨୦ ତାରିଖ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟ ଯାଇଛନ୍ତି।

ଅଦ୍ୟତନ ହୋଇଛି
father of sumeet sahoo

father of sumeet sahoo

Advertisment

ବ୍ରହ୍ମପୁର: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ବିନୀ ବିବାହ ବିବାଦ ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଡାକ୍ତର ସୁମିତଙ୍କ ବାପା ପ୍ରମୋଦ ସାହୁ। ୨୦ ତାରିଖ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟ ଯାଇଛନ୍ତି। ଏହି ପ୍ରସଙ୍ଗରେ ଥାନାରେ ମାମଲା ଦାୟର ହୋଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସେ ଅଭିଯୋଗ କରିଛନ୍ତି। ଯାହା ଫଳରେ ତାଙ୍କ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ସେ ଆବେଦନରେ ଦର୍ଶାଇଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଉପଯୁକ୍ତ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଆବେଦନ କରିଛନ୍ତି।

Advertisment

ଗତ ୨୦ ତାରିଖରେ ଦମ୍ପତି ତପସ୍ୱିନୀ-ଡାକ୍ତର ସୁମିତ ବିବାହ ବିବାଦ ମାମଲାରେ ଭଡ଼ା ଘର ନେଇ ତପସ୍ୱିନୀଙ୍କୁ ରଖିବାକୁ ଡାକ୍ତର ସୁମିତଙ୍କୁ ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାପରେ ତପସ୍ୱିନୀଙ୍କୁ ଶାଶୂଘରେ ପୂରାଇବା ପାଇଁ ବ୍ରହ୍ମପୁର ବ୍ରହ୍ମାନଗର ସ୍ଥିତ ସୁମିତଙ୍କ ଘର ଗ୍ରୀଲ ଭାଙ୍ଗି ପଶିଗଲେ ଶତାଧିକ ମହିଳା।

ଘର ସାମ୍ନାରେ ଧସ୍ତାଧସ୍ତି ପରେ ଗ୍ରୀଲ ଭାଙ୍ଗି ମହିଳାମାନେ ପଶିଥିଲେ। ମେନ୍ ଗେଟ୍ ଭାଙ୍ଗି ଭିତରକୁ ପଶିଗଲେ ସ୍ଥାନୀୟ ମହିଳା। ତପସ୍ୱିନୀଙ୍କୁ ନ୍ୟାୟ ଦେବାକୁ ଗେଟ୍ ଭାଙ୍ଗିଲୁ ବୋଲି କିଛି ମହିଳା କହିଥିଲେ। ଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଏସ୍‌ପି ପହଞ୍ଚି ବୁଝାସୁଝା କରିଥିଲେ। ଭଙ୍ଗାରୁଜା ନେଇ ସୁମିତଙ୍କ ବାପା ପ୍ରମୋଦ ଥାନାରେ ଏତଲା କରିଥିଲେ।

Advertisment

ତପସ୍ୱିନୀ ଶାଶୂଘରକୁ ଯିବା ପରେ ସୁମିତଙ୍କ ବାପା ପ୍ରମୋଦ ସାହୁ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ତପସ୍ୱିନୀ ଘରେ ରହିବା ଦ୍ୱାରା କୋର୍ଟଙ୍କ ଆଦେଶ ପାଳନ ହେଲାନି। ଯେହେତୁ ସେମାନେ ଜବରଦସ୍ତି ଗଲେ, ସେଥିପାଇଁ ମୁଁ ନିରୁପାୟ ହୋଇ ଚୁପ ରହିଲି।

Tapaswini Marital Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ