Advertisment

'ବେକରେ ଶିକୁଳି ପକାଇ ସ୍ୱାମୀକୁ ବାନ୍ଧିକି ରଖ'

ଗୋଟେ ଫିଲ୍ମ ନିର୍ମାଣ କରିବା କରିବା ପାଇଁ ମୁଁ ବାହାରକୁ ଯାଉଥିଲି।

ଅଦ୍ୟତନ ହୋଇଛି
Prakruti Mishra gives clarification over harrassment by Babushaan's wife

Prakruti Mishra gives clarification over harrassment by Babushaan's wife

Advertisment

ମୁହଁ ଖୋଲିଲେ ପ୍ରକୃତି ମିଶ୍ର। ଇନଷ୍ଟ୍ରାଗ୍ରାମ୍‌ରେ ଭିଡିଓ ଜାରି କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ଭିଡିଓରେ ଗତକାଲିର ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି। ବିନା କଥାବାର୍ତ୍ତାରେ ଗୁଣ୍ଡାଗର୍ଦ୍ଦି ମୋ ସାଙ୍ଗରେ କରିଛନ୍ତି। ଜଣେ ଝିଅକୁ ବିଚ୍‌ ରାସ୍ତାରେ ହାରାସ୍ କରିଛନ୍ତି। ସେମାନଙ୍କୁ ସେହି ଶିକ୍ଷା ଦିଆଯାଇଛି। ମୁଁ ସାହାଯ୍ୟ କରିବା ପାଇଁ ଚିତ୍କାର କରୁଥିଲି ଲୋକେ ମୋ ସହ ସେଲ୍ଫି ନେଉଥିଲେ।

Advertisment

ଏତେ ସବୁ ପରେବି ମୁଁ ଭାଙ୍ଗିପଡ଼ିନି। ଗୋଟେ ଫିଲ୍ମ ନିର୍ମାଣ କରିବା କରିବା ପାଇଁ ମୁଁ ବାହାରକୁ ଯାଉଥିଲି। ଏହା ମୋର ବଡ଼ ପ୍ରୋଜେକ୍ଟ। ଦୁର୍ଭାଗ୍ୟବଶତଃ ଯାହାହେଲା ଭଲହେଲା।  ଜଣା ପଡ଼ିଗଲା କିଏ କେମିତି। କେହି କାହା ଘର ଭାଙ୍ଗିପାରନ୍ତି ନାହିଁ। ତମ ସ୍ୱାମୀକୁ ତମେ ସମ୍ଭାଳ। ଯଦି ସମ୍ଭାଳିପାରୁନ, ତମ ସ୍ୱାମୀକୁ ବେକରେ ଶିକୁଳି ପକାଇ ରଖ। ମୁଁ ସେଠି ଏକୁଟିଆ ଫାଇଟ୍‌ କରିକି ଆସିଛି। ସବୁ ଝିଅଙ୍କୁ ମୋର ନିବେଦନ, ସେମାନେ ଏଭଳି କ୍ଷେତ୍ରରେ କେବେବି ହାରନ୍ତୁ ନାହିଁ। 

Advertisment

ସେପଟେ ଅଭିନେତା ବାବୁସାନ ମହାନ୍ତି କହିଛନ୍ତି ଯେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଆଗକୁ ଆଉ କାମ କରିବେ ନାହିଁ । କେବଳ ପ୍ରକୃତି ମିଶ୍ର କାହିଁକି ଦରକାର ପଡ଼ିଲେ କୌଣସି ଅଭିନେତ୍ରୀଙ୍କ ସହ ମଧ୍ୟ ଫିଲ୍ମ କରିବେ ନାହିଁ । ଏକଥା ନିଜେ ବାବୁସାନ୍ ଭିଡିଓ ବାର୍ତ୍ତା ଜରିଆରେ ଓଡ଼ିଶାବାସୀଙ୍କୁ ଜଣାଛନ୍ତି । ୫୪ ସେକେଣ୍ଡର ଏହି ଭିଡିଓ ବାର୍ତ୍ତାରେ ସେ ନିଜର ପାରିବାରିକ ଓ ବୃତ୍ତିଗତ ଜୀବନ ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି । ଏହା ସହ ଗତକାଲିର ଘଟଣାକୁ ନେଇ ମଧ୍ୟ ନିଜର କ୍ଷୋଭ ପ୍ରକାଶ କରିଛନ୍ତି କହିଛନ୍ତି।

Babushan Mohanty Prakruti Mishra Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ