Advertisment

ରୋଷେଇ ଘରେ ମହଙ୍ଗା ମାଡ଼, ଚିନ୍ତାରେ ଖାଉଟି; ଆକାଶଛୁଆଁ ଆଳୁ ଦର...

ଆଳୁ ଦର ଆକାଶଛୁଆଁ । ୧୫ ଦିନରେ ୧୦ ଟଙ୍କା ମହଙ୍ଗା । କିଲୋ ୩୦ ପାର୍। ୧୫ ଦିନ ତଳେ ଆଳୁ କିଲୋ ପିଛା ୨୦ ଟଙ୍କାରେ ବିକ୍ରି ହେଉଥିଲା। ସପ୍ତାହକ ତଳେ ହଠାତ୍ କିଲୋ ୨୫ ହେଲା, ଆଉ ଏବେ କିଲୋ ୩୦ ଟଙ୍କା।

ଅଦ୍ୟତନ ହୋଇଛି
undefined

Potato price

Advertisment

ରୋଷେଇ ଘରକୁ ମହଙ୍ଗା ମାଡ଼, ଖାଉଟି କଲବଲ । ୧୫ ଦିନରେ ଆଳୁ ଦର ଦେଢ଼ଗୁଣା ହୋଇ କିଲୋ ୩୦ ଟଙ୍କା ହେଲାଣି । ହରଡ଼ ଡାଲି ୮ ଟଙ୍କା ଓ ପାମୋଲିନ୍ ତେଲ ୫ ଟଙ୍କା ବଢ଼ିଗଲାଣି । ବିଭିନ୍ନ ଖାଦ୍ୟ ସାମଗ୍ରୀର ଏମିତି ଉଚ୍ଚା ଦର ସାଧାରଣ ଖାଉଟିଙ୍କ ପକେଟକୁ ଢେର୍ ବାଧୁଛି ।

Advertisment

ଆଳୁ ଦର ଆକାଶଛୁଆଁ । ୧୫ ଦିନରେ ୧୦ ଟଙ୍କା ମହଙ୍ଗା । କିଲୋ ୩୦ ପାର୍ । ୧୫ ଦିନ ତଳେ ଆଳୁ କିଲୋ ପିଛା ୨୦ ଟଙ୍କାରେ ବିକ୍ରି ହେଉଥିଲା। ସପ୍ତାହକ ତଳେ ହଠାତ୍ କିଲୋ ୨୫ ହେଲା, ଆଉ ଏବେ କିଲୋ ୩୦ ଟଙ୍କା । ରୋଷେଇ ଘରର ଏ ମୁଖ୍ୟ ସାମଗ୍ରୀର ଏମିତି ଉଚ୍ଚା ଦର ଦେଖି ଖାଉଟି ଆବାକାବା । ହେଲେ, ନିହାତି ଆବଶ୍ୟକ ଥିବାରୁ କାନମୁଣ୍ଡ ଆଉଁସି ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛି । ଖୁଚୁରା ବେପାରୀ କହୁଛନ୍ତି, ଯେହେତୁ ପାଇକାରୀ ବଜାରରେ ଆଳୁ ଦର ନିଇତି ବଦଳୁଛି, ତେଣୁ ସେମାନେ ଦର ବଢ଼ାଇବାକୁ ବାଧ୍ୟ ହେଉଛନ୍ତି।

ଏପଟେ ପାଇକାରୀ ବ୍ୟବସାୟୀଙ୍କ କହିବା କଥା, ଓଡ଼ିଶାରେ ପର୍ଯ୍ୟାପ୍ତ ଆଳୁ ଉତ୍ପାଦନ ହେଉନି। ଆଳୁ ପାଇଁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼େ। କିଛି ଦିନ ହେଲା ପଶ୍ଚିମବଙ୍ଗଶୀତଳଭଣ୍ଡାରେ ନୂଆ ଆଳୁ ଲୋଡିଂ ଚାଲିଥିଲା। ୟୁପି ଆଳୁ ଏଯାଏଁ ଓଡ଼ିଶା ପହଞ୍ଚିନି। ତେଣୁ ବଜାରରେ ଆଳୁ ଅଭାବ ଦେଖାଦେଇଛି । 

Advertisment

ଖାଲି ଆଳୁ ନୁହେଁ, ଅନ୍ୟ ଖାଦ୍ୟ ସାମଗ୍ରୀ ଦର ବି ବଢ଼ିଗଲାଣି । ଗତ ୧୫ ଦିନ ଭିତରେ ଡାଲି କିଲୋ ପିଠା ୮ ଟଙ୍କା ଯାଏଁ ଓ ତେଲ ଲିଟର ୫ ଟଙ୍କା ମହଙ୍ଗା ହେଲାଣି । ସପ୍ତାହକ ତଳେ ୧୩୦ରୁ ୧୫୦ ଟଙ୍କାରେ ବିକ୍ରି ହେଉଥିବା ହରଡ଼ ଡାଲି ଏବେ କିଲୋପିଛା ୧୩୮ରୁ ୧୫୫ ଟଙ୍କାରେ ବିକ୍ରି ହେଉଛି । ବିରି ଡାଲି ଦାମ ୫ରୁ ୭ ଟଙ୍କା ବଢ଼ି ୧୨୦ରୁ ୧୩୨ ଟଙ୍କା ଯାଏଁ ରହିଛି । 

ସେହିପରି ପାମୋଲିନ ତେଲ ଦର ଲିଟର ପିଛା ୫ ଟଙ୍କା ବଢ଼ି ୧୦୦ ଟଙ୍କା ନିକଟତର ହୋଇଛି । ବ୍ୟବସାୟୀ ମହାସଂଘ କହିଛି, ଏବେଠୁ ଲୋକଙ୍କୁ ଚାଷ ପାଇଁ ପ୍ରୋତ୍ସାହିତ ନକରାଗଲେ, ଆଗାମୀ ଦିନରେ ଭାରତରେ ବି ଶ୍ରୀଲଙ୍କା, ପାକିସ୍ତାନ ଭଳି ଖାଦ୍ୟ ସଙ୍କଟ ଘନେଇବ।

Advertisment

Potato Price Potato
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ