• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାହାରେ ବର୍ଷା ପାଣି, ସ୍କୁଲ୍ ଭିତରେ ବି ପାଣି । ବାରଣ୍ଡାଠାରୁ ନେଇ ଶ୍ରେଣୀଗୃହ ଯାଏଁ ସବୁଠି ପାଣି । ଆଉ ସ୍କୁଲଘର କାନ୍ଥର ଦୃଶ୍ୟ ଦେଖିଲେ ଉଡିଯିବ ହୋସ୍‌ । କହିବାକୁ ସିମେଣ୍ଟ କାନ୍ଥ କିନ୍ତୁ ବର୍ଷା ରୋକିବାକୁ ବଳ ନାହିଁ । କାନ୍ଥ ଫାଟି ଆଁ କରିଥିବା ବେଳେ ବର୍ଷା ପାଣି ପଡ଼ି ଘର ସାରା ଓଦା । ପିଲାଏ ପାଠ ପଢିବେ କଣ ସ୍କୁଲ ଘରୁ ପାଣି କାଢିବାରେ ବ୍ୟସ୍ତ ।

ସୁନ୍ଦରଗଡ଼ ଜିଲ୍ଲା ବଣାଇ କନ୍ତସରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ସ୍କୁଲ ତିଆରି ହେଲା । ରଙ୍ଗ ମାରି ଚକାଚକ୍ କରାଗଲା, ହେଲେ ଏପରି କାମ ହୋଇଛି ଯେ କେଉଁଠି କାନ୍ଥ ଫାଟି ପାଣି ବାହାରୁଛି ତ କେଉଁଠି ବାରଣ୍ଡାରୁ ପାଣି ଯାଇ ସ୍କୁଲ୍ ଭିତରେ ।

ସ୍କୁଲରେ ୧୪୮ ଜଣ ଛାତ୍ରଛାତ୍ରୀ ଥିବାବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ସୁବିଧା ରହିଛି । ହେଲେ ବର୍ଷାଦିନେ ସ୍କୁଲର ଅବସ୍ଥା ଏମିତି, ପାଠପଢା ତ ଦୂରର କଥା ପିଲାଏ ବସିବାକୁ ଜାଗାନାହିଁ । ଫଳରେ ଉପାୟ ନ ପାଇ ଗୋଟିଏ ରୁମରେ ବସୁଛନ୍ତି ଦୁଇଟି ଶ୍ରେଣୀର ପିଲା । DMFund ରୁ ପ୍ରାୟ ୮୦ ଲକ୍ଷ ବ୍ୟୟରେ ନୂଆ କୋଠା ଘର ତିଆରି ହେଉଛି, ହେଲେ ଦୁଇ ବର୍ଷ ହେବ କାମ ଯେଉଁଠି ଥିଲା ସେଇଠି ।

ସ୍କୁଲର ଏପରି ଅବସ୍ଥା ଦେଖି ଅସହାୟତା ପ୍ରକାଶ କରିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ । କହିଛନ୍ତି ବିଭାଗୀୟ ଜେଇଙ୍କୁ କହି କିଛି ଲାଭ ହେଉନି । ସେପଟେ ଏନେଇ ସର୍ବଶିକ୍ଷା ଅଭିଯାନ JEଙ୍କୁ ପଚାରିବାରୁ ସେ ବର୍ଷା ବାହାନା କରି ଏଡାଇ ଯାଇଥିଲେ ।

 

  • Reported by:
  • RANJIT CHOUDHURY