Advertisment

ଶ୍ରୀମନ୍ଦିରରେ ପଲିଥିନ ମନା, ନୂଆବର୍ଷରୁ ନିୟମ କଡ଼ାକଡ଼ି

ନୂଆବର୍ଷ ଆରମ୍ଭରୁ ଏହାକୁ କଡ଼ାକଡ଼ି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀମନ୍ଦିର ଭିତରେ ପରିଷ୍କାର ଓ ସ୍ୱଚ୍ଛତା ଆଣିବାକୁ ଏହି ପ୍ରୟାସ ପୁର୍ନବାର ଆରମ୍ଭ ହୋଇଛି।

polythene ban in srimandira

polythene ban in srimandira

Advertisment

ଶ୍ରୀମନ୍ଦିରରେ ଖୁବଶୀଘ୍ର ବନ୍ଦ ହେବ ପଲିଥିନ ଓ ପ୍ଲାଷ୍ଟିକ। ବିଳମ୍ବରେ ହେଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ନେଇଛି ଚରମ ନିଷ୍ପତ୍ତି। ଏଣିକି ପଲିଥିନ ଓ ପ୍ଲାଷ୍ଟିକ ବଦଳରେ କାଗଜ ବ୍ୟାଗ, କଟନ୍ ବ୍ୟାଗ୍, ଭୋଗେଇ, ବାଉଁଶ ଓ କାଠ ଚାଙ୍ଗୁଡିରେ ଭକ୍ତମାନେ ଫୁଲ ଓ ଭୋଗ ନେଇକି ଯିବାକୁ ବିଭିନ୍ନ ସେବାୟତ ନିଯୋଗ ଓ ଭକ୍ତ ସମାଜକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ । ଏନେଇ ଶ୍ରୀମନ୍ଦିର ସାମାଜିକ ଗଣମାଧ୍ୟମ ଗ୍ରୁପ୍ ଜରିଆରେ ନିବେଦନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Advertisment

ନୂଆବର୍ଷ ଆରମ୍ଭରୁ ଏହାକୁ କଡ଼ାକଡ଼ି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀମନ୍ଦିର ଭିତରେ ପରିଷ୍କାର ଓ ସ୍ୱଚ୍ଛତା ଆଣିବାକୁ ଏହି ପ୍ରୟାସ ପୁର୍ନବାର ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ଗତ ୨୦୨୦ ମସିହାରୁ ଶ୍ରୀମନ୍ଦିରକୁ ପଲିଥିନ ମୁକ୍ତ ପାଇଁ ପ୍ରୟାସ କରାଯାଇଥିଲା। ତେବେ ଏହି କଟକଣା କିଭଳି କାର୍ଯ୍ୟକାରୀ ହେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ।

Odisha Puri Srimandira
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ