/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662887436.jpg)
Polymer Water Pipes
ରାତି ଅଧରେ ନିଆଁ ଲାଗି ଜଳିଗଲା ଲକ୍ଷ୍ ଲକ୍ଷ ଟଙ୍କାର ପାଇପ୍ । ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଆସିଥିବା ପାଇପ୍ ଗଦା ଜଳିଯାଇଛି । ଗତ ରାତିରେ ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକର ତେଲିପାଲି ପଡ଼ିଆରେ ରହିଥିବା ପ୍ଲାଷ୍ଟିକ ପାଇପ୍ ଗୁଡିକ ଜଳିଯାଇଛି ।
Advertisment
ସୂଚନାନୁଯାୟୀ କୌଣସି କାରଣରୁ ରାତି ୨ରୁ ୩ଟା ଭିତରେ ପାଇପରେ ନିଆଁ ଲାଗିଯାଇଥିଲା । ଏହାପରେ ପାଇପ୍ ଗୁଡ଼ିକ ହୁତୁହୁତୁ ହୋଇ ଜଳିଥିଲା । ଖବର ପାଇ ଅଗ୍ନଶମ ବାହିନୀ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି ।
ତେବେ କେଉଁ କରଣରୁ ଅଗ୍ନିକାଣ୍ଡ ହେଲା ଓ ଲକ୍ଷ ଲକ୍ଷ ଟଙ୍କାର ପାଇପ୍ ଜଳିଗଲା, ସେନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟପକ୍ଷରେ ପାଇପଗୁଡ଼ିକ ପୋଡ଼ି ପାଉଁଶ ହୋଇଯାଇଥିବାରୁ ଜଳ ଯୋଗାଣ ପ୍ରକଳ୍ପରେ ପାଇପ ବିଛା କାମ ବିଳମ୍ବ ହେବା ଆଶଙ୍କା ମଧ୍ୟ ଦେଖାଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)