Advertisment

ଶ୍ରଦ୍ଧାଳୁଙ୍କ ଉପରେ କାର ମାଡ଼ିଯିବା ଘଟଣା: ଓଡ଼ିଶା ସରକାରଙ୍କୁ ଦୋଷ ଦେଲେ ଭୂପେଶ

ଗଞ୍ଜେଇ ଚୋରା ଚାଲାଣ ନେଇ ଓଡ଼ିଶା ସରକାରଙ୍କ ଉପରେ ଦୋଷ ଲଦିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଛତିଶଗଡ଼ରେ ଲୋକଙ୍କ ଉପରେ ଏକ ଗଂଜେଇ ଭର୍ତ୍ତି କାର୍ ମାଡ଼ିଯିବା ଘଟଣା ଉପରେ ପ୍ରତିକ୍ରିୟା ରଖିବାବେଳେ ଏଭଳି ଉଦ୍ବେଗଜନକ ବୟାନ ଦେଇଛନ୍ତି ସେଠାକାର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଯାହାକୁ ନେଇ ତେଜିଛି ଓଡ଼ିଶା ରାଜନୀତି।

ଓଡ଼ିଶା ସରକାରଙ୍କ ଉପରେ ଦୋଷ ଲଦିଲେ ଭୂପେଶ

ଓଡ଼ିଶା ସରକାରଙ୍କ ଉପରେ ଦୋଷ ଲଦିଲେ ଭୂପେଶ

Advertisment

ଭୁବନେଶ୍ୱର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଛି ଝଡ଼। ଖୋଲିଛି ଓଡ଼ିଶାରେ ହେଉଥିବା ଚୋରା ଗଂଜେଇ କାରବାରର ଗୁମର। ଦୁର୍ଗା ମୂର୍ତ୍ତି ଭସାଣ ଶୋଭାଯାତ୍ରା ବେଳେ ଛତିଶଗଡ଼ର ପାଥଲଗାଁଓ ବଜାରପଡ଼ାରେ ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଯାଇଥିଲା ଏକ ଗଂଜେଇ ଭର୍ତ୍ତି କାର। ଏହି ଘଟଣାକୁ ନେଇ ବିବାଦ ବଢିବାପରେ ଓଡ଼ିଶା ସରକାର ଉପରେ ଦୋଷ ଲଦିଛନ୍ତି ବଘେଲ୍।

Advertisment

ଅଭିଯୋଗ କରିଛନ୍ତି ଓଡ଼ିଶାର ବିଭିନ୍ନ ସ୍ଥାନରୁ ଚୋରାରେ ଗଞ୍ଜେଇ ଚାଲାଣ ହେଉଛି। ଏତେ ପରିମାଣର ଗଂଜେଇ କେଉଁଠି ଆସୁଛି,  ଓଡ଼ିଶା ସରକାର ତା ଉପରେ ନଜର ରଖିବା ଦରକାର। ବଘେଲଙ୍କ ଏହି ମନ୍ତବ୍ୟ ପରେ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ। ବିଜେଡିର କିଛି ନେତା ଓ ପ୍ରଶାସନିକ ଅଧିକାରୀ ଚୋରା ଗଂଜେଇ କାରବାରରେ ପଛରେ ରହିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ୍ ଓ ବିଜେପି। ବିଜେଡି ଏହାର ଜବାବ ରଖିଛି।  ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ଯେ ବିରୋଧୀମାନେ ବୋଧାହୁଏ କଳା ଚଷମା ପିନ୍ଧିଛନ୍ତି। ପଡୋଶୀ ରାଜ୍ୟରେ ଯେଉଁ କଳାବଜାରୀ ହେଉଛି, ତାହା ଦେଖାଯାଉନି। ପଡୋଶୀ ରାଜ୍ୟ ସହିତ ଦ୍ୱିପାକ୍ଷିକ ଭିତ୍ତିରେ ସମାଧିତ ହେବା ଦରକାର।

କେତେବେଳେ ସିଲିଣ୍ଡର ଭର୍ତ୍ତି ଟ୍ରକ୍, ତ କେତେବେଳେ ଶାଢି ପ୍ୟାକେଟ୍, କେତେବେଳେ କଣ୍ଟେନରର ସିକ୍ରେଟ୍ ଚାମ୍ବର ତ କେତେବେଳେ କଦଳୀ ବୋଝେଇ ଟ୍ରକ୍‌ରେ ଚାଲାଣ ହେଉଛି ଗଞ୍ଜେଇ। ପୋଲିସ୍ ଓ ଅବକାରୀ ଅଧିକାରୀ ଡାଳେ ଡାଳେ ଗଲେ ଗଞ୍ଜେଇ ମାଫିଆ ପତ୍ରେ ପତ୍ରେ ଯାଉଛନ୍ତି। ଓଡ଼ିଶାରୁ ଛତିଶଗଡ଼, ଝାରଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ପଂଜାବ, ମହାରାଷ୍ଟ୍ର ଆଦି ରାଜ୍ୟକୁ ଚାଲାଣ ହେଉଛି ଗଞ୍ଜେଇ।

Advertisment

ବିଶେଷ କରି ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏହି ଚୋରା କାରବାର ଅଧିକ ମାତ୍ରାରେ ହେଉଛି। ଅନେକ ସମୟରେ ଗଂଜେଇ ମାଫିଆଙ୍କୁ ଗିରଫ କରାଯାଉଥିଲେ ବି ସେମାନେ କୋର୍ଟରୁ ଖସିଯାଉଛନ୍ତି। ସେପଟେ ଗଞ୍ଜେଇର ବେଆଇନ୍ କାରବାରକୁ ରୋକିବା ଲାଗି ବିଭିନ୍ନ ଜିଲ୍ଲାରେ ପୋଲିସ୍ ପ୍ରଶାସନ ନଜର ରଖିଥିବା କହିଛନ୍ତି ରାଉରକେଲା ଏସ୍‌ପି। ବାହାରେ ଓଡ଼ିଶା ଗଂଜେଇର ଚାହିଦା ଅଧିକ ଥିବାରୁ ଏହାର ଚୋରା କାରବାର ବି ବ୍ୟାପକ ମାତ୍ରାରେ ହେଉଛି। ଏହାକୁ ରୋକିବା ଲାଗି ଯେଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା କଥା, ହେଉନଥିବାରୁ କାରବାର ଦିନକୁ ଦିନ ବଢୁଥିବା ଅଭିଯୋଗ ହେଉଛି।

Odisha Government Chhatishgarh Hit And Run Case Ganja Transportation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ