Advertisment

ମନ୍ତ୍ର ପଢି ପିନ୍ଧେଇ ଦେଲେ ହେଲମେଟ୍; ହାତ ଯୋଡି ଦେଲେ ଏମିତି ଧମକ

ଦି’ଚକିଆ ଯାନ ଚାଳକଙ୍କ ପାଇଁ ହେଲ୍‌ମେଟ୍ ବାଧ୍ୟତାମୂଳକ ହୋଇଥିଲେ ବି ଅନେକ ଏହାକୁ ମାନୁ ନଥିବା ଦେଖାଯାଏ। ଜଣେ ଏମିତି ଅମାନିଆକୁ ପୋଲିସ ଧରି ନିଆରା ମନ୍ତ୍ର ପଢି ତାଙ୍କୁ ହେଲ୍‌ମେଟ୍ ପିନ୍ଧେଇଦେବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ହେଉଛି ଭାଇରାଲ୍। ଦେଖନ୍ତୁ…

ଅଦ୍ୟତନ ହୋଇଛି
Viral Video

Police officer unique mantra to spread helmet awareness

Advertisment

ଦୁଇଚକିଆ ଗାଡି ଚଳାଇବା ସମୟରେ ହେଲ୍‌ମେଟ୍‌ ପିନ୍ଧିବା ଏକ ଟ୍ରାଫିକ୍‌ ନିୟମ ଯାହାକୁ କେହି ଭୁଲିବା ଉଚିତ ନୁହେଁ। ଅନେକ କିନ୍ତୁ ଏହି ନିୟମ ନ ମାନୁଥିବା ଦେଖାଯାଏ। ଏହାକୁ ନେଇ ବର୍ତ୍ତମାନ ଏକ ମଜାଳିଆ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହାକୁ ନେଟିଜେନ୍‌ମାନେ ଖୁବ ପସନ୍ଦ କରୁଥିବା ଦେଖାଯାଉଛି।

Advertisment

ଜ୍ୟାକି ଯାଦବ ନାମକ ଜଣେ ବ୍ୟକ୍ତି ଟ୍ୱିଟର୍‌ରେ ପୋଷ୍ଟ୍‌ କରିଥିବା ଏକ ଭିଡିଓରେ ହେଲ୍‌ମେଟ୍‌ ବିନା ବାଇକ୍ ଚଳାଉଥିବା ବ୍ୟକ୍ତିଙ୍କ ଉପରେ ପୋଲିସ୍‌ର ଅନନ୍ୟ ପ୍ରତିକ୍ରିୟା ଦେଖାଯାଇଛି। ପୋଷ୍ଟ୍‌ର କ୍ୟାପ୍‌ସନ୍‌ରେ ଲେଖାଯାଇଛି ଯେ "ଏହି ଭାଇ ଜଣକ ନିଜ ବିବାହରେ ମଧ୍ୟ ଏପରି ସମ୍ମାନଜନକ ଭାବେ ପୋଷାକ ପିନ୍ଧି ନ ଥିବେ।"

ଏହି ସର୍ଟ କ୍ଲିପ୍‌ରେ ଜଣେ ପୋଲିସ୍ ବିନା ହେଲ୍‌ମେଟ୍‌ରେ ଯାଉଥିବା ଜଣେ ବାଇକ୍ ଆରୋହୀଙ୍କୁ ଧରିଛନ୍ତି। ଆଉ ତା’ପରେ ପୋଲିସ ଅଧିକାରୀ ଜଣଙ୍କ ଆରୋହୀଙ୍କ ମୁଣ୍ଡରେ ହେଲ୍‌ମେଟ୍‌ ପିନ୍ଧେଇ ନିଆରା ମନ୍ତ୍ର ମାଧ୍ୟମରେ ତାଙ୍କୁ ଟ୍ରାଫିକ୍‌ ନିୟମ ବିଷୟ ବୁଝାଉଥିବା ଦେଖାଯାଏ।

Advertisment

ଏହି ଭାଇରାଲ୍ ଭିଡିଓ ରେ ପୋଲିସ୍ କର୍ମଚାରୀଜଣଙ୍କ ବାଇକ୍ ଚାଳକଙ୍କୁ ହାତ ଯୋଡି ହେଲ୍‌ମେଟ୍‌ ପିନ୍ଧିବାକୁ ନିବେଦନ କରୁଥିବା ମଧ୍ୟ ଦେଖିବାକୁ ମିଳେ। ଏହା ପରେ ମନ୍ତ୍ର ଛଳରେ ପୋଲିସ୍ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଯଦି ସେ ପୁନର୍ବାର ବିନା ହେଲ୍‌ମେଟ୍‌ରେ ଧରାପଡ଼ନ୍ତି ତେବେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କୁ ବର୍ତ୍ତମାନ ରାଶିର ୫ ଗୁଣ ଜରିମାନା କରାଯିବ।

ଏହି କ୍ଲିପ୍ ଟ୍ୱିଟର୍‌ରେ ସେପ୍ଟେମ୍ବର ୯ରେ ଶେୟାର କରାଯାଇଥିଲା। ସେବେଠାରୁ ଏହାକୁ ୨ ଲକ୍ଷ ପାଖାପାଖି ଲୋକ ଦେଖିସାରିଲେଣି। ସେହିପରି ଏହାକୁ ପ୍ରାୟ ୧୦ ହଜାର ଲାଇକ୍ ମିଳିଛି।

Advertisment

କମେଣ୍ଟ୍ ସେକ୍ସନରେ ଅନେକ ଇଣ୍ଟରନେଟ୍ ବ୍ୟବହାରକାରୀ ଏହି ନିଆରା ଚିନ୍ତାଧାରା ପାଇଁ ପୋଲିସ୍ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି।

ଜଣେ ଲେଖିଛନ୍ତି, 'ଲୋକଙ୍କୁ ଆଇନ ପାଳନ କରିବାକୁ ଶିଖାଇବା ପାଇଁ ଏହା ହେଉଛି ସଠିକ ଉପାୟ। ଆଉ ଜଣେ ଏହାକୁ ଏକ ‘ପ୍ରେରଣାଦାୟକ ଘଟଣା’ ବୋଲି କହିଥିବା ବେଳେ ଅନ୍ୟଜଣେ ପୋଲିସ୍‌ର ବ୍ୟବହାରକୁ ପ୍ରଶଂସା କରି ‘ଅତ୍ୟନ୍ତ ବନ୍ଧୁତ୍ୱପୂର୍ଣ୍ଣ ଆଚରଣ’ ବୋଲି କହିଛନ୍ତି। ସେ କହିଛନ୍ତି ଏହା ପ୍ରକୃତରେ ବିଶ୍ୱାସ ସୃଷ୍ଟି କରୁଛି ଏବଂ ସମସ୍ତଙ୍କ ମଧ୍ୟରେ ଖୁସି ବାଣ୍ଟୁଛି।"

Viral Video Helmet Police Officer Helmet Awareness
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ