Advertisment

ନିର୍ବାଚନୀ ହିଂସାକୁ ନେଇ କଣ କହିଲେ ନିର୍ବାଚନ କମିଶନ

ପୋଲିସ ଉପସ୍ଥିତିରେ ଦୁର୍ବୃତ୍ତମାନେ ଆସି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
SEC Aditya Prasad Padhi

SEC Aditya Prasad Padhi

Advertisment

ଭୁବନେଶ୍ୱର: କିଛି ସ୍ଥାନରେ ବିଶୃଙ୍ଖଳା ହୋଇଥିବା ଖବର ମିଳିଛି। ଶୃଙ୍ଖଳାର ସହ ନିର୍ବାଚନ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ SEC ଆଦିତ୍ୟ ପାଢ଼ୀଙ୍କ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ନେଇ ସେ କହିଛନ୍ତି ଯେ ଯାଜପୁରର ୭, ପୁରୀର ୫, ଢେଙ୍କାନାଳର ୩ ବୁଥ୍‌ରେ ଭୋଟ୍ ବାଧାପ୍ରାପ୍ତ ହୋଇଛି। ଏନେଇ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମଗାଯାଇଥିବା ନିର୍ବାଚନ କମିଶନର କହିଛନ୍ତି।

Advertisment

ସେହିପରି ଜିଲ୍ଲାପାଳମାନଙ୍କ ଠାରୁ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ପ୍ରାରମ୍ଭିକ ସୂଚନା ଅନୁସାରେ ୭୦% ମତଦାନ ହୋଇଛି, ଆଗକୁ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ଦେଇଛନ୍ତି।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ନିର୍ବାଚନୀ ହିଂସା  ବୁଥ୍ ଭିତରେ ପଶି ସଂଘବଦ୍ଧ ଆକ୍ରମଣ ଘଟଣାରେ ୪୦ଜଣ ଆହତ ହୋଇଛନ୍ତି। ୧୭ ଜଣ ଗୁରୁତରଙ୍କୁ MKCG ମେଡିକାଲ ସ୍ଥାନନ୍ତର କରାଯାଇଛି। ଗାଁରେ ୬ରୁ ଅଧିକ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ହେଉଛି ଅଲଣ୍ଡା ପଞ୍ଚାୟତ ୪ ନମ୍ବର ବୁଥ୍‌ର ତିଛିଣି ଗାଁ ଲୋକେ ଭୋଟ ଦେଉଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

Advertisment

ପୋଲିସ ଉପସ୍ଥିତିରେ ଦୁର୍ବୃତ୍ତମାନେ ଆସି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ସେପଟେ ୮ ନମ୍ବର ବୁଥର ବାଲାଟ ବକ୍ସ ଲୁଟି ନେଇଛନ୍ତି ଦୁର୍ବୃତ୍ତ। 

SEC Odisha Panchayat Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ