Commisionorate Police
ପୂଜା ପୂର୍ବରୁ କମିଶନରେଟ୍ ପୋଲିସର ସ୍ପେଶାଲ ଡ୍ରାଇଭ୍ । ଦଶହରାକୁ ଆଖି ଆଗରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ କରାଯାଇଛି । ରାତିରେ ପୋଲିସ ଅଧିକାରୀମାନେ ଭୁବନେଶ୍ୱର ର ବିଭିନ୍ନ ବସ୍ତି ଅଞ୍ଚଳ ବୁଲି ବୁଲି ବେଆଇନ୍ ମଦ କାରବାର, ଖୋଲାରେ ମଦ ପିଇବା, ବେଆଇନ୍ ଭାବେ ଅଯଥା ଖଟି କରିବା ଇତ୍ୟାଦି ପରଖିଥିଲେ ।
ଅଧିକ ପଢନ୍ତୁ : ଦାଦା ବଟି ମାଗିଲେ ପୋଲିସକୁ ଜଣାନ୍ତୁ; ନମ୍ବର ଜାରି କଲା କମିଶନରେଟ ପୋଲିସ
କ୍ୟାପିଟାଲ ଥାନା ପୋଲିସ ୟୁନିଟ୍-୬ର ବସ୍ତି ଅଞ୍ଚଳ, ଲକ୍ଷ୍ମୀସାଗର ପୋଲିସ ହଳଦିପଡ଼ିଆ ଓ ଝାରପଡ଼ାର ବସ୍ତି, ଖାରବେଳନଗର ଥାନା ପୋଲିସ ଶାନ୍ତିନଗର ଓ ମାଳିସାହି ଅଞ୍ଚଳ ବୁଲି ସ୍ଥିତି ପରଖିଥିଲେ କମିଶନରେଟ୍ ପୋଲିସ। କେଉଁଠି ବେଆଇନ୍ ଭାବେ ଦେଶି ମଦ ରନ୍ଧା ହେଉଛି କି, ଅଯଥାରେ ଖଟି ହେଉଛି କିମ୍ବା ନିଶା କାରବାର ଚାଲିଛି, ତାର ଯାଞ୍ଚ କରିଥିଲେ। ଏସିପି ରାଙ୍କ୍ ଅଫିସରଙ୍କ ନେତୃତ୍ୱରେ ହୋଇଥିବା ଏହି ସ୍ପେଶାଲ ଡ୍ରାଇଭ୍ରେ ଥାନା ଆଇଆଇସି ଓ ଏସ୍.ଆଇ ମାନେ ସାମିଲ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663906119.jpg)