Advertisment

ସମ୍ବଲପୁରରେ ପଦ୍ମ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ସୋସିଆଲ ମିଡିଆରେ କଲେ ପୋଷ୍ଟ

ଗତକାଲି ସମ୍ବଲପୁର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମ ପୁରସ୍କାର ବିଜେତଙ୍କୁ ଭେଟିଥିଲେ।

Modi meet Padma awardees

Modi meet Padma awardees

Advertisment

ଗତକାଲି ସମ୍ବଲପୁର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମ ପୁରସ୍କାର ବିଜେତଙ୍କୁ ଭେଟିଥିଲେ। ଏମାନଙ୍କ ମଧ୍ୟରେ ପଦ୍ମଶ୍ରୀ ହଳଧର ନାଗ, ଜିତେନ୍ଦ୍ର ହରିପାଲ, କ୍ରୀଷ୍ଣା ପଟେଲ, ମିତ୍ରଭାନୁ ଗୌନ୍ତିଆ ରହିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ସାଇଟ୍‌ ଏକ୍ସରେ ପୋଷ୍ଟ କରିଛନ୍ତି। ଗତକାଲି ଦିନିକିଆ ସମ୍ବଲପୁର ଗସ୍ତରେ ଆସି ଆଇଆଇଏମ ସମ୍ବଲପୁରର ନୂତନ ବିଲ୍ଡିଂର ଲୋକାର୍ପଣ କରିଥିଲା। ପରେ ରେମେଡରେ ଗ୍ୟାରେଣ୍ଟି ସମାବେଶରେ ଯୋଗଦେଇଥିଲେ। ସେହିଭଳି ପଦ୍ମ ପୁରସ୍କାର ପାଇଁ ମନୋନୀତ, ଭାଗବତ ପ୍ରଧାନ, ବିନୋଦ ପଶାୟତଙ୍କୁ ମଧ୍ୟ ଭେଟିଥିଲେ।

Advertisment

ସୂଚନା ଅନୁସାରେ ଗତକାଲି ଦିନିକିଆ ଗସ୍ତରେ ସମ୍ବଲପୁର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ବଲପୁର ଆଇଆଇଏମ୍ କ୍ୟାମ୍ପସର ଲୋକାର୍ପଣ ସହ ୬୮ ହଜାର କୋଟିରୁ ଅଧିକ ଟଙ୍କାର ୧୮ଟି ପ୍ରକଳ୍ପର ଲୋକାର୍ପଣ କରଥିଲେ ପ୍ରଧାନମନ୍ତ୍ରୀ । ମୋଦି ତାଙ୍କ ଅଭିଭାଷଣରେ କହିଥିଲେ- ଓଡ଼ିଶାର ବିକାଶ ଯାତ୍ରା ପାଇଁ ଆଜି ମହତ୍ତ୍ୱପୂର୍ଣ୍ଣ ଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପୁରୀ-ସୋନପୁର ନୂଆ ଏକ୍ସପ୍ରେସ ଟ୍ରେନକୁ ବି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

Advertisment
Odisha News Sambalpur Narendra Modi Padma Awards
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ