• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମାତାଲ ଫାର୍ମାସିଷ୍ଟଙ୍କ ଉନ୍ମତକାଣ୍ଡ । ଟିକା ନେବାକୁ ଆସିଥିବା ଯୁବକଙ୍କ ଉପରକୁ ମଦ ବୋତଲ ଫିଙ୍ଗିଥିବାର ଅଭିଯୋଗ ହୋଇଛି । ବସ୍ତା ବ୍ଲକ ଇଡ଼ଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ସୁବାଶିଷ ଟୁଡୁଙ୍କ ବିରୋଧରେ ଏହି ଆସିଛି । ସଂପୃକ୍ତ ଫାର୍ମାସିଷ୍ଟ ଜଣକ ଡ୍ୟୁଟି ସମୟରେ ମଦ ପିଇ ଏଭଳି କାଣ୍ଡ ଘଟାଇ ଥିବାର କୁହାଯାଉଛି । ଉତ୍ପାତ କରିବାରୁ ଫାର୍ମାସିଷ୍ଟଙ୍କୁ ଲୋକେ ଦଉଡ଼ିରେ ବାନ୍ଧି ଦେଇଥିବାର ଦେଖିବାକୁ ମିଳିଛି । ଖବର ପାଇ ସିଂଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଫାର୍ମାସିଷ୍ଟଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ।

ସୂଚନା ମୁତାବକ ଇଡ଼ଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସେକେଣ୍ତ ଡୋଜ୍‌ ଟିକାକରଣ ହେଉଥିଲା । ସ୍ଥାନୀୟ ଯୁବକ ପ୍ରଶାନ୍ତ ଘଡାଇ ଟିକାକରଣ ପାଇଁ ଯାଇଥିବା ବେଳେ ଫାର୍ମାସିଷ୍ଟ ସୁବାଶିଷ ଟୁଡୁ ତାଙ୍କ ଉପରକୁ ମଦ ବୋତଲ ଫୋପାଡି ଥିଲେ। ପଚାରିବାରୁ ତାଙ୍କ ସହ ଗଣ୍ତଗୋଳ କରିଥିବାର ସୂଚନା ମିଳିଛି । ଏନେଇ ପ୍ରଶାନ୍ତ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ।