Petrol Price Hike
ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଛି ଜୋରଦାର ଲଢ଼େଇ । ଆଉ ଏହାର ପ୍ରଭାବ ଏବେ ସାରା ବିଶ୍ୱରେ ଦେଖିବାକୁ ମିଳିଛି । ଆନ୍ତର୍ଜାତୀୟ ବଜାରରେ ମଧ୍ୟ ଏହାର ପ୍ରଭାବ ଅନୁଭବ ହେଉଛି । ବିଶେଷକରି ତୈଳ ବଜାରରେ, ସତେ ଯେମିତି ନିଆଁ ଲାଗିଯାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଅହେତୁକ ବୃଦ୍ଧି ପାଇଛି ।
ତେଣୁ ଏବେ ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ଆଶଙ୍କା ହେଲାଣି । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ପରେ ଦେଶରେ ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର । ଏନେଇ ଆଶଙ୍କା ପ୍ରକାଶ କରିଛି ଭାରତୀୟ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍ ।
ସଂଘର ସାଧାରଣ ସଂପାଦକ ସଂଜୟ ଲାଠ୍ ସୂଚନା ଦେଇଛନ୍ତି ଯେ, ଭାରତରେ ଗତ ନଭେମ୍ବର ୮ ତାରିଖରୁ ଆଉ ତୈଳ ଦର ବଢ଼ିନି । ତେବେ ଏହି ସମୟ ମଧ୍ୟରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦଳ ବ୍ୟାରେଲ ପିଛା ୮୨ ଡଲାରରୁ ୧୦୯ ଡଲାରକୁ ବୃୃଦ୍ଧି ପାଇଲାଣି । କିନ୍ତୁ ତୈଳ କମ୍ପାନୀଗୁଡ଼ିକ ତୈଳ ଦର ବୃଦ୍ଧି କରି ନାହାନ୍ତି । ତେଣୁ ଆଗକୁ ୟୁପି ନିର୍ବାଚନ ଶେଷ ହେବା ପରେ କେନ୍ଦ୍ର ସରକାର ତୈଳ ଦର ବଢ଼ାଇବା ନେଇ ଆଶଙ୍କା କରାଯାଉଥିବା ସେ କହିଛନ୍ତି ।
ସେପଟେ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ପ୍ରଭାବ ଖାଇବା ତେଲ ଉପରେ ମଧ୍ୟ ପଡ଼ିଛି । ୟୁକ୍ରେନରୁ ବହୁ ପରିମାଣର ସନଫ୍ଲାଓ୍ୱାର ତେଲ ଆମଦାନୀ ହେଉଥିବା ବେଳେ ଏବେ ଯୁଦ୍ଧ କାରଣରୁ ତାହା ବ୍ୟାହତ ହୋଇଛି । ତେଣୁ ଓଡ଼ିଶାରେ ପାମୋଲିନ୍ ଓ ସନ୍ଫ୍ଲାଓ୍ୱାର ତେଲ, ଲିଟର ପିଛା ପ୍ରାୟ ୨୦ ଟଙ୍କା ବୃଦ୍ଧି ଘଟିଥିବା କଟକ ମାମଲଗୋଦାମ ବ୍ୟବସାୟୀ ସଂଘର ସମ୍ପାଦକ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637685039.jpg)