Advertisment

ବ୍ରହ୍ମପୁରର ଦମ୍ପତି ବିବାଦ ମାମଲାରେ ସୁମିତଙ୍କୁ ଝଟ୍‌କା

ତପସ୍ୱିନୀ-ସୁମିତ୍ କହଳ ଦିନକୁ ଦିନ ଉଗ୍ରରୂପ ଧାରଣ କଲାଣି । କେତେବେଳେ ସ୍ୱାମୀ ଲୁଚିଲୁଚି ସ୍ତ୍ରୀକୁ ଧମକ ଦେଲାଣି ତ ଆଉ କେତେବେଳେ ସ୍ତ୍ରୀ ମିଡିଆ ସାମ୍ନାରେ ସ୍ୱାମୀକୁ ଚ୍ୟାଲେଞ୍ଜ କରୁଛି । ଲୁଚିକି ରହିଥିବା ଡାକ୍ତର ସୁମିତ ଘଡ଼ିକୁ ଘଡ଼ି ଗୋଟିଏ ଗୋଟିଏ ଅଡିଓ ମେସେଜ ଛାଡ଼ୁଛନ୍ତି ।

ସୁମିତ ଓ ତପସ୍ୱିନୀ

ସୁମିତ ଓ ତପସ୍ୱିନୀ

Advertisment

ବ୍ରହ୍ମପୁର: ବ୍ରହ୍ମପୁରର ଦମ୍ପତି ତପସ୍ୱିନୀ ଦାଶ-ଡାକ୍ତର ସୁମିତ ସାହୁ ବିବାହ ବିବାଦ ମାମଲାରେ ସୁମିତଙ୍କ ପକ୍ଷରୁ ଦାଏର ପିଟିସନ୍ ଖାରଜ ହୋଇଛି। କାଗଜାତ ସଂଗ୍ରହ ପାଇଁ ୧୫ ଦିନ ସମୟ ମାଗି ପିଟିସନ କରିଥିଲେ ସୁମିତ। ତାଙ୍କ ପିଟିସନ୍‌କୁ କୋର୍ଟ ଖାରଜ କରି ତପସ୍ୱିନୀଙ୍କ ପିଟିସନର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶାଶୁ ଘରେ ରହିବା ଲାଗି ବ୍ୟବସ୍ଥା କରିବାକୁ ପିଟିସନ୍ କରିଛନ୍ତି ତପସ୍ୱିନୀ।

Advertisment

ଏନେଇ ତପସ୍ୱିନୀଙ୍କ ଓକିଲ କହିଛନ୍ତି ଯେ, ସୁମିତ ଜାଣିଶୁଣି କୋର୍ଟକୁ ଆସୁନାହାନ୍ତି। ସେ ଆଜି କୋର୍ଟକୁ କାଗଜାତ ସଂଗ୍ରହ ପାଇଁ ୩୦ ଦିନ ସମୟ ମାଗିଥିଲେ। କିନ୍ତୁ ତାଙ୍କ ପିଟିସନକୁ କୋର୍ଟ ଖାରଜ କରିଦେଇଛନ୍ତି। 

ତପସ୍ୱିନୀ-ସୁମିତ୍ କହଳ ଦିନକୁ ଦିନ ଉଗ୍ରରୂପ ଧାରଣ କଲାଣି । କେତେବେଳେ ସ୍ୱାମୀ ଲୁଚିଲୁଚି ସ୍ତ୍ରୀକୁ ଧମକ ଦେଲାଣି ତ ଆଉ କେତେବେଳେ ସ୍ତ୍ରୀ ମିଡିଆ ସାମ୍ନାରେ ସ୍ୱାମୀକୁ ଚ୍ୟାଲେଞ୍ଜ କରୁଛି । ଲୁଚିକି ରହିଥିବା ଡାକ୍ତର ସୁମିତ ଘଡ଼ିକୁ ଘଡ଼ି ଗୋଟିଏ ଗୋଟିଏ ଅଡିଓ ମେସେଜ ଛାଡ଼ୁଛନ୍ତି । ଆଉ ମିଡିଆ ସାମ୍ନାକୁ ସବୁ ସାହସର ସହ ସାମ୍ନା କରୁଛନ୍ତି ତପସ୍ୱିନୀ । 

Advertisment

ଗତକାଲିର ଭିଡିଓ ଭାଇରାଲ୍ ହେବା ପରେ ରାଗି ଯାଇଛନ୍ତି ତପସ୍ୱିନୀ । ତାଙ୍କ ନିକଟରେ ଥିବା ସୁମିତ ଫୋନ୍‌ରେ ମଧ୍ୟ ଅନେକ ଭିଡିଓ ଥିବା ଆଜି ପ୍ରତିକ୍ରିୟାରେ କହିଛନ୍ତି । କେତେ ଚାଟିଂ, କେତେ ଭିଡିଓ ମୋବାଇଲରେ ରହିଛି । ଘର ସାମ୍ନାରୁ ଉଠାଇବାକୁ ଷଡ଼ଯନ୍ତ୍ର ରଚୁଥିବା କଥା କହିଛନ୍ତି ତପସ୍ୱିନୀ । ଯେତେ ଚେଷ୍ଟା କଲେ କିମ୍ବା ଷଡ଼ଯନ୍ତ୍ର କଲେ ବି ଉଠିବିନି ବୋଲି ଦୃଢ଼ୋକ୍ତି କରିଛନ୍ତି । ସୁମିତ ବାରମ୍ବାର ମିଛ କହୁଛନ୍ତି ବୋଲି କହିଛନ୍ତି ।

Berhampur Marital Discord Sumit Tapaswini
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ