Advertisment

ବାବୁଙ୍କ ପାଖକୁ ଦଉଡି ଦଉଡି ଚପଲ ଛିଡିଗଲା...ଘର ଖଣ୍ଡିଏ ମିଳିଲା ନାହିଁ

ଅନ୍ଧାର ଘର ଭିତରେ ଦିକିଦିକି ହୋଇ ଚୁଲି ଜଳୁଛି, ତାୱାରେ ପୁଣି ଖାଇବା ପାଇଁ ତିଅଣ ଭଜା ଚାଲିଛି । କୋଳରେ ଛୋଟ ଛୁଆକୁ ଥଧରି ସବୁ କାମ କରୁଛି ମାଆ । ଘରର ଅବସ୍ଥା ଦେଖିଲେ ଭିତରକୁ ପଶିବାକୁ ଡର ଲାଗିବ, କିନ୍ତୁ ଏମିତି ଘରେ ୨୪ ଘଂଟା ରହୁଛି ପୂରା ପରିବାର। ଖଣ୍ଡେ ଘର ପାଇଁ ପ୍ରଶାସନ ପାଖକୁ ଦଉଡି ଦଉଡି ଗୋଡରୁ ଚପଲ ଛିଣ୍ଡିଗଲାଣି ହେଲେ ଘର ଖଣ୍ଡିଏ କପାଳକୁ ଜୁଟିଲା ନାହିଁ।

ଅଦ୍ୟତନ ହୋଇଛି
PMAY Odisha

PMAY

Advertisment

ଘର କାନ୍ଥରୁ ଖସିପଡିଲାଣି ମାଟି। ଧୂ ଧୂ ଖରାବେଳେ ଘର ଭିତରେ ବସିଲେ ସୂର୍ଯ୍ୟ ତ ରାତିରେ ଦିଶୁଛି ଚନ୍ଦ୍ର । ଜୋରରେ ପବନ ଦେଲେ ଘରର ଟାଇଲ ସବୁ କେଁ କଟକଟ ହେଉଛି। ଆଉ କୋଉଠି କୋଉଠି କାନ୍ଥ ମୂଳରୁ ଗଛ ଉଠିଲାଣି । ଆଉ ଏମିତି ବିପଦସଙ୍କୁଳ ଅବସ୍ଥାରେ ପିଲା ଛୁଆଙ୍କୁ ନେଇ ରହୁଛନ୍ତି ପୂରା ପରିବାର।

Advertisment

ଅନ୍ଧାର ଘର ଭିତରେ ଦିକିଦିକି ହୋଇ ଚୁଲି ଜଳୁଛି, ତାୱାରେ ପୁଣି ଖାଇବା ପାଇଁ ତିଅଣ ଭଜା ଚାଲିଛି । କୋଳରେ ଛୋଟ ଛୁଆକୁ ଧରି ସବୁ କାମ କରୁଛି ମାଆ । ଘରର ଅବସ୍ଥା ଦେଖିଲେ ଭିତରକୁ ପଶିବାକୁ ଡର ଲାଗିବ, କିନ୍ତୁ ଏମିତି ଘରେ ୨୪ ଘଂଟା ରହୁଛି ପୂରା ପରିବାର। ଖଣ୍ଡେ ଘର ପାଇଁ ପ୍ରଶାସନ ପାଖକୁ ଦଉଡି ଦଉଡି ଗୋଡରୁ ଚପଲ ଛିଣ୍ଡିଗଲାଣି ହେଲେ ଘର ଖଣ୍ଡିଏ କପାଳକୁ ଜୁଟିଲା ନାହିଁ।

ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି, ସୁନ୍ଦରଗଡ଼ ନୂଆଗାଁ ଲାନକୋଇ ଅଂଚଳର ଗରିଆବାହାଲ ବସ୍ତିରେ। ନୂଆଗାଁରେ ଏମିତି ପରିବାର ଅଛନ୍ତି ଯେଉଁମାନଙ୍କ ପାଖରେ ପହଞ୍ଚିନାହିଁ ସରକାରଙ୍କ ଆବାସ ଯୋଜନା । ବାରମ୍ବାର ଗୁହାରି ପରେ ଘର ନମିଳିବାରୁ ଏବେ ଭାଗ୍ୟକୁ ଆଦରି ଦିନ କାଟୁଛନ୍ତି ସମସ୍ତେ।

Advertisment

ଅଧିକ ପଢ଼ନ୍ତୁ: ୧୦ ବର୍ଷ ହେଲାଣି ଦୌଡ଼ି ଦୌଡ଼ି ଘର ଖଣ୍ଡିଏ ପାଇଲେନି, ଏବେ ନିଜେ ସରପଂଚ ପ୍ରାର୍ଥୀ ହେଲେ, କହିଲେ...

ଗାଁର ଭୂଚଦ୍ର ନାୟକ ଓ ତାଙ୍କ ସ୍ତ୍ରୀ ସରସ୍ଵତୀ ନାୟକ l ସ୍ୱାମୀ ଦିବ୍ୟାଙ୍ଗ ହୋଇଥିବାରୁ ସରସ୍ୱତୀ ପର ଦୁଆରେ ଲାଗନ୍ତି ମୂଲ। ଆଉ ସେତିକିରୁ ଯେତିକି ଟଙ୍କା ରୋଜଗାର ହୁଏ ସେତିକିରେ ସଂସାର ରଥ ଆଗକୁ ବଢେ। ଏମିତି ପରିସ୍ଥିତିରେ ଘର କରିବାର କଥା ସେ ଚିନ୍ତା କରିବେ ବା କେମିତି? ଭୂଚନ୍ଦ୍ର ଦିବ୍ୟାଙ୍ଗ ହୋଇଥିବା ପରେ ବି ତାଙ୍କୁ ମିଳିନି ସରକାରୀ ଭତ୍ତା। ଖାଲି ଯାହା ମାସକୁ କେଇ କିଲୋ ଚାଉଳ। ଖାଲି ଚାଉଳ ଖାଇ ତ ବଂଚି ହେବନି ସେଇଥି ପାଇଁ ତ ପର ଦୁଆରେ ମୂଲ ଲାଗୁଛନ୍ତି ସ୍ତ୍ରୀ।

Advertisment

ଠିକ୍ ସେମିତି ଗାଁର ଗୋପବନ୍ଧୁ ନାୟକ ଓ ତାଙ୍କ ସ୍ତ୍ରୀ ଜାନକୀ ନାୟକ ବି ସରକାରୀ ସୁବିଧାରୁ ବଂଚିତ । ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇଁ ବାବୁଙ୍କଠାରୁ ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଛନ୍ତି। ହେଲେ କେହି ଶୁଣିଲେନି କି ଘର ଖଣ୍ଡିଏ କରିଦେଲେନି। ଭୋଟ୍‌ ବେଳକୁ ଘର କରିଦେବେ ବୋଲି ନେତାଏ ପ୍ରତିଶ୍ରୁତି ଦେଉଛନ୍ତି ହେଲେ ଭୋଟ୍‌ ସରିବା ପରେ ଧରାଛୁଆଁ ଦେଉନଥିବା ଏମାନେ ଅଭିଯୋଗ ବି କରିଛନ୍ତି।

ତେବେ ଏଇ ଦୁଇ ପରିବାରକୁ ଘର ମିଳିନଥିବା କଥା ସରପଂଚ ଜାଣିନଥିବା ବେଳେ ବିଡିଓ କହିଛନ୍ତି ଘର ମିଳିନଥିବା ସମ୍ପର୍କରେ ଆମେ ଅବଗତ ଅଛୁ। ସରକାରୀ ଯୋଜନାରେ ସେମାନଙ୍କୁ କେମିତି ଘର ମିଳିପାରିବ ସେନେଇ ଆମେ ପଦକ୍ଷେପ ଗ୍ରହଣ କରିବୁ।

କଚ୍ଚାଘର ଉଠିବ, ପକ୍କା ଘର ମିଳିବ। ସମସ୍ତଙ୍କ ମୁଣ୍ଡରେ ଛାତ ରହିବ। କିଛି ଏମିତି କହୁଛନ୍ତି ସରକାର। ହେଲେ ଏଇଠି ଘର ଖଣ୍ଡିଏ ପାଇଁ ଦଉଡି ଦଉଡି ନୟାନ୍ତ ହେଉଛନ୍ତି ସତ କିନ୍ତୁ ଘର ଖଣ୍ଡିଏ ପାଉନାହାନ୍ତି ହିତାଧିକାରୀ। ଯାହାକୁ ନେଇ ବଢୁଛି ଅସନ୍ତୋଷ।

(ବୀରମିତ୍ରପୁରରୁ ରାକେଶ ସାହୁଙ୍କ ରିପୋର୍ଟ)

PMAY
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ