Advertisment

ଦ୍ରୌପଦୀ ରାଷ୍ଟ୍ରପତି ହେବା ପରେ ଦିଲ୍ଲୀରୁ ପଲ୍ଲୀ ଯାଏଁ ଉତ୍ସବ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଅବସରରେ ଉତ୍ସବ ପାଳିଛି ସାରା ଦେଶ। ରାଷ୍ଟ୍ରପତିଙ୍କ ଜନ୍ମମାଟି ମୟୂରଭଂଜର ଛୋଟିଆ ଗାଁ ଉପରବେଡା ହେଉ ଅବା ରାଜଧାନୀ ଭୁବନେଶ୍ୱର, ସବୁଠି ସେଲିବ୍ରେସନର ମାହୋଲ।

Draupadi Murmu Celebration

Draupadi Murmu Celebration

Advertisment

ରାଇସିନାରୁ ରାଇରଙ୍ଗପୁର.. ରାଜଧାନୀ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ। ଖୁସି ଆଉ ଆନନ୍ଦର ପର୍ବ ପାଳନ। ଛୋଟିଆ ଗାଁରୁ ଦେଶର ସବୁଠୁ ବଡ଼ ଆସନ ଅଳଙ୍କୃତ କରିଥିବା ଦ୍ରୌପଦୀଙ୍କ ପାଇଁ ଗର୍ବରେ ଫୁଲି ଉଠୁଛି ମୟୂରଭଂଜ ଉପରବେଡା ଗାଁ ଲୋକଙ୍କ ଛାତି। ଉତ୍ସବମୁଖର ହୋଇଉଠିଛି ଜନ୍ମମାଟି। ଗାଁ ଗାଁରେ ତାଙ୍କ ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ଆଦିବାସୀ ସଂପ୍ରଦାୟର ପାରମ୍ପରିକ ଜାହିରା ପୂଜା ସହ ଠାକୁରଙ୍କୁ ଆବାହନ କରି ରାଷ୍ଟ୍ରପତି ଦ୍ରୌପଦୀଙ୍କ ଶୁଭ ମନାସିଛନ୍ତି ଗ୍ରାମବାସୀ। ପୂର୍ବପୁରୁଷଙ୍କ ନିକଟରେ ହାଣ୍ଡିଆ ଭୋଗ କରିଛନ୍ତି। ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଗାଁ ସ୍କୁଲରେ ବି ଆଜି ତାଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ପ୍ରାର୍ଥନା।

Advertisment

ଢୋଲ, ମୃଦଙ୍ଗ, ଘଣ୍ଟ ଘଣ୍ଟାରେ ଫାଟି ପଡିଛି ରାଜ୍ୟ ବିଜେପି କାର୍ଯ୍ୟାଳୟ। ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କ ଶପଥ ସମାରୋହକୁ ଉତ୍ସବ ଭାବେ ପାଳନ କରିଛି ଦଳ। ଶପଥ ସମାରୋହକୁ ଏଲଇଡି ମାଧ୍ୟମରେ ଦେଖିଛନ୍ତି ବିଜେପି ନେତା ଓ କର୍ମୀ।

ପାରମ୍ପରିକ ବାଜା ଓ ନାଚ ଗୀତରେ ଦୁଲୁକିଛି ସୁନ୍ଦରଗଡର ବଣାଇ ଅଂଚଳ ଦେଶର ପ୍ରଥମ ନାଗରିକଙ୍କ ସଫଳତା ଓ ଦେଶର ଉନ୍ନତି ମନାସି ଶୋଭାଯାତ୍ରା କରିଛନ୍ତି ଶହ ଶହ ବିଜେପି କର୍ମୀ। ଓଡିଶା ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛି ବାସୁଦେବପୁର ବିଜେଡି। ବାଜା, ବାଣ ସହ ନାଚି ଗାଇ ବିଜୟ ଉତ୍ସବ ମନାଇଛନ୍ତି କର୍ମୀ। ସେପଟେ ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଳକରେ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ପାଳନ ହୋଇଛି ବିଜୟ ଉତ୍ସବ। ଆଦିବାସୀ ପରମ୍ପରାରେ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି ମ୍ୟାଡମ ପ୍ରେସିଡେଣ୍ଟଙ୍କୁ।

Advertisment
Oath Taking Ceremony President Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ