Astrospeak
  • Live TV
  • Read In English

ସରକାରଙ୍କ ବିକାଶମୂଳକ ଯୋଜନା କାହା ପାଇଁ ? ମୌଳିକ ସୁବିଧା ନପାଇ ହନ୍ତସନ୍ତ ଲୋକେ

ଗ୍ରାମାଞ୍ଚଳର ବିକାଶ ଲାଗି ସରକାରଙ୍କ ପୁଳା ପୁଳା ଯୋଜନା କରୁଛନ୍ତି ହେଲେ ଆଜି ବି ଲୋକେ ଅଭିଶପ୍ତ ଜୀବନ ବିତାଉଛନ୍ତି । ଗାଁର ବିକାଶ ହେଉଛି ବୋଲି କାଗଜ କଲମରେ ରହୁଛି ସତ, କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ । ରାସ୍ତାଘାଟ, ବିଜୁଳି, ପାଣି ଭଳି ମୌଳିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ସାଧାରଣ ଲୋକ ।

People deprived of basic amenities
People deprived of basic amenities

News Summary

କାଗଜ କଲମରେ ଚାଲିଛି ଯୋଜନା 

ମୈଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ

ଗ୍ରାମାଞ୍ଚଳର ବିକାଶ ଲାଗି ସରକାରଙ୍କ ପୁଳା ପୁଳା ଯୋଜନା କରୁଛନ୍ତି ହେଲେ ଆଜି ବି ଲୋକେ ଅଭିଶପ୍ତ ଜୀବନ ବିତାଉଛନ୍ତି । ଗାଁର ବିକାଶ ହେଉଛି ବୋଲି କାଗଜ କଲମରେ ରହୁଛି ସତ, କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ । ରାସ୍ତାଘାଟ, ବିଜୁଳି, ପାଣି ଭଳି ମୌଳିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ସାଧାରଣ ଲୋକ । ଏହିଭଳି ସମସ୍ୟା ଦେଖାଦେଇଛି ରାଜ୍ୟର ଗଂଜାମ, ଢେଙ୍କାନାଳ ଏବଂ ମୟୂରଭଂଜ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ।

ଗଂଜାମ ଜିଲ୍ଲା ସୋରଡା ବ୍ଲକ ଗୋଚ୍ଛା ପଂଚାୟତର ଦୁଲାବନ୍ଧ ଗାଁରେ ବର୍ଷ ବର୍ଷ ହେଲା ଏଠି ଲୋକେ ଜିଉଁଛନ୍ତି ଅଭିଶପ୍ତ ଜୀବନ । ଗାଁକୁ ପକ୍କା ରାସ୍ତା ନଥିବାରୁ କାଦୁଅ ରାସ୍ତାରେ ଯିବା ଆସିବା କରୁଛନ୍ତି ଲୋକେ । ୨ ଟି ନଳକୂଅ ରହିଛି, କିନ୍ତୁ ଗୋଟିଏ ଅଚଳ । ଅନ୍ୟଟିରୁ ବାହାରୁଛି ଗୋଳିଆ ପାଣି । ଫଳରେ ଗାଁଲୋକେ ନଈନାଳରୁ ପାଣି ଆଣୁଛନ୍ତି । ସେହିଭଳି ଆବାସ ଯୋଜନାରେ ଜଣେ ଦୁଇଜଣଙ୍କୁ ଛାଡିଦେଲେ ବାକି ସବୁ ଘର ଚାଳ ଘର । ବିଜୁଳି ଅଛି ସତ, ହେଲେ ସେ ବି ଲୁଚକାଳି ଖେଳୁଛି ।

ସେହିପରି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କୀର୍ତ୍ତନପୁର ଗାଁରେ ବି ମୌଳିକ ସମସ୍ୟା ଭୋଗୁଛନ୍ତି ଲୋକେ । ଜିଲ୍ଲାର ବାମ୍, କେରେଜୋଳି ଏବଂ କଣ୍ଟାପାଳ ପଂଚାୟତ ମଝିରେ ଥିବା ଏହି ଗାଁକୁ ନାହିଁ ରାସ୍ତା ବା ପାଣି ସୁବିଧା । ଭଗାମୁଣ୍ଡା-ଝାଂଜିରିବେରେଣା ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା । ଟିକେ ବର୍ଷା ହେଲେ ଯାତାୟତ ବନ୍ଦ । ଏନେଇ ସ୍ଥାନୀୟଲୋକେ ବାରମ୍ବାର ଥାନା ଅଧିକାରୀଙ୍କୁ ଜଣାଇଥିଲେବି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ ।

ଅନ୍ୟପଟେ ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ବୋରିଂ ଓ ଆମ୍ବବେଡା ଗାଁରେ ବି ଲୋକେ ପାଣି ମୁନ୍ଦାଏ ପାଇଁ କରୁଛନ୍ତି ସଂଘର୍ଷ । ୨ଟି ଗାଁର ୩୪୪ ପରିବାର ପାଇଁ ଓଭରହେଡ ଟ୍ୟାଙ୍କ କରାଯାଇଛି । ସମସ୍ତ ସାହିକୁ ପାଇପ୍ ବିଛା ଯାଇଛି ହେଲେ କେବଳ ଗୋଟିଏ ସାହିକୁ ଛାଡିଦେଲେ ଅନ୍ୟ ୪ଟି ସାହିକୁ ପାଣି ମିଳୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମୁଳୁ ନାହିଁ ।