Snake Bite Treatment
ଆଜି ବି ଗ୍ରାମାଞ୍ଚଳର ଲୋକଙ୍କ ମନରୁ ହଟିନି ଅନ୍ଧ ବିଶ୍ୱାସର କୁସଂସ୍କାର । ଅପହଞ୍ଚ ଅଞ୍ଚଳରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ନ ମିଳିବାରୁ ଏବେ ବି ଗୁଣିଗାରେଡିର ସହାୟତା ନେଉଛନ୍ତି ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ବରାହାମୁଣ୍ଡା ଗାଁରେ । ଜଣେ ନାବାଳକକୁ ସାପ କାମୁଡିବାରୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକ । ତେବେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ କୌଣସି ଉପାୟ ନପାଇ ପରିବାର ଲୋକେ ଗୁରୁତର ନାବାଳକକୁ ଗାଁରେ ଥିବା ସ୍ୱପ୍ନେଶ୍ୱର ବାବା ଶିବ ମନ୍ଦିରକୁ ନେଇଥିଲେ । ମନ୍ଦିର ପୂଜକ ଝଡ଼ାଫୁଙ୍କା କରି ନିଜ ପାଟିରେ ବିଷ କାଢିବାକୁ ଚେଷ୍ଟା କରିଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ମେଡିକାଲ ନିଆଯାଇଥିଲା । ସେଠାରେ ଚିକିତ୍ସା ପରେ ନାବାଳକର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ସୂଚନା ମିଳିଛି ।
ତେବେ ରାଜ୍ୟରେ ଗୋଟିଏ ସରକାର ଦୀର୍ଘ ୨୨ ବର୍ଷ ହେବ ରାଜ କରିଆସୁଥିବା ବେଳେ ଏମିତି ସ୍ଥିତି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅନେକ ମହଲରେ କୁହାଯାଇଛି । ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁ ଥିବା ବେଳେ ଏହାର ଡିଣ୍ଡିବ ପିଟିବା ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବାସ୍ତବରେ ଦେଖିବାକୁ ଗଲେ ଏବେ ବି ରାଜ୍ୟରେ ଅନେକ ଗାଁକୁ ସ୍ୱାସ୍ଥ୍ୟସେବା ପହଞ୍ଚିପାରିନି । ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ । ଡାକ୍ତର ନାହାନ୍ତି । ଷ୍ଟାଫ୍ ନାହାନ୍ତି । ହସ୍ପିଟାଲରେ ଲାଇନ୍ ନାହିଁ । ଜରୁରୀ ଯନ୍ତ୍ରାଂସ ନାହିଁ । ଏମିତି ଅନେକ ସମସ୍ୟା ରହିଛି ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656850119.jpg)