Advertisment

କର୍କଟ କେନ୍ଦ୍ର ସାମ୍ନାରେ ରୋଗୀ ହିନସ୍ତା: ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ- ‘ଘଟଣା ମୋ ନୋଟିସ୍‌କୁ ଆସିଛି’

କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ର ଆଗରେ ଡହ ଡହ ଖରାରେ ସିଝୁଛନ୍ତି ରୋଗୀ ଓ ସଂପର୍କୀୟ। ଯେଉଁମାନଙ୍କ ଦୁର୍ଦ୍ଦଶାକୁ ଲୋକଲୋଚନକୁ ଆଣିବାକୁ ଉଦ୍ୟମ ଚାଲିଛି।

ଅଦ୍ୟତନ ହୋଇଛି
Minister Naba Das

Minister Naba Das

Advertisment

କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ସାମ୍ନାରେ ରୋଗୀଙ୍କ ହିନସ୍ତା ସମ୍ପର୍କରେ ଲଗାତାର ଖବର ପ୍ରସାରଣ ପରେ ଏନେଇ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ମୁହଁ ଖୋଲିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, କାଲି ଘଟଣାଟି ମୋ ନୋଟିସ୍‌କୁ ଆସିଛି। ଖରାଦିନେ କ’ଣ ବ୍ୟବସ୍ଥା କରି ହେବ, ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ପାଣି ଦେବା, ଛାଉଣୀ କରିବା ଭଳି ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ରୋଗୀମାନେ କିଭଳି ହସ୍ପିଟାଲ ଭିତରେ ବେଡ୍ ପାଇବେ ସେ ନେଇ ମନ୍ତ୍ରୀ କିଛି କହି ନାହାନ୍ତି। 

କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ର ଆଗରେ ଡହ ଡହ ଖରାରେ ସିଝୁଛନ୍ତି ରୋଗୀ ଓ ସଂପର୍କୀୟ। ଯେଉଁମାନଙ୍କ ଦୁର୍ଦ୍ଦଶାକୁ ଲୋକଲୋଚନକୁ ଆଣିବାକୁ ଉଦ୍ୟମ ଚାଲିଛି। ହେଲେ ବିଡ଼ମ୍ବନା ସବୁ ଦେଖି ଯେମିତି ଚାହିଁ ଜଳକା ସାଜିଛି ଆମ ବ୍ୟବସ୍ଥା। ଏନେଇ ଖବର ପ୍ରସାରଣ ପରେ ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣର ଏକ ଟିମ୍ ଘଟଣାସ୍ଥଳ ଆସି ବୁଲି ଦେଖିଥିଲେ ମଧ୍ୟ ହସ୍ପିଟାଲ୍ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଭେଟି ନପାରି ଉଦ୍‌ବେଗ ପ୍ରକାଶ କରିଥିଲେ।

Advertisment
Acharya Harihar Regional Cancer Centre Minister Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ