Advertisment

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର: ହସପିଟାଲରେ ଡାକ୍ତର ଅଭାବ, ରୋଗୀ ପାଇଁ ସାହା ଭରସା ଗୁଣିଆ

କେବଳ ଧରମପଲ୍ଲୀ ସ୍ୱାସ୍ଥ୍ୟକେନ୍ଦ୍ର କଥା ନୁହେଁ, ୩ ଶହ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ୧୦୯ ଡାକ୍ତର ପଦବୀ ଥିବା ବେଳେ ଅଛନ୍ତି ମାତ୍ର ୩୩ ଜଣ ଡାକ୍ତର। ତେଣୁ ଭାବନ୍ତୁ ଏଠି କେମିତି ଚିକିତ୍ସା ସେବା ପାଉଥିବେ ରୋଗୀ।

Saheed Laxman Naik Medical College and Hospital in Koraput

Saheed Laxman Naik Medical College and Hospital in Koraput

Advertisment

ଅବିଭକ୍ତ କୋରାପୁଟ ଜିଲ୍ଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ବିପର୍ଯ୍ୟସ୍ତ ସ୍ଥିତି। କେଉଁଠି ଡାକ୍ତର ନାହାନ୍ତି ତ କେଉଁଠି ରୋଗୀ ପାଇଁ ମୌଳିକ ସୁବିଧା ସୁଯୋଗର ଅଭାବ। ଦୁର୍ଗମ ଅଞ୍ଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କଥା ଛାଡ଼ନ୍ତୁ ସଦର ଡାକ୍ତରଖାନାରେ ସ୍ଥିତି ଦୟନୀୟ। ଜାଣି ଆଶ୍ଚର୍ଯ୍ୟ ହେବେ, ପରିଚାଳନାଗତ ତ୍ରୁଟିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ପାଇଁ ବେଡସିଟ୍ ଟିଏ ବି ନାହିଁ।

Advertisment

ହସପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ବେଡରେ ପକାଇବାକୁ ଏଠି ବେଡସିଟ୍ ମିଳୁନି। ୱାର୍ଡ ସାରା, କୌଣସି ଜଣଙ୍କ ବେଡରେ ବି ସରକାରୀ ଭାବେ ଯୋଗାଇ ଦିଆଯାଉଥିବା ବେଡସିଟ୍ ନାହିଁ। ଫଳରେ କିଏ ଖାଲି ବେଡରେ ଗଡ଼ୁଛନ୍ତି, ତ କିଏ ଘରୁ ଆଣିଥିବା କନ୍ଥା, କମ୍ବଳ ନହେଲେ ଲୁଗାକୁ ବେଡରେ ବିଛାଇ ଶୋଇଛନ୍ତି। ହେଲେ ଏଭଳି ଅବ୍ୟବସ୍ଥା ଆଉ କେଉଁଠି ନୁହେଁ, ଅବିଭକ୍ତ କୋରାପୁଟର ବଡ଼ ଡାକ୍ତରଖାନା- ସହିଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ହସ୍ପିଟାଲର।

ସଂକ୍ରମଣ ରୋକିବା ଏବଂ ସ୍ୱଚ୍ଛତା ବଜାୟ ରଖିବାକୁ ପ୍ରତିଦିନ ରୋଗୀଙ୍କ ବେଡରେ ସଫା ବେଡସିଟ୍ ପକାଯିବାର ନିୟମ ଥିଲେ ବି ଏଠି କୁଆଡେ ୧୦ ଦିନ ହେବ କୌଣସି ରୋଗୀଙ୍କୁ ବେଡସିଟ୍ ଦିଆଯାଇ ନାହିଁ। ତାର କାରଣ ହେଉଛି, ହସପିଟାଲର ଦୁଇଟି ଯାକ ୱାସିଂ ମେସିନ୍ ଅଚଳ। ହେଲେ ନା ତାକୁ ସଜଡ଼ା ଯାଉଛି, ନା ଅନ୍ୟ କେଉଁଠି ବେଡସିଟ୍ ସଫେଇର ବିକଳ୍ପ ବ୍ୟବସ୍ଥା ହେଉଛି। ଏତେ ବଡ଼ ହସ୍ପିଟାଲରେ ଏଇ ସାମାନ୍ୟ ସମସ୍ୟାର ସମାଧାନ ନ ହେବା କର୍ତ୍ତୃପକ୍ଷଙ୍କ ବେପରୱା ମନୋଭାବକୁ ପଦାରେ ପକାଇଛି।

Advertisment

ମାଲକାନଗିରି ପଡ଼ିଆ ବ୍ଲକ କୁମ୍ଭଗୁଡ଼ା ଗାଁ। ଦେହ ଖରାପ ହେଲେ ଏଠି ହସପିଟାଲକୁ ଯିବା ଅପେକ୍ଷା ଲୋକଙ୍କ ଅଧିକ ଭରସା ଗୁଣିଆ ଉପରେ। ତାର ଏକ ବଡ଼ କାରଣ ହେଉଛି ଜିଲ୍ଲାରେ ହସପିଟାଲ ଓ ଡାକ୍ତର ଅଭାବ। ଏଇ ଯେମିତି ଧରମ ପଲ୍ଲୀରେ ଥିବା ରହିଛି ସ୍ବାସ୍ଥ୍ୟକେନ୍ଦ୍ର। ପ୍ରାୟ ୧୦ ହଜାର ଲୋକ ନିର୍ଭର କରୁଥିବା ଏ ଡାକ୍ତରଖାନାରେ ଡାକ୍ତର ନଥିବାରୁ ଏଇ ଫାର୍ମାସିଷ୍ଟ ଜଣକ ଏଠି ଡବଲ ରୋଲରେ। ରୋଗୀ ଦେଖୁଛନ୍ତି, ଔଷଧ ବି ଦେଉଛନ୍ତି।

ଇଏ କେବଳ ଧରମପଲ୍ଲୀ ସ୍ୱାସ୍ଥ୍ୟକେନ୍ଦ୍ର କଥା ନୁହେଁ, ୩ ଶହ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ୧୦୯ ଡାକ୍ତର ପଦବୀ ଥିବା ବେଳେ ଅଛନ୍ତି ମାତ୍ର ୩୩ ଜଣ ଡାକ୍ତର। ତେଣୁ ଭାବନ୍ତୁ ଏଠି କେମିତି ଚିକିତ୍ସା ସେବା ପାଉଥିବେ ରୋଗୀ। କେବଳ ସେତିକୁ ନୁହେଁ ସାରା ଜିଲ୍ଲାରେ ୨୭୭ ଡାକ୍ତର ପଦବୀ ଥିବା ବେଳେ ଅଛନ୍ତି ମାତ୍ର ୧୦୯ ଜଣ। ପାଥୋଲୋଜି, କାର୍ଡିଓ ଲୋଜି, ଗ୍ୟାଷ୍ଟ୍ରୋଏଣ୍ଟୋଲୋଜି ଭଳି ବିଭାଗରେ ଜଣେ ବି ଡାକ୍ତର ନଥିଲାବେଳେ, ଅର୍ଥୋପେଡିକ ପରି ଅନେକ ବିଭାଗ ମାତ୍ର ଜଣେ ଲେଖାଏଁ ଡାକ୍ତରରେ ଚାଲିଛି।

Advertisment

ସବୁଠୁ ବଡ଼ କଥା ହେଉଛି କିଛି ବର୍ଷ ତଳେ ଜାପାନିଜ୍ ଏନସେଫାଲିଟିସ ରୋଗରେ ଶତାଧିକ ଶିଶୁଙ୍କ ମୃତ୍ୟୁ ଦେଖିଥିବା ଏ ଜିଲ୍ଲାରେ ଅଛନ୍ତି ମାତ୍ର ଜଣେ ଶିଶୁ ରୋଗ ବିଶେଷଜ୍ଞ। ହେଲେ ସିଡିଏମ୍ଓଙ୍କ କହିବା କଥା ଅଳ୍ପ ସଂଖ୍ୟକ ଡାକ୍ତରରେ ରୋଗୀଙ୍କୁ ସେବା ଯୋଗାଇବାର ସଂପୂର୍ଣ୍ଣ ଚେଷ୍ଟା ଚାଲିଛି।

Hospital Patient
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ