Advertisment

ଇଏ କି ସେବା? ଜଣକ ଇଂଜେକ୍ସନ୍‌କୁ ଅନ୍ୟ ଜଣଙ୍କୁ ଫୋଡିଦେଲେ

ଡାକ୍ତର ଯେଉଁ ସାଲାଇନ୍ ଓ ଇଞ୍ଜେକସନ୍ ଦେବାକୁ କହିଥିଲେ ତା ନଲାଗି ଅନ୍ୟ ଜଣେ ରୋଗୀଙ୍କୁ ଲାଗିଥିଲା। ଘଟଣାକୁ ନେଇ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ପରିବାରଲୋକେ ଜଣାଇଛନ୍ତି।

ଅଦ୍ୟତନ ହୋଇଛି
Wrong Treatment

Wrong Treatment

Advertisment

ବଲାଙ୍ଗିର: ରୋଗୀଙ୍କୁ ଦିଆଗଲା ଭୁଲ ଇଞ୍ଜେକସନ୍ ଓ ସାଲାଇନ୍। ତାପୁଣି ସରକାରୀ ଡାକ୍ତରଖାନାରେ। ବଲାଙ୍ଗିର ଭୀମଭୋଇ ମେଡିକାଲରେ ରୋଗୀଙ୍କୁ ଭୁଲ ସାଲାଇନ୍ ଓ ଇଞ୍ଜେକସନ୍ ଲଗାଇଛନ୍ତି ସ୍ୱାସ୍ଥ୍ୟକର୍ମୀ। ଗତକାଲି ସଇଁନ୍ତଲା ଅଞ୍ଚଳର ଖେଡ଼ୁ ସାମଲ ନାମକ ଜଣେ ବ୍ୟକ୍ତି ପେଟ ବ୍ୟଥା ସମ୍ପର୍କିତ ସମସ୍ୟା ନେଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଡାକ୍ତର ଯେଉଁ ସାଲାଇନ୍ ଓ ଇଞ୍ଜେକସନ୍ ଦେବାକୁ କହିଥିଲେ ତା ନଲାଗି ଅନ୍ୟ ଜଣେ ରୋଗୀଙ୍କୁ ଲାଗିଥିଲା। ଘଟଣାକୁ ନେଇ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ପରିବାରଲୋକେ ଜଣାଇଛନ୍ତି।

Advertisment

ତେବେ ଭୁଲବଶତଃ ଅନ୍ୟ ଜଣେ ରୋଗୀଙ୍କ ସାଲାଇନ୍ ଲାଗିଛି। ସମାନ ସାଲାଇନ୍ ଲଗାଯାଇଛି। ହେଲେ ଅନ୍ୟ ରୋଗୀଙ୍କ ଦେହରେ ଏହାକୁ ଲଗାଯାଇଛି।କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଯେପରି ହେବନି ସେ ନେଇ ନଜର ରଖାଯାଇଥିବା କହିଛନ୍ତି ଡାକ୍ତର। ସେପଟେ ଘଟଣାକୁ ନେଇ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ ଉପରେ ୬ ଜିଲ୍ଲାର ରୋଗୀ ନିର୍ଭକର କରିଥାନ୍ତି। କିନ୍ତୁ ବଡ଼ ହସ୍ପିଚାଲରେ ବଡ଼ ତ୍ରୁଟି ଦେଖିବାକୁ ମିଳିଛି।

ଏନେଇ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ଆଜି ୪୯ ନମ୍ୱର ବେଡ୍‌ରେ ଥିବା କିଡ୍‌ନୀ ରୋଗୀ ହରି ମହାନନ୍ଦଙ୍କୁ ଇଞ୍ଜେକସନ୍‌ ଭର୍ତ୍ତି ସାଲାଇନ ଦେବାକୁ ଦାୟିତ୍ୱରେ ଥିବା ନର୍ସ ଆସିଥିଲେ। ହରି ମହାନନ୍ଦଙ୍କୁ ଦିଆଯିବାକୁ ଥିବା ସାଲାଇନରେ ତାଙ୍କ ନାଁ ମଧ୍ୟ ଲେଖାଯାଇଥିଲା। ଏହା ସତ୍ତ୍ୱେ କିଡନୀ ରୋଗୀ ହରି ମହାନନ୍ଦଙ୍କ ଇଞ୍ଜେକସନ୍‌ ଭର୍ତ୍ତି ସାଲାଇନ୍‌କୁ ପେଟ ବ୍ୟଥା କରୁଥିବା ୪୮ ନମ୍ୱର ବେଡରେ ଥିବା ଖେଡୁ ସାମଲକୁ ଦିଆଯାଇଥିଲା। ଯେତେବେଳେ ଭୁଲ୍ ଇଂଜେକ୍ସନ୍ ଦିଆଯାଇଥିବା ନେଇ ଜାଣିଲୁ, ସଂଗେଗେ ନର୍ସଙ୍କୁ ଜଣାଇଥିଲୁ।  ଯେଉଁ ରୋଗୀଙ୍କୁ ଭୁଲ ସାଲାଇନ୍ ଓ ଇଂଜେକ୍ସନ ଦିଆଯାଇଥିଲା, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍ ଥିବା ନେଇ ପରିବାର ଲୋକ କହିଛନ୍ତି।

Advertisment
Odisha Bolangir Wrong Treament
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ