Advertisment

ଭୁବନେଶ୍ୱରରୁ ପୁରୀର ଦୂରତା କେତେ? ୫୬, ୫୨ ନା ୫୦ କିମି?

ଏମିତି କେମିତି ସମ୍ଭବ ? ରାସ୍ତା କଡ଼ରେ ମାଇଲ ଖୁଣ୍ଟ କେଉଁ ଆଧାରରେ ପୋତା ଯାଇଛି? ଦୂରତା ନିର୍ଦ୍ଧାରଣ କରୁଛି କିଏ? ଦୂରତାରେ ତାରତମ୍ୟ ରହୁଥିବାରୁ ବସ୍ ଭଡ଼ାରେ ଯାତ୍ରୀମାନେ ଠକାମିର ଶିକାର ହେଉ ନାହାନ୍ତି ତ।

ଅଦ୍ୟତନ ହୋଇଛି
undefined

distance board between Bhubaneswar and Puri

Advertisment

ଭୁବନେଶ୍ୱରରୁ ପୁରୀର ଦୂରତା କେତେ? ୫୬, ୫୨ ନା ୫୦ କିମି? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ ଶିଶୁପାଳଗଡ଼ରେ ଲାଗିଥିବା ତିନିଟି ବୋର୍ଡରେ ରହିଛି ତିନି ପ୍ରକାର ତଥ୍ୟ। NH କର୍ତ୍ତୃପକ୍ଷଙ୍କ ଏହି ସାଇନବୋର୍ଡ କହୁଛି ୫୨ କିମି, ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ବୋର୍ଡ କହୁଛି ୫୦ ଓ ସେହି ନିକଟରେ ଥିବା ମାଇଲ ଖୁଣ୍ଟ ଓ ବୋର୍ଡରେ ଲେଖାଯାଇଛି ୫୬ କିଲୋମିଟର।

Advertisment

ସେହିଭଳି ଭୁବନେଶ୍ବର ଶିଶୁପାଳଗଡ଼ରୁ କୋଣାର୍କର ଦୂରତା ଗୋଟିଏ ଜାଗାରେ ୫୫ ତ ଆଉ ଗୋଟିଏ ଜାଗାରେ ଲେଖାଯାଇଛି ୫୬ କିଲୋମିଟର। ତେଣୁ ଦ୍ବନ୍ଦ୍ବ ଉପୁଜିବା ସ୍ବାଭାବିକ। କେବଳ ଏ ଦୁଇ ସ୍ଥାନ ନୁହେଁ, ରାଜ୍ୟର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନର ଦୂରତାର ହିସାବରେ ଏମିତି ଅନେକ ଦ୍ବନ୍ଦ୍ବ ରହିଛି। କାରଣ ରାଜ୍ୟ ପରିବହନ ବିଭାଗ ପାଖରେ ଏନେଇ ସଠିକ ଉତ୍ତର ନାହିଁ। ସୂଚନା ଅଧିକାର ବଳରେ ୬ ବର୍ଷ ତଳୁ ଏ ସଂପର୍କିତ ତଥ୍ୟ ବିଭାଗକୁ ମଗାଯାଇଥିଲେ ବି ଏହା ଦେଇନପାରି ନଥିବାରୁ ବିଭାଗକୁ ୧୦ ହଜାର ଟଙ୍କା ତଣ୍ଡ ମଧ୍ୟ ଗଣିବାକୁ ପଡିଛି।

ଏମିତି କେମିତି ସମ୍ଭବ ? ରାସ୍ତା କଡ଼ରେ ମାଇଲ ଖୁଣ୍ଟ କେଉଁ ଆଧାରରେ ପୋତା ଯାଇଛି? ଦୂରତା ନିର୍ଦ୍ଧାରଣ କରୁଛି କିଏ? ଦୂରତାରେ ତାରତମ୍ୟ ରହୁଥିବାରୁ ବସ୍ ଭଡ଼ାରେ ଯାତ୍ରୀମାନେ ଠକାମିର ଶିକାର ହେଉ ନାହାନ୍ତି ତ। ତେବେ ରାଜ୍ୟ ସରକାର କହୁଛନ୍ତି ଦୂରତା ଜାଣିବା ପାଇଁ ଗୁଗୁଲ ହିଁ ଭରଷା। ଆଶ୍ଚର୍ଯ୍ୟର କଥା ସଠିକ ଦୂରତାର ହିସାବ ନଥାଇ ପୂର୍ତ୍ତ ବିଭାଗ ରାସ୍ତା କାମ ପାଇଁ ଟେଣ୍ଡର ଦେଉଛି କେମିତି?

Advertisment

ସେପଟେ ସଡ଼କ ସୁରକ୍ଷା କର୍ମୀ କହୁଛନ୍ତି ୫୦ ବର୍ଷ ତଳେ ରାଜ୍ୟର ସମସ୍ତ ଅଞ୍ଚଳର ଦୂରତା ନିର୍ଦ୍ଧାରଣ କରାଯାଇଥିଲା। ନୂଆ ନୂଆ ରାସ୍ତା ନିର୍ମାଣ ଯୋଗୁଁ ଅନେକ ସ୍ଥାନରେ ତାହା ବଦଳି ଗଲାଣି। ସେପଟ ବସ୍ ମାଲିକ ସଂଘର କହିବା ଅନୁସାରେ ଏଥିରେ ସେମାନଙ୍କର କୌଣସି ଦୋଷ ନାହିଁ। ସେପଟେ ବିଭାଗୀୟ ସଚିବ କହିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବା ଏସଟିଏର କମିଟି ଦ୍ବାରା ଦୂରତା ନିର୍ଧାରଣ କରାଯାଇଥାଏ । ଯଦି ଏଥିରେ କୌଣସି ଅସଙ୍ଗତି ଥିବା ସେ ଦିଗରେ ଧ୍ୟାନ ଦିଆଯିବ।

Google Passengers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ